ତୋ ଭଳି ଗାର୍ଲଫ୍ରେଣ୍ଡ ପାଇଁ ମୁଁ କ୍ରିକେଟ୍ ମ୍ୟାଚ୍ ଦେଖିପାରିଲିନି । ତୋ ସହ ସ-ମ୍ପର୍କ ରଖି ଲାଭ କ’ଣ.. ।

ଏବେ ସୋସିଆଲ ମେଡ଼ିଆରେ ଏକ ଅଡିଓ ମେସେଜ୍ ବହୁତ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତି-କ୍ରିୟା ଦେଉଛନ୍ତି ।  କିଛି ଲୋକ ପୁଅ ପକ୍ଷ ନେଉଛନ୍ତି ତ କିଛି ଲୋକ ଝିଅ ପକ୍ଷ ନେଉଛନ୍ତି । ସୋସିଆଲ ମିଡିଆ ଯୁଗରେ ବ୍ୟକ୍ତିଗତ ଜୀବନର ଅନେକ ବିଷୟରେ  ସାମ୍ନାକୁ ଆସି ଯାଉଛି କିମ୍ବା ଜାଣିଶୁଣି ଅଣାଯାଉଛି ।  ପ୍ରାୟତ ପ୍ରେମିକ-ପ୍ରେମିକାଙ୍କ ଚାଟ୍ ଭାଇରାଲ୍ ହୁଏ । ଏମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ଝଗଡାର ବିଷୟ ହୋଇଥାଏ । ଏବେ ଏକ ପୁଅର ଅଡ଼ିଓ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ ବନ୍ଧୁଗଣ ପ୍ରେମିକ ପ୍ରେମିକା ତୋ ଫୋନ୍ ରେ ଅନେକ କଥା ହୁଅନ୍ତି । ଆଜିକାଲି ସମୟରେ ଏହା ମଧ୍ୟ ଅତି ସାଧାରଣ କଥା ।

ତେବେ ଆପଣ ଭାବୁଥିବେ ଏହି ଭଏସ ମେସେଜ ରେ ଅଧିକ କଣ ଅଛି । ତେବେ କହି ରଖିବୁ ପ୍ରେମିକା ଓ ପ୍ରେମିକ ମଧ୍ୟରେ ବ୍ରେକ-ଅପ୍ କଲା ବିଶ୍ୱକପ । ପ୍ରକୃତରେ ପ୍ରେମିକ ଜଣକ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଖୁବ୍ ଭଲପାଆନ୍ତି ହେଲେ ଚଳିତ ବିଶ୍ବକପ୍ ରେ ଗତ ଅକ୍ଟୋବର ୧୪ ତାରିଖରେ ଖେଳା ଯାଇଥିବା ଭାରତ ପାକିସ୍ତାନ ମ୍ୟାଚ୍ ସେ ମିସ୍ କରିଦେଇଥିଲେ । ଆଉ ତାହା ବି ନିଜ ପ୍ରେମିକାର ଜିଦଖୋର୍ ସ୍ଵଭାବ ଯୋଗୁଁ । ତେବେ ସେ ତାଙ୍କ ଗାର୍ଲଫ୍ରେଣ୍ଡକୁ ଭଏସ ମେସେଜ ଦେଇ କହିଛନ୍ତି ।

ତେବେ ଏହି ଭଏସ୍ ମେସେଜରେ ଯାହା ଶୁଣିବାକୁ ମିଳୁଛି ତାହା ଅନୁସାରେ ପୁଅ ଝିଅକୁ କହୁଛି – “ଶୁଣ ତମେ ଗୋଟେ ତୁମେ ପକ୍କା ଜିଦଖୋର ଝିଅ । ପୁଣି ଏବେ ଚୁଟିକୁ ନାଲି କରିଛ ଆହୁରି ଭୂତୁଣୀ ପରି ଦେଖାଯାଉଛ । ତୁମର ଏଚ୍-ଏନ-ଏମ (ସୋସିଆଲ ମେଡ଼ିଆ ଭାଷାରେ ଏକ ଗା-ଳି) ହେତୁ ମୁଁ ଭାରତ-ପାକିସ୍ତାନ ମ୍ୟାଚ୍ ମିସ୍ କଲି । ବୟଫ୍ରେଣ୍ଡ ପୁଣି କହୁଛି ‘ସବୁଠାରୁ ବଡ କଥା ହେଉଛି ତୋର ସବୁଦିନେ ମୋମୋ ଖାଇବା ଦରକାର । ଗୋଟେ ପ୍ଳେଟ ମୋମୋରେ ୬୩୩ କ୍ୟାଲୋରୀ ଅଛି ବୋଲି ଜାଣିଛ ନା ନାହିଁ ? ତାକୁ ହଜମ କରିବା ପାଇଁ କେତେ ଏନର୍ଜି ଦରକାର ତମେ ଜାଣିନ ।

ସେଗୁଡାକ ହଜମ କରି କରି ଏନର୍ଜିର ବି ଆଉ ଏନର୍ଜି ନଥିବ । ଦେଖ ଖରାପ ଭାବ ନାହିଁ କିନ୍ତୁ ତୁମର ବୟଫ୍ରେଣ୍ଡ ନୁହେଁ ଗୋଟେ ଚାକର ଦରକାର ଅଛି । କ୍ଷମା କରିବ ମୁଁ ତୁମ ଚାକର ହେଇପାରିବି ନାହିଁ । ଗୁଡ ବାୟ’ । ତେବେ ଯଦିଓ ଏ ସବୁ ଡାଇଲଗ ପୁଅଟିର ନିଜସ୍ବ ନୁହେଁ । ସେ ଏସବୁ ଡାଇଲଗ ଗୋଟେ ଟିଭି ସୋ “ହାଫ୍ ଲଭ୍ ହାଫ୍ ଆରେଞ୍ଜ୍ଡ” ରୁ କପି କରିଛି ବୋଲି ଏହାକୁ ସେୟାର କରିଥିବା ଝିଅ ଟ୍ଵିଟରରେ କହିଛି ।

Leave a Reply

Your email address will not be published. Required fields are marked *