ଛୋଟ ବେଳୁ ମୁଁ କେବେ ପୁଅ ଭଳି ଫିଲ୍ କରିନି

“ମୁଁ କେବେବି ନିଜକୁ ଗୋଟେ ପୁଅ ବୋଲି ଭାବିନି। ରାତିରେ ଭଗବାନଙ୍କୁ ଡାକେ ମୋତେ ସକାଳୁ ଝିଅ କରିଦିଅନ୍ତୁ”। ଟ୍ର‌‌ାନ୍ସଜେଣ୍ଡର, ହିଞ୍ଜିଡା, କିନ୍ନର କେଜାଣି କେତେ କଥାରେ ଆମେ ତାଙ୍କୁ ସମ୍ବୋଧନ କରନ୍ତି। ରାସ୍ତା କଡ଼ରେ ତାଙ୍କୁ ଭିକ ମାଗିବାରେ ଦେଖନ୍ତି। ରାତିରେ ତାଙ୍କୁ ରାସ୍ତା କଡ଼ରେ ଠିଆ ହୋଇ ସେକ୍ସୱର୍କ କରିବାର ମଧ୍ୟ ଦେଖନ୍ତି। କାହାକୁ ଘୃଣା ଲାଗେ, କାହାକୁ ରାଗ ଲାଗେ ଆଉ କାହାକୁ ଡର ମଧ୍ୟ ଲାଗେ। ଯେ କିନ୍ନରମାନଙ୍କ ଲାଇଫ କେମିତି ହେଇଥିବ, ସେମାନେ ତାଙ୍କ ଜୀବନ କେମିତି ବଞ୍ଚୁଥିବେ। ଆମମାନଙ୍କର ସମ୍ବୋଧନରେ ତାଙ୍କମାନଙ୍କୁ କଷ୍ଟ ହୁଏ ନା ସେଇଟାକୁ ବି ସେ ଛାତିକୁ ପଥର କରି ସହିଯାଆନ୍ତି।

କେମିତି ଥାଏ କିନ୍ନରମାନଙ୍କର ଜୀବନ । ଆଉ ସେ କଣ ସମ୍ମାନର ଜୀବନ ବଞ୍ଚିପାରନ୍ତି। ଆସନ୍ତୁ ଜାଣିବା ସେଇ କାହାଣୀ, ଜଣେ ଟ୍ର‌‌ାନ୍ସଜେଣ୍ଡର ୱମେନଙ୍କ ଠାରୁ ଯିଏକି ଏବେ ନିଜ ଲାଇଫ ନିଜ ହିସାବରେ ବଞ୍ଚୁଛନ୍ତି। ନା କୌଣସି ସେକ୍ସୱର୍କ , ନା କୌଣସି ରାସ୍ତାରେ ଗୋଟେ ବେଗିଂ। ନିଜେ ଗୋଟେ କର୍ପୋରେଟ କାମ କରି ନିଜ ଲାଇଫ ନିଜ ଅନୁସାରେ ବଞ୍ଚୁଛନ୍ତି। ଆମ ସହ ଅଛନ୍ତି ପ୍ରକୃତି ସାହୁ ମ୍ୟାମ୍। କେମିତି ଥିଲା ତାଙ୍କ ଜୀବନ। ତାଙ୍କୁ ମଧ୍ୟ ଅନେକ ଫିଲ୍ମରେ କାମ କରିଥିବାର ଦେଖିଥିବେ। ଏବେ ତାଙ୍କୁ ରିଏଲ୍ ଲାଇଫରେ ଶୁଣିବା ଆସନ୍ତୁ। ଛୁଆବେଳୁ ତ ମୁଁ ଭଲ ଦେଖାଯାଉଥିଲି କିନ୍ତୁ ଏସବୁ ପରେ ଟିକେ ଚେଞ୍ଜେସ ଅସିଛି ମୋ ଦେହରେ।

ଛୁଆବେଳୁ ମୋ ନାଁ ଅଲଗା ଥିଲା ଯେହେତୁ ମୁଁ ଫିଜିକାଲି ମେଲ୍ ହେଲଥରେ ଜନ୍ମ ହୋଇଥିଲି। ମୁଁ ନେଚର୍ ଲଭର୍ ତ ମୋତେ ନେଚର ଭଲ ଲାଗେ। ମୋର ବି ଛୋଟ ଗାର୍ଡେନ ଅଛି। ନେଚର୍ ଭଲ ଲାଗେ ତ ଭାବିଲି ପ୍ରକୃତି ରଖିଦେବି। ମୋ ଘର ସହିତ, ମୋ ସୋସାଇଟି ସହିତ, ମୋ ନିଜକୁ ନେଇ ବହୁତ୍ ପ୍ରୋବଲେମ୍ କ୍ରିଏଟ୍ ହେଇଥିଲା। ପ୍ରଥମେ ତ ମୋତେ ଗୋଟେ କଥା ବହୁତ୍ ବାଧି ଥିଲା ଯେ ବୋଉ ମୋତେ କହିଲା ଯେ ତୁ ଭଲ ରୋଷେଇ କରୁ, ଆମକୁ ରାନ୍ଧିକି ଦେବୁ ଆଉ ସେଥିରେ କିଛି ମିଶେଇ ଦେବୁ ଆମେ ଖାଇକି ଶୋଇ ପଡିବୁ। ଏପଟେ ଘର ଲୋକେ, ସେପଟେ କ୍ୟାରିଅର ଆଉ ମୋର ଇଡେଣ୍ଟିଫିକେଶନ।

ପ୍ରଥମରୁ ମୁଁ କେବେ ପୁଅ ବୋଲି ଫିଲ କରିନି। ଏଇଟା ସତ କଥା କହୁଛି ଯେ ମୁଁ ରାତିରେ ଶୋଇଥିବି ପ୍ରଭୁ ସକାଳୁ ମୋତେ ଝିଅ କରିଦେଇଥାଅ। ସେଇଟା ମୋର ପିଲାଲିଆମି ଥିଲା। ପରେ ବୁଝିଲି ଯେ ସେମିତି ହୁଏନି। ମୁଁ ପିଲାବେଳେ ବାବାଙ୍କୁ ଡରେ ଆଉ କାହାକୁ ନୁହଁ। ବାବା ନ ଥିଲା ବେଳେ ମାଆର ଶାଢ଼ୀ, ମେକପ ପିନ୍ଧେ କେବଳ ଘରର ଚାରି କାନ୍ଥ ଭିତରେ। ଆଉ ପିନ୍ଧିକି ଫୋଟୋ ଉଠାଏ। ଆଉ ବାବା ଆସିଲେ ସବୁ କାଢି ରଖିଦିଏ। ବାହରକୁ ବହାରେନି କାଳେ ଲୋକ କଣ ଭାବିବେ।

ବାବା ଭାବୁଥିଲେ କି ଏଇଟା ଗୋଟେ ବେମାର। କିନ୍ତୁ ମୁଁ ଜାଣେ ଏଇଟା ବେମାର ନୁହେଁ ଏଇଟା ହୋର୍ମୋନାଲ ଡିଜଅଡର୍ । ଏଇଟା ବାପାମାଆଙ୍କ ଜେନେଟିକରୁ ଏଇଟା ହେଇଥାଏ। ମୁଁ ଗୋଟେ କଥା କହିବି ଯେଉଁ ବାପାମାଆଙ୍କର ଏଭଳି ପିଲା ହେଉଛନ୍ତି ସେମାନଙ୍କୁ ଛୋଟ ବେଳୁ ସାଇକାଟ୍ରିଷ୍ଟଙ୍କୁ ଦେଖାନ୍ତୁ। ସେମାନଙ୍କ ସହ ମିଶନ୍ତୁ, ସେମାନଙ୍କୁ ବୁଝନ୍ତୁ। ସେମାନଙ୍କୁ ବି ତ ବଞ୍ଚିବାର ଅଧିକାର ରହିଛି ନା। କର୍ମ ହିଁ ମୁଖ୍ୟ ଜିନିଷ। ମୋ ଜୀବନଟା ବହୁତ୍ କଷ୍ଟରେ ଯାଇଛି। ମୁଁ ଏମିତି ହେବା ପଛରେ ମୋର ଘର ଲୋକଙ୍କୁ ଦୋଷ ଦେବିନି। ମୋତେ ନିଜକୁ ଖରାପ ଲାଗିଲା ଆଉ ମୁଁ ଘରୁ ପଳେଇ ଆସିଲି।

ଆସିଲା ବେଳେ ବାପା କିଛି ପଇସା ଦେଇଥିଲେ କିନ୍ତୁ ସେମିଷ୍ଟର ବେଳକୁ ତାହା କୁଳେଇ ନ ଥିଲା। ଯାହା ଫଳରେ ମୋତେ ବେଗିଂ କରିବାକୁ ପଡିଥିଲା। ଏପଟେ ମୋର କ୍ଲାସ୍ ଆଉ ସେପଟେ ମୋତେ ପଇସା ବି ଦରକାର ଥିଲା। କ୍ଲାସରେ ମୋତେ ବହୁତ୍ ନିଦ ଲାଗୁଥିଲା। ତ ମୁଁ ଚାହିଁବା ପାଇଁ ମୋ ଜଙ୍ଘକୁ କଲମରେ ଫୋଡ଼ି ହେଉଥିଲି।

ମୋତେ ବହୁତ୍ କଷ୍ଟ ହେଉଥିଲା। ସେତେବେଳେ ମୋ ପାଇଁ ମୋ ଏଜୁକେଶନ ଇମ୍ପୋର୍ଟାଣ୍ଟ ଥିଲା। ମୁଁ ପଢ଼ିଲେ ଆଗକୁ ଯିବି। ମୋତେ ଗୋଟେ ଚାକିରୀ ମିଳିବ। ମୋ ଜୀବନଟା ଏତେ ସହଜ ନ ଥିଲା। ଲୋକମାନେ କହୁଥିବେ କି ଏମାନଙ୍କୁ ପଇସା କାହିଁକି ଦେଉଛ ଏମାନଙ୍କର ପଇସାରେ ତ ଅଭାବ ନାହିଁ। କିନ୍ତୁ ଲୋକମାନେ କଣ ଜାଣିଛନ୍ତି ଯେ ଆମେ କେତେ କଷ୍ଟ କରୁଛୁ। ଓଡିଶା ବାହାରେ ଏହି ଟ୍ର‌‌ାନ୍ସଜେଣ୍ଡରମାନଙ୍କ ପାଇଁ ବହୁତ୍ ସୁବିଧା ରହିଛି। କିନ୍ତୁ ଆମ ଓଡ଼ିଶାରେ କିଛି ବି ସୁବିଧା ନାହିଁ।

Leave a Reply

Your email address will not be published. Required fields are marked *