ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଅପିଲ କଲେ ସୁର

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସାରା ଓଡ଼ିଶା ରେ ରାଜନୀତି କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଉ କିଛି ଦିନ ମଧ୍ୟରେ ସାରା ରାଜ୍ୟ ରେ ନିର୍ବାଚନ ଶେଷ ହୋଇ ଯିବ।ଏବେ ବିଭିନ୍ନ ରାଜନୈତିକ ଦଳ ର ନେତା ମାନେ ଅନ୍ୟ ଦଳ ର ବିରୋଧ ରେ ମତ ଦେଉଛନ୍ତି।

ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୁମତ ପାଇବାକୁ ପ୍ରାୟ ପ୍ରତ୍ୟେକ ଦଳ ଘନଘନ ଓଡ଼ିଶା ଗସ୍ତ ରାଜ୍ୟବାସୀଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସବୁଠୁ ଆଶ୍ଚର୍ୟ୍ୟର କଥା ଗୋଟିଏ ଶବ୍ଦ ଉପରେ ୩ ଦଳ ବେଶ ଗୁରୁତ୍ୱ ଦେଉଛନ୍ତି  । ସେ ଶବ୍ଦ ହେଉଛି ଗ୍ୟାରେଣ୍ଟି ।

୩ ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସ ଗ୍ୟାରେଣ୍ଟିକୁ ନେଇ ନିଜ ନିଜ ଇସ୍ତାହାର ଜାରି କରିଥିବା ବେଳେ ଏହି ଗ୍ୟାରେଣ୍ଟି ଶବ୍ଦକୁ ନେଇ ଏବେ ଚା ଖଟିଠୁ ଆପାର୍ଟମେଣ୍ଟ ଯାଏ ସବୁଠି ଚର୍ଚା ଜୋର ଧରୁଛି । ଏଇ ଶବ୍ଦକୁ ନେଇ କେତେ ତର୍କ କେତେ ବିତର୍କ । ଯେଉଁଠି ଦେଖ ଗ୍ୟାରେଣ୍ଟିକୁ ନେଇ ଆଲୋଚନା ଓ ସମୀକ୍ଷା । ତେବେ କାହା ଗ୍ୟାରେଣ୍ଟିରେ କେତେ ଦମ ସେଇଟା ବୁଝେଇବାକୁ ସବୁଦଳ ଲାଗିପଡିଛନ୍ତି ।

ତେବେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଜଟଣୀରେ ଏମିତି ଅପିଲ୍ କଲେ ବରିଷ୍ଠ ନେତା ସୁର ରାଉତରାୟ। ଆମର ନିର୍ବାଚନ ମଣ୍ଡଳୀ ସାରା ଓଡ଼ିଶାରେ ଦେଖେଇ ଦେବ ପ୍ରତି ଭୋଟରେ ଦେବା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାବାସୀ ମାନେ ଆପଣ ମାନେ ଆଶୀର୍ବାଦ କରନ୍ତୁ ଆମେ ଭୋଟରେ ଜୟଯୁକ୍ତ କରିବା।

ଆଉ ଭଲ କାମ କରିବା ଓଡ଼ିଶାକୁ ଆଗେଇ ନେବା। ବିରୋଧୀ ଦଳର ନେତାମାନେ ଆସିଛନ୍ତି। ବହୁତ୍ ମିଛ କଥା କହୁଛନ୍ତି । ଆପଣ ମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ସେ ଯେମିତି ଆପଣଙ୍କ ସୁଖ ଦୁଃଖରେ ସାମିଲ୍ ହେଇ ଆପଣଙ୍କ ପଛରେ ଠିଆ ହେବେ। ଜୟ ଜଗନ୍ନାଥ!

Leave a Reply

Your email address will not be published. Required fields are marked *