କୋରେଇ ନିର୍ବାଚନ ମଣ୍ଡଳୀରେ କିଏ ଜିତିବ..? ଆକାଶ ନାଁ ସନ୍ଧ୍ୟାରାଣୀ କହିଦେଲେ ଦିଲ୍ଲୀପ ହାଲି ।

ପାଖଉଛି ନିର୍ବାଚନ । ସରଗରମ ପ୍ରଚାର ମଇଦାନ । ଗାଁଠୁ ସହର ସବୁଠି ଜୋରଦାର ପ୍ରଚାର । ଭୋଟ ହାତେଇବାକୁ ଜନତାଙ୍କ ନିକଟତର ହେଉଛନ୍ତି ନେତା । ତେବେ ବନ୍ଧୁଗଣ ଖବର ମୁତାବକ ଆଗାମୀ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ଏହି ଘୋଷଣାରେ କୋରେଇ ଆସନରେ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରାଣୀ ଦାସଙ୍କୁ ଏହି ଆସନରୁ ଟିକେଟ୍ ଦେଇଛି ଦଳ । ତେବେ ପ୍ରାର୍ଥୀ ଘୋଷଣା ପରେ ବିଜେଡି ଟିକେଟରେ ମୈଦାନକୁ ଓହ୍ଲାଇଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏହାର ମାତ୍ର କିଛି ସମୟ ପରେ ସବୁ କିଛି ସ୍ପଷ୍ଟ ହୋଇ ଯାଇଥିଲା ।

କୋରେଇ ଆସନରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ସନ୍ଧ୍ୟାରାଣୀ ହେଉଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସଙ୍କ ମାଆ । ସନ୍ଧ୍ୟାରାଣୀଙ୍କ ଅନ୍ୟ ଏକ ପରିଚୟ ହେଉଛି, ସେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ଗୋଟିଏ ସମୟରେ ଜନତା ଦଳର ସଭାପତି ଥିବା ଦିବଂଗତ ଅଶୋକ ଦାସଙ୍କ ପତ୍ନୀ ।

ତେବେ ପୂର୍ବରୁ ଆଦୌ ଚର୍ଚ୍ଚାରେ ନଥିବା ସନ୍ଧ୍ୟାରାଣୀଙ୍କୁ ହଠାତ୍ କୋରେଇ ବିଧାନସଭା ଆସନରୁ ବିଜେଡି କାହିଁକି ପ୍ରାର୍ଥୀ କଲା ଏବଂ ଏହା ପଛରେ କଣ କାରଣ ରହିଛି ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଇତି ମଧ୍ୟରେ କୋରେଇ ନିର୍ବାଚନ ମଣ୍ଡଳୀରେ କିଏ ଜିତିବ ଅଭିନେତା ଆକାଶ ନାଁ ସନ୍ଧ୍ୟାରାଣୀ ଏନେଇ ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀପ ହାଲି । ନିକଟରେ ଗଣମାଧ୍ୟମ ସାମ୍ନାରେ ସାକ୍ଷାତକାର ଦେଇ ଦିଲ୍ଲୀପ କହିଛନ୍ତି ଯାଜପୁର ନିର୍ବାଚନ ମଣ୍ଡଳୀରେ ୩ଟି ପରିବାର ଶରତ ରାଉତ, ପ୍ରଫୁଲ୍ଲ ଘଡେ଼ଇ ଓ ଅଶୋକ ଦାସ ପ୍ରଭାବଶାଳୀ ପରିବାର ।

ଏମାନେ ନେତାରୁ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଅଶୋକ ଦାସ ଜଣେ ଜମିଦାର ପରିବାରର ଲୋକ ସେ ନିର୍ବାଚନ ୫ଥର ଜିତିଛନ୍ତି । ପ୍ରଣବ ଦାସଙ୍କ ମା ଯେଉଁ ଠିଆ ହେଇଛନ୍ତି କୋରେଇରେ ଆକାଶ ଦାସଙ୍କ ବିପକ୍ଷରେ ସେ ଭାବୁଛନ୍ତି ସନ୍ଧ୍ୟାରାଣୀ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେବେ । ଏଥିପାଇଁ ଯେ ଅଶୋକ ଦାସଙ୍କର ସ୍ତ୍ରୀ ପୁଣି ଏକତ୍ରିତ ହୋଇ ଲଢ଼ିବେ । ଆଉ ଏଇ ଜିତିବା ଟା ହେବ ନବୀନ ବିଜୁଙ୍କ ଗୋଟେ ଶ୍ରେୟ । କାରଣ ତାଙ୍କ ପରିବାରଟା ହେଉଛି ବିଜୁ ପଟ୍ଟନାୟକଙ୍କ ପ୍ରତି ଉତ୍ସର୍ଗୀକୃତ । ପ୍ରଣବ ଦାସ ସାଂଗଠନିକ କ୍ଷେତ୍ରରେ ନବୀନଙ୍କ ପ୍ରତି ମଧ୍ୟ ଉତ୍ସର୍ଗୀକୃତ । ଯାହା ଫଳରେ ତାଙ୍କ ମାଙ୍କୁ ସେଠାରେ ଟିକେଟ୍ ଦେଇଛନ୍ତି । ଆଉ ତାଙ୍କ ମାଆ ନିଶ୍ଚିତ ଭାବରେ ବହୁତ ଭୋଟରେ କୋରେଇ ନିର୍ବାଚନ ମଣ୍ଡଳୀରୁ ଜିତିବେ ବୋଲି କହିଛନ୍ତି ଦିଲ୍ଲୀପ ହାଲି ।

Leave a Reply

Your email address will not be published. Required fields are marked *