ସମାଚାରସ୍ପେଶାଲ ରିପୋର୍ଟ

କିଏ ସେ କିନ୍ନର ଯିଏ ମୋଦୀଙ୍କ ସହ କରିବେ ଲଢେଇ

କିଏ ସେ କିନ୍ନର ଯିଏ ମୋଦିଙ୍କ ସହ ଲଢ଼େଇ କରିବେ। ବେଦ ପୁରାଣରେ ପୁରା ମାହିର୍ ଏଇ କିନ୍ନର। ମୋଦିଙ୍କୁ ଦେବେ ବାରାଣାସୀ ଆସନରେ ଟକ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ଲୋକସଭା ଆସନ ପାଇଁ ଲଢ଼େଇ କରିବେ। ସମସ୍ତଙ୍କ ନଜର ବାରାଣାସୀ ଆସନ ଉପରେ ରହିଛି। ଆଉ ଏହାରି ଭିତରେ ଆସିଛି ବଡ଼ ଖବର। ବାରାଣାସୀ ଆସନରେ ମୋଦିଙ୍କୁ ଟକ୍କର୍ ଦେବେ ଜଣେ କିନ୍ନର। ଯିଏ ବେଦ ପୁରାଣରେ ପୁରା ମାହିର୍।

ତେବେ କିଏ ସେହି କିନ୍ନର ?ତେବେ ତାଙ୍କର ଦବଦବା କେତେ ରହିଛି ବାରାଣାସୀରେ ?ମୋଦିଙ୍କୁ ସେ କେତେଦୂର ପର୍ଯ୍ୟନ୍ତ ଟକ୍କର ଦେବେ ?ମୋଦୀଙ୍କ କ୍ରେଜ୍ ପୁରା ଦେଶରେ ରହିଛି। ହେଲେ ବାରାଣାସୀରେ କେତେ ରହିଛି ତାହା ଦେଖିବାକୁ ପଡ଼ିବ।କାରଣ ହିନ୍ଦୁ ଧର୍ମକୁ ପ୍ରତ୍ସାହନ କରୁଥିବା ଜଣେ କିନ୍ନର ଯିଏ ବେଦ ପୁରାଣରେ ପୁରା ପ୍ରଖର ସିଏ ଛିଡ଼ା ହୋଇଛନ୍ତି ଲୋକସଭା ଆସନରୁ। ହଁ ଆଜ୍ଞା ଆମେ କହୁଛୁ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାକ୍ଷୀଙ୍କ କଥା। ଯାହାଙ୍କୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଲୋକସଭା ଆସନ ପାଇଁ ଟିକେଟ ଦେଇଛି।

୧୨ ଏପ୍ରିଲରେ ବାରାଣାସୀରେ ପହଞ୍ଚିବେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାକ୍ଷୀ । ପ୍ରଥମେ ସେ କାଶୀ ବିଶ୍ଵନାଥଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବେ। ତେବେ ଏଇ କିନ୍ନର ମହାମଣ୍ଡଳେଶ୍ୱର କିଏ ଆସନ୍ତୁ ଜାଣିବା।ହିମାଙ୍ଗୀ ସାକ୍ଷୀ ହେଉଛନ୍ତି କିନ୍ନର ମହାମଣ୍ଡଳେଶ୍ୱର । ସେ ପାଞ୍ଚ ଭାଷାରେ ଭାଗବତ ଶୁଣାଇବାରେ ମାହିର୍। ତାଙ୍କ ମୁହଁରୁ ବେଦ ପୁରାଣ ବରଷି ଯାଏ।

ଏହା ସହ ସେ କିନ୍ନର ମାନଙ୍କର ହକ୍ ପାଇଁ ମଧ୍ୟ ଲଢ଼ି ଆସୁଛନ୍ତି।ହିମାଙ୍ଗୀ ସାକ୍ଷୀ କହିଛନ୍ତି ସେ କିନ୍ନର ମାନଙ୍କୁ ସମ୍ମାନ ଏବଂ ହକ୍ ଯୋଗାଇ ଦେବା ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କର ‘ବେଟି ବଚାଅ,ବେଟି ପଢ଼ାଅ’ ନାରା ବହୁତ୍ ଭଲ। ହେଲେ ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ‘କିନ୍ନର ପଢ଼ାଅ,କିନ୍ନର ବଚାଅ’ ନାରାକୁ ବୁଝି ପାରି ନାହାଁନ୍ତି। ଯାହା ଆମ ପାଇଁ ବହୁତ ଦୁଃଖଦ କଥା।

ହିମାଙ୍ଗୀ ସାକ୍ଷୀ ଆହୁରି ମଧ୍ଯ କହିଛନ୍ତି କି ସେ ମୋଦିଙ୍କ ବିରୁଦ୍ଧରେ ନାହାଁନ୍ତି କିନ୍ନରମାନଙ୍କ ସ୍ଥିତି ବହୁତ୍ ଦୟନୀୟ ଅବସ୍ଥାରେ ରହିଛି ଏ ଦେଶରେ। ସେଥିପାଇଁ କିନ୍ନରମାନଙ୍କ ପାଇଁ ମଧ୍ୟ ଏକ ସିଟ୍ ସଂରକ୍ଷିତ ରହିବା ଦରକାର। ଯାହାଫଳରେ ଲୋକସଭାରେ ଆଉ ବିଧାନସଭାରେ କିନ୍ନରମାନେ ସେମାନଙ୍କର ସ୍ୱରକୁ ଉଠାଇ ପାରିବେ। ଆଉ ସେଥିପାଇଁ ମୁଁ ଏବେ ଧର୍ମରୁ ଆସି ରାଜନୀତିରେ ପାଦ ଥାପିବାକୁ ଯାଉଛି।

Leave a Reply

Your email address will not be published. Required fields are marked *