କି ରାଜନୀତିରେ ଭାଇ…ଓଡ଼ିଶାରେ ପିଇଗଲେ ୬୩୫ କୋଟିର ମଦ! ଏନେଇ ତଥ୍ୟ ଜାରି କଲା ରାଜ୍ୟ ମଦ ନିଗମ।

ମଦ ନିଶାରେ ଉବୁଟୁବୁ ଓଡିଶା। ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନାଁ ଖରା ପାଇଁ ଏତେ ମଦ ବେପାର। ଏ ରାଜନୀତି ନାଁ ଲୋକଙ୍କୁ ମଦୁଆ କରିବାର ଷଡ଼ଯନ୍ତ୍ର। ନାଁ ଲକ୍ଷ ଲକ୍ଷ ଲୋକଙ୍କୁ ବିପଦକୁ ଠେଲି ଦେବାର ପ୍ରୟାସ। ସତରେ କ’ଣ ଓଡିଶା ଗରିବ ରାଜ୍ୟ। ଯଦି ଗରିବ ହୋଇଥାନ୍ତା ତାହେଲେ କ’ଣ କୋଟି କୋଟି ଟଙ୍କାର ମଦ ପିଇଥାନ୍ତେ ଏମାନେ? ଯେଉଁମାନେ ସବୁ ପିଉଛନ୍ତି ନିଜ ହାତରେ କିଣି ପିଉଛନ୍ତି। ନାଁ ଏମାନଙ୍କୁ କିଏ ମଦ କିଣି ଦେଉଛି।

ହଁ ଆଜ୍ଞା ମଦ ପିଇବାରେ ଏବେ ଓଡିଶାକୁ ପୁରସ୍କାର ମିଳିବା ଉପରେ। ମଦ ପିଇବାରେ ଏବେ ଓଡିଶା ସବୁ ରାଜ୍ୟକୁ ଟପି ସାରିଲାଣି ବୋଧେ। କାରଣ ଓଡିଶା ଗୋଟିଏ ମାସର ହିସାବରେ ଏତେ କୋଟି ଟଙ୍କାର ମଦ ପିଇଛି ଯାହାକୁ ଆପଣ ମାନେ ମଧ୍ୟ କେହି ତୁଳନା କରିପାରିବେ ନାହିଁ। କୋଟିଏ କି ଦୁଇ କୋଟି ନୁହେଁ ଆଜ୍ଞା ଏପ୍ରିଲ ମାସର ହିସାବରେ ଓଡିଶା ୬୩୫ କୋଟି ଟଙ୍କାର ମଦ ପିଇଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଏମାନେ ସବୁ ଖରା ପାଇଁ ପିଉଛନ୍ତି ନାଁ ନିର୍ବାଚନ ଥିବାରୁ ଏମାନଙ୍କୁ ମଦ ଦିଆଯାଉଛି।

ମହାନଦୀ ସୁଖୀ ଆଁ କରିଛି ହେଲେ ଓଡ଼ିଶାରେ ଏବେ ମଦର ନଦୀ ବୋହୁଛି। ଯୁବକ ମାନଙ୍କ ଠାରୁ ବୁଢା ସମସ୍ତେ ସବୁ ଏବେ ମଦର ନିଶାରେ ଅନ୍ଧାର ଆଡ଼କୁ ଭାସି ଚାଲି ଯାଉଛନ୍ତି। ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବୁଦ୍ଧିଜୀବୀ ମାନେ।ଯଦି ଦେଖିବା ମଦ ମୁକ୍ତ ଓଡିଶା ପାଇଁ ବର୍ଷ ବର୍ଷ ଧରି ଓଡ଼ିଶାରେ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ କରୁଛନ୍ତି ଯାହା ସାରା ଓଡ଼ିଶା ଉପରେ କାହିଁକି ତିଳେ ହେଲେ ମାତ୍ର ପ୍ରଭାବ ପଡୁନାହିଁ।

ରାଜ୍ୟ ମଦ ନିଗମ ତଥ୍ୟ ସବୁକିଛି ସଫା ସଫା ଦେଖାଉଛି। ତଥ୍ୟ ମୁତାବକ ଗତ ଏପ୍ରିଲ ମାସରେ ଓଡ଼ିଶାରେ ଲୋକେ ୬୩୫ କୋଟିର ଟଙ୍କାର ମଦ ପିଇ ଦେଇଛନ୍ତି। ସେଥିରୁ ୨୮୩ କୋଟିର ଟଙ୍କାର ଲିକର ବା ହାଡ଼ ମଦ ଏବଂ ୩୫୨ କୋଟି ଟଙ୍କାର ବୀୟର ରହିଛି।ସେପଟେ ଏମିତି ତଥ୍ୟ ପ୍ରକାଶ ପାଇବା ପରେ ଗୋଟିଏ ପକ୍ଷ ଯୁକ୍ତି କରୁଛନ୍ତି କି ରାଜ୍ୟରେ ପ୍ରବଳ ଖରା ହେଉଥିବାରୁ ବୀୟର ବିକ୍ରିର ପରିମାଣ ଅଧିକ ହେଉଛି।

ସେହିଭଳି ଆଉ ଗୋଟିଏ ପକ୍ଷ ମତ ଦେଇଛନ୍ତି କି ରାଜ୍ୟରେ ନିର୍ବାଚନ ଥିବାରୁ ଭୋଟର ମାନଙ୍କୁ ମଦ ମାଂସ ଦିଆଯାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ନେତାମାନେ।ତେବେ ରାଜ୍ୟରେ ଆହୁରି ୩ ପର୍ଯ୍ୟୟ ନିର୍ବାଚନ ବାକି ରହିଛି। ଏପ୍ରିଲ ମାସରେ ହିସାବ ଆଗକୁ ଆହୁରି ଅଧିକ ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Leave a Comment

Your email address will not be published. Required fields are marked *

Scroll to Top