ଏଥର ଦୌଡିବ ଦୈତାରୀ, ଗୋଡ଼େଇବ ରାଣୀ । କାହାକୁ କେଉଁଠି କଣ କହିବା ଦରକାର ଶୁଣିରଖ ଦୈତାରୀ କହିଲେ ରାଣୀ ପଣ୍ଡା ।

ବନ୍ଧୁଗଣ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ରାଣୀ ପଣ୍ଡା ବିଭିନ୍ନ ସମୟରେ ଗରିବ ଅସହାୟଙ୍କ ପାଇଁ ଠିଆ ହୋଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କର ଯାହାବି ସମସ୍ଯା ଥାଉ ପଛେ ଅସହାୟ ବୃଦ୍ଧ-ବୃଦ୍ଧା ହୁଅନ୍ତି କି କେଉଁଠି କାହାର ଝିଅ ବାହାଘର ସବୁଠି ଯାଇ ଝିଅ, ଭଉଣୀ ଆଦିର ଭୂମିକା ସେ ତୁଲାଇଛନ୍ତି । ବନ୍ଧୁଗଣ ଆପଣମାନେ ଅନେକ ସମୟରେ ଦେଖିଥିବେ ସେ ସହିଦଙ୍କ ପରିବାର ହେଉ କି ଦୁଃଖୀ ଦରିଦ୍ରଙ୍କ ପାଖରେ ଠିଆ ହୁଅନ୍ତି ରାଣୀ ପଣ୍ଡା ।

ଯେତିକି ପଇସା ରାଣୀ ପଣ୍ଡା ରୋଜଗାର କରୁଛନ୍ତି ସବୁବେଳେ ସମସ୍ତଙ୍କ ପାଖରେ ପହଞ୍ଚି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ଏମିତିକି ଅନେକ ପୂଜା କମିଟି ରେ ମଧ୍ୟ ସେ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଆଉ ଏସବୁ ପରେ ରାଣୀ ପଣ୍ଡାଙ୍କର ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ଵ ତିଆରି ହୋଇଛି ସମାଜରେ । ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ପୁଣି ଥରେ ରାଣୀ ପଣ୍ଡାଙ୍କୁ ଆଣି ମଞ୍ଚ ଉପରକୁ ବିବାଦ ସୃଷ୍ଟି କରାଯାଉଛି ।

ତେବେ ରାଣୀ ପଣ୍ଡା ରାଗିଯାଇ କାନ୍ଦି କହିଛନ୍ତି, “ମୋ ଜୀବନକୁ ବରବାଦ୍ କରିଦେଉଛ ତୁମେମାନେ । ମୁଁ କାହା ଘରର ବୋହୂ ହେଇପାରୁ ନାହିଁ ତୁମ ମାନଙ୍କ ପାଇଁ । ଆଉ ସବୁବେଳେ ତୁମେ ନିଜ ନିଜକୁ ଗର୍ବ କରାଇ ମତେ ତଳକୁ ଫୋପାଡି ଦେଉଛ । ମତେ ନିଚା ଦେଖାଇ ତୁମେ ଉପରେ ରହିବାକୁ ଚେଷ୍ଟା କରୁଛ । ଥରେ କୁହ ରାଣୀ ପଣ୍ଡା ଭଲ ଅଭିନୟ କରୁଛି ନା ନାହିଁ । ଆଉ ରାଣୀ ପଣ୍ଡା ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହେଉଛି ନା ନାହିଁ ।

କିନ୍ତୁ କାହିଁକି ମଞ୍ଚ ଉପରେ ସର୍ବ ସମ୍ମୁଖରେ ମତେ ତୁମେ ବେଜିତ୍ କରୁଛ” । ତେବେ ବନ୍ଧୁଗଣ ଏହି ସବୁ କଥା ରାଣୀ ପଣ୍ଡା ଦୈତାରି ପଣ୍ଡାଙ୍କୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି । ଏବଂ ରାଣୀ ପଣ୍ଡା କହିଛନ୍ତି କାହାକୁ କେଉଁଠି କହିବା ଦରକାର ଆଉ କଣ କହିବା ଦରକାର ତାହା ଶୁଣିରଖ ଦୈତାରୀ । ସୂଚନାଯୋଗ୍ୟ ଏକ ମଞ୍ଚରେ ଦୈତାରି ପଣ୍ଡା ରାଣୀ ପଣ୍ଡାଙ୍କ ନାଁ ନେଇ ତାଙ୍କୁ ଅପମାନ କରି ରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି କହିଥିଲେ । ଆଉ ଏହା ଶୁଣିବା ପରେ ରାଣୀ ପଣ୍ଡା କାନ୍ଦିକି ଲାଇଭ୍ ଆସି ନିଜର ହୃଦୟର ବ୍ୟଥା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *