ବାପା ମୋତେ କ୍ଷମା କରିଦେବ। ମୋ ଉପରେ ୩ କୋଟିର କାର….. ମୁଁ ଆଉ ପରିବାରକୁ ପଶି ପାରିବିନି।

ଯମ ସାଜି ଆସିଥିଲା ଏହି ୩ କୋଟିର କାର। ତା ଚକା ତଳେ ମୋର ଜୀବନ ଚାଲିଗଲା। ମୋ ପରିବାର ଆଖିରେ ଆଜି ଲୁହ। ମୁଁ ଭୁବନେଶ୍ୱରରେ ହୋଟେଲ ମେନେଜମେଣ୍ଟ କରୁଥିଲି। କିଛି କାମ କରି ଘରକୁ ଟଙ୍କା ଦେଉଥିଲି। ଖର୍ଚ୍ଚ ହେଉଥିଲା। ଏତେ ଦାମୀ କାର ତଳେ ମୋ ଜୀବନ ଚାଲିଗଲା ସିନା ହେଲେ ଟଙ୍କାଟିଏ କେହି ସାହାର୍ଯ୍ୟ କଲେନି।

ଆଜି ମୃତ୍ୟୁ ପରେ ଲୋପାମୁଦ୍ରାଙ୍କ ଆତ୍ମା ଏମିତି କିଛି କହୁଥିବ। କାରଣ ଆଜି ଏଇ ବାପା ଜଣଙ୍କ ଛିଡା ହୋଇ ଏଭଳି ନିରୁପାୟ ହୋଇ କହୁଛନ୍ତି ମୋ ରୋଜଗାରିଆ ଝିଅ ଚାଲିଗଲା। ହେଲେ ଯିଏ ଏଇ ର୍ଘଟ-ଣା ଘଟାଇଛି ଯିଏ ମୋ ଝିଅର ଜୀବନ ନେଇଗଲା ସିଏ ସାହାର୍ଯ୍ୟ ବି ଟିକେ କଲାନି। ଆଉ ମୋ ଝିଅ ମେଡ଼ିକାଲରେ ଆଖି ବୁଜି ଦେଲା। ବାପାଙ୍କ କହିବା ଅନୁଯାୟୀ ଉକ୍ତ ଦୋ-ଷୀକୁ ଦ-ଣ୍ଡ ଦିଆଯାଉ।

ହଁ ଆଜ୍ଞା ଏଇ ଦାମୀ ଗାଡି ରେଞ୍ଜରୋଭର ଦ୍ରୁତ ଗତିରେ ଆସି ଝିଅକୁ ପି-ଟିଥିଲା। ଝିଇ ସହିତ ଥିଲେ କାହ୍ନୁଚରଣ ନାୟକ ଯିଏକି ଜଣେ ସି ଆଇ ଏଫ ଯବାନ। ଦୁଇ ଜଣ ଆହତ ହୋଇଥିଲେ ହେଲେ ଝିଅର ଜୀବନ ଚାଲି ଯାଇଛି ଆଜି। ଆଉ ଯବାନ କାହ୍ନୁଚରଣ ନାୟକ ଚିକିତ୍ସିତ ହେଉଛନ୍ତି।

ଯେଉଁ ଗାଡି ତଳେ ଝିଅର ଜୀବନ ଚାଲିଯାଇଥିଲା ସେହି ଗାଡିର ଦାମ ହେଉଛି ୩ କୋଟିରୁ ଉର୍ଦ୍ଧ କିନ୍ତୁ ଚିକିତ୍ସିତ ହେବା ସମୟରେ ଟଙ୍କାଟିଏ ବି ସାହାର୍ଯ୍ୟ କରିନଥିଲା। ଆଉ ଦେଖୁ ଦେଖୁ ଚାଲିଗଲା ଜୀବନ।

ହଁ ଆଜ୍ଞା ଘରର ସବୁଠାରୁ ମୂଲ୍ୟବାନ ଜିନିଷ ବିକି ସାରିବା ପରେ ମଧ୍ୟ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥର ଅ-ଭାବ ଦେଖାଗଲା। ଗାଡି ମାଲିକଙ୍କ ଆଗରେ ସହାୟତାର ନିବେଦନ ମାଗିଥିଲେ କାହ୍ନୁଚରଣଙ୍କ ଭାଇ। କାରଣ କାହ୍ନୁଚରଣ ଏବେବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ କୌଣସି ସାହାର୍ଯ୍ୟ ମିଳିନଥିଲା। ସାଧାରଣ ଲୋକଙ୍କୁ ସାହାର୍ଯ୍ୟର ନିବେଦନ କରିଛନ୍ତି କାହ୍ନୁଚରଣଙ୍କ ଭାଇ। ଯଦି କୌଣସି ସହଦିୟ ବ୍ୟକ୍ତି ସାହାର୍ଯ୍ୟ କରିବାକୁ ଚାହାନ୍ତି ତେବେ ସାହାର୍ଯ୍ୟ କରି କାହ୍ନୁଚରଣଙ୍କ ଜୀବନ ବଞ୍ଚାଇ ଦେବେ।

ହେଲେ ଲୋପାମୁଦ୍ରା ସାହୁଙ୍କ ଜୀବନ ଚାଲିଯାଇଛି। ଆଉ ବାପା ଚିତ୍କାର କରୁଛି ଆୟ କହୁଛି ମୋର ଝିଅର ଜୀବନକୁ ଶାନ୍ତି ମିଳିବନି। ଯେଉଁ ପର୍ଯ୍ୟନ୍ତ ଅଭି-ଯୁକ୍ତକୁ ଦ-ଣ୍ଡ ନଦିଆଯାଇଛି।

ତେବେ ଯାହା ଜଣା ପଡ଼ିଛି ରେଞ୍ଜରୋଭର ଗାଡିକୁ ଚଲାଉଥିବା ଡ୍ରାଇଭର ଜଣଙ୍କୁ ଗିର-ଫ କରିଛି ପୋ-ଲିସ। ହେଲେ ଏଇ ଗାଡି ଦୁର୍ଘ-ଟଣା ପରେ ଦୁଇଟି ୟାର ବ୍ୟାଗ କାହିଁକି ଖୋଲିଥିଲା। ଯଦି ଜଣେ କେବଳ ଗାଡି ଚଲାଉଥିଲେ ତେବେ ପାର୍ଶ୍ଵରେ କିଏ ବସିଥିଲେ ତାହା ଚର୍ଚ୍ଚା ହେଉଛି। ନାଁ ସେଇ ବ୍ୟକ୍ତି ଚଲାଉଥିଲେ ନାଁ ଯାହାକୁ ପୋ-ଲିସ ଏବେ ଗି-ରଫ କଲା ସିଏ ଚଲାଉଥିଲା। ଏ ଘଟ-ଣାକୁ ନେଇ ବହୁତ ଦ୍ଵନ୍ଦ ଉଠିଛି। ଏଇ ଘଟ-ଣା ପରେ ଗାଡିର ନମ୍ବର ବଦଳା କଥା ବି କୁହାଯାଉଛି।

Leave a Reply

Your email address will not be published. Required fields are marked *