ସାବଧାନ ସମୁଦ୍ର ହେଉଚି ଅଶାନ୍ତ, ଦାନା ବାନ୍ଧୁଛି ବଡ଼ ଲଘୁଚାପ

ସମୁଦ୍ରରେ ହଲଚଲ ଆସୁଛି ଘୂର୍ଣ୍ଣିଝଡ଼। ଦାନା ବାନ୍ଧୁଛି ବଡ଼ ଲଘୁଚାପ। ଆଗୁଆ ଆଲର୍ଟ କରାଇଲାଣି ପଣିପାଗ ବିଭାଗ। ଏହି ତାରିଖ ପାଇଁ ହୋଇ ଯାଆନ୍ତୁ ସତର୍କ। ସକାଳୁ ସକାଳୁ ବଦଳିଛି ପାଗର ମିଜାଜ୍। ଝିପିଝିପି ବର୍ଷା ସାଙ୍ଗକୁ ସୁଲୁସୁଲିଆ ପବନରେ ଦେହ ଶୀତେଇ ପଡୁଛି। ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଥିବା ବେଳେ ଆଉ କିଛି କିଛି ସ୍ଥାନରେ କୁଣ୍ଡାଝଡ଼ା ବର୍ଷା ହେଉଥିବା ଦେଖିବାକୁ ମିଳିଛି।

ଚାରିଆଡ଼େ ପାଗ ମେଘୁଆ ରହିଥିବା ବେଳେ ଥଣ୍ଡା ଅନୁଭୂତ ହେଉଛି। କାହିଁକି ନା ଆଜି ତାଣ୍ଡବ ରଚିବ କାଳବୈଶାଖୀ । ତେଣୁ ସକାଳୁ ସକାଳୁ ବଦଳି ଯାଇଛି ପାଗ। ଆଜି ବିଜୁଳି ଘଡ଼ଘଡ଼ି ପାଇଁ ତେର ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ମାତ୍ର ୧୮ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ। ତାତି ବଢ଼ିଲାଣି ଆହୁରି ବଢ଼ିବ। ୨୦ ତାରିଖ ବେଳକୁ ପଶ୍ଚିମରୁ ଉପକୂଳ ସବୁ ଜଳୁଥିବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ବେଳକୁ ବଲାଙ୍ଗୀରର ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ସେଲସିଅସ୍ ଛୁଇଁ ପାରେ।

ସେହିପରି ଭୁବନେଶ୍ଵରରେ ବି ପାରଦ ୪୦ ଟପି ପାରେ ବୋଲି ପୂର୍ବାନୁମାନ କରାଯାଇଛି। ହେଲେ ଏହା ପରେ ଧୀରେ ଧୀରେ ବଦଳିବ ପାଗ।ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନୁମାନ କରାଯାଉଛି ଯେ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଆସନ୍ତା ୨୫ତାରିଖରେ ପୂର୍ବଭାରତ ଉପକୂଳ ଆଡ଼କୁ ମୁହାଁଇ ପାରେ। ଏହା ଘନୀଭୂତ ହୋଇ ଅବପାତର ରୂପ ବି ନେଇ ପାରେ। କେତେକ ମଡ଼େଲ୍ ଦର୍ଶାଉଛି ଯେ ଏହାର ଗତି ମିଆଁମାର କିମ୍ୱା ବଙ୍ଗଳାଦେଶ ଆଡ଼କୁ ରହିପାରେ।ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇ ପାରେ। ତେବେ ଅଧିକାଂଶ ମଡ଼େଲ୍ ଏ ପର୍ଯ୍ୟନ୍ତ ଗତିପଥ ନେଇ କୌଣସି ସ୍ପଷ୍ଟ ଆକଳନ କରି ପାରି ନାହାଁନ୍ତି। ସମ୍ଭାବ୍ୟ ପାଣିପାଗ ଚିତ୍ର ଉପରେ ସଭିଙ୍କ ନଜର ରହିଛି।

କାରଣ ଆସନ୍ତା ୨୫ତାରିଖରେ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ସହ ୪୨ଟି ବିଧାନ ସଭା ଆସନରେ ଭୋଟ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଅନୁମାନ କରାଯାଇଛି ଯେ ଆସନ୍ତା ମେ ୩୧ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରି ପାରେ। ଏଭଳି ପୂର୍ବାନୁମାନ ଚାଷୀକୂଳକୁ ଆଶ୍ୱସ୍ତି କରିଛି। କେରଳକୁ ମୌସୁମୀ ଆଗମନର ସ୍ଵାଭାବିକ ସମୟ ଜୁନ ୧।ଗତ ବର୍ଷ ଆଠ ଦିନ ବିଳମ୍ବ ହୋଇଥିଲା । ଜୁନ୍ ୮ରେ ମୌସୁମୀ କେରଳ ଛୁଇଁ ଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିପାରେ।

Leave a Reply

Your email address will not be published. Required fields are marked *