ଟିକେଟ ପାଇବାପରେ ବିରୋଧକୁ ନେଇ ଏମିତି କହିଲେ ଅନନ୍ତ ନାରାୟଣ ଜେନା ।

ଭୁବନେଶ୍ୱର ମଧ୍ୟ ଟିକେଟ ପାଇଁ ଚାଲିଥିଲା ଜୋରସୋର କସରତ । କାହାକୁ ଏହି ଆସନରୁ ବିଜେଡି ଟିକେଟ ଦେବ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଶେଷରେ ସବୁ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ବିଜେଡି ଏହି ଆସନ ପାଇଁ ବିଧାନସଭା ଟିକେଟ ଘୋଷଣା କରିଛି । ବିଜେଡି ପୁଣି ଏହି ଆସନରୁ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛି । ବହୁ କସରତ ପରେ ବିଜେଡି ଶେଷରେ ଅନନ୍ତ ଜେନାଙ୍କୁ ଏହି ଆସନ ପାଇଁ ପୁଣି ବାଛିଚି । ସୂଚନାଯୋଗ୍ୟ ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା ୨୦୧୯ରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଆଉ ବିଧାୟକ ହୋଇଥିଲେ ।

ତେବେ ଏହି ଆସନକୁ ବିଜେଡି ପୁଣି ନିଜ ଅକ୍ତିଆରକୁ ନେବାକୁ ଅନନ୍ତଙ୍କୁ ଭରସା କରିଛି । ତେବେ ଟିକେଟ ପାଇବା ପରେ ଗଣମାଧ୍ୟମ ସାମ୍ନାରେ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ସର୍ବ ପ୍ରଥମେ ସେ ମାନନୀୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିୟାନ ସାର ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜଣାଇଥିଲେ । ଆଉ ଯେତେ ଜଣ ତାଙ୍କ ଶୁଭାକାଙ୍କ୍ଖି ଅଛନ୍ତି ଯେଉଁମାନେ ଦିନରାତି ପୂଜା କରୁଥିଲେ ତାଙ୍କୁ ସେ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ ।

ଅନନ୍ତ ନାରାୟଣ ଜେନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଦୀର୍ଘ ୨୦ ବର୍ଷ ଧରି ଭୁବନେଶ୍ୱରରେ ରହି ଆସିଛନ୍ତି । ଏବଂ ପ୍ରତ୍ୟେକ ଲୋକ ମାନଙ୍କ ପାଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା ଗୁଡ଼ିକ କରିଛନ୍ତି ଆବାଳବୃଦ୍ଧବନିତାଙ୍କ ପାଇଁ ସେଇ ସୁବିଧା କେମିତି ପହଞ୍ଚି ପାରିବ ସେଇଟା ତାଙ୍କର ପ୍ରଥମ କର୍ତ୍ତବ୍ୟ । ଆଗାମୀ ଦିନରେ ଯେଉଁଟା ରାଜ୍ୟ ପାଇଁ ଭଲ ହେବ ଓଡ଼ିଶାର ରାଜଧାନୀ ଭୁବନେଶ୍ବରକୁ ଦେଖିବେ ବିଶ୍ୱର ମାନ୍ୟତା ପାଇଛି ଆଜି ସ୍ପୋର୍ଟସରେ ହେଉ କିମ୍ଵା ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ହେଲ୍ଥ ସେକ୍ଟର କିମ୍ଵା ଏଜୁକେସନ୍ ସେକ୍ଟର ହେଉ ସବୁ କ୍ଷେତ୍ରରେ ମାନ୍ୟତା ପାଇଛି ।

ତେଣୁ ମଧ୍ୟମ ନିର୍ବାଚନ ମଣ୍ଡଳୀ ଯେମିତି ସବୁଠାରୁ ଉନ୍ନତ ମାନର ହେବ ସବୁଠୁ ଉତ୍କୃଷ୍ଟ ମାନର ହେବ ଯାହା ଆବଶ୍ୟକତା ଅଛି ତାହା ପ୍ରତି ସମସ୍ତେ ଯତ୍ନବାନ ହେବା । ତେବେ ବିରୋଧୀଙ୍କୁ ନେଇ ଅନନ୍ତ ନାରାୟଣ ଜେନା କହିଛନ୍ତି କୌଣସି ବିରୋଧି ନୁହେଁ ସେ ମଧ୍ୟ ପାରିବାରର ସଦସ୍ୟ ଓ ତାଙ୍କ ଭାଇ ଭଉଣୀମାନେ । ତାଙ୍କର କୌଣସି ତ୍ରୁଟି ପାଇଁ ସେମାନଙ୍କ ମନରେ ଦୁଃଖ ଥିବ ତେଣୁ ସେ ସେମାନଙ୍କ ପାଖରେ କ୍ଷମା ମାଗିଥିଲେ । ସେ ତ୍ରୁଟିକୁ ସେ ନିଶ୍ଚିତ ଭାବରେ ସୁଧାରିବା ପାଇଁ ଚେଷ୍ଟା କରିବେ ।

Leave a Reply

Your email address will not be published. Required fields are marked *