ପୁତୁରା ଉପରେ ଗର୍ଜିଲେ ସୁର, ଜଟଣୀ କାହା ବୋପାର ପିମ୍ପୁଡ଼ି ହେଇକି…
ପିମ୍ପୁଡ଼ି ରାଙ୍କର ଲୋକ ତମେ ହାତୀ ଭଳିଆ କଥାବାର୍ତ୍ତା କହୁଛ। ମୁଁ କହି ପାରିବିନି ମୁଁ ମୋ ଏରିଆରେ ବୁଲୁଥିଲି।କେତେବେଳେ କେତେ ପ୍ରକାର ଅପ୍ରୀତିକର ଘଟଣା ସେଠି ହେଇଛି ତାହା ଠିକ୍ ନାହିଁ। ମୁଁ ପଚାଶ ବର୍ଷ ହେଲା ପତାକା ଧରି ସେଠି ଅଛି। କେତେ ଯେ ଗଣ୍ଡଗୋଳ ହେଇଛି, ପୋଡ଼ାଜଳା ହେଇଛି ତାର କିଛି ମାନେ ନାହିଁ। କିଏ ଏତେ ଟିପ୍ପଣୀ ଦେବ,ସେଥିରେ ଆବଶ୍ୟକ ନାହିଁ। ଅଶୋକ ମଙ୍ଗରାଜ ଆସିଥିବେ । କଂଗ୍ରେସଟି ସମସ୍ତଙ୍କର। ସମସ୍ତେ ଆସୁଛନ୍ତି ଯାଉଛନ୍ତି। ସିଏ ଗୋଟେ ଚାଳିଶ ବର୍ଷର କଂଗ୍ରେସ୍ କର୍ମୀ।
ଚାଳିଶ ବର୍ଷର ଜଟଣୀ ମ୍ୟୁନିସିପାଲିଟିର କଂଗ୍ରେସ୍ ସଭାପତି। ତା ଦାନ ଅତୁଳନୀୟ। ସେଠି ଯେଉଁ ଗୁଡ଼ାକ ହୋହାଲ୍ଲା ହେଉଛନ୍ତି ସେମାନେ କଂଗେସ ଅଫିସ୍ କେବେ ଦେଖି ନାହାଁନ୍ତି। କଂଗେସର ମେମ୍ବର୍ ନୁହଁ। କଂଗେସରେ କେବେ ରହି ନାହାଁନ୍ତି। କିଏ କାହାକୁ ଧରି ଆଣିଲାନି ମିଶେଇବା ପାଇଁ। କିଏ କହିଲାଣି ମୁଁ ଯାଇ ବାଡ଼େଇକି ନେଇ ଯିବି ।ଏମିତି ବାଡ଼େଇକି ନେଇ ଯିବୁ କେତେ ଜୋର୍ କି ତୋର। ଆରେ ଏଇଟା ବିରାଟ ଭୁବନେଶ୍ଵର ସହର। ପଚାଶ ବର୍ଷ ଧରି କଂଗ୍ରେସ ପତାକା ଧରି ଏ ଛାତି ଉପରେ ମୁଁ ରହିଛି ।
କେତେ ଆଘାତ କେତେ ପ୍ରତିଘାତ ଗଲାଣି ଆମେ ଅଛୁ, ରହିଥିବୁ। ଏଇନେ ଜଟଣୀ ଆସୁଛି। କିଏ ବିରୋଧ କଲା ବାଲା ଅଛିରେ। କିଏ ଅଛିରେ ଭୁବନେଶ୍ୱରଠୁ ପୁରୀ ଭିତରେ ନୟାଗଡ଼ ପର୍ଯ୍ୟନ୍ତ କିଏ ଅଛି ଡାକ। ଜଗନ୍ନାଥ ଲାଲା, ମାଆ ଦକ୍ଷିଣଚଣ୍ଡୀ , ଦୁର୍ଗା, ଲକ୍ଷ୍ମୀ ମୋ ଦେବତା ମୁଁ ପୂଜିକି ମୁଁ ସେବା କରେ ।
ମୁଁ ଗୁଣ୍ଡା ନୁହଁ କାହାକୁ ଧମକେଇ ବି ୟା ବୋଲି ମୋତେ କିଏ ରୋକି ଦେବ କେହି ଜନ୍ମ ହେଇନି। ଚାରିଆଡ଼େ ଯେଉଁ ଗାଁକୁ ଯିବ, ଯେଉଁ ସହରକୁ ଯିବ ଲୋକଙ୍କର ସମ୍ମତି ନାହିଁ ତ ମୁଁ କଣ କରିବି। ମୋ ପୁଅ ସେ ଲୋକଙ୍କର ସାହାସ ହେଇ ସାରିଲାଣି । ନା ଗୋଟେ ପାଇକ ପୁଅ ସୁଯୋଗ ପାଇଛି ଭୁବନେଶ୍ଵର ସାଂସଦ ପାଇଁ ଆମେ ସମସ୍ତେ ଦଳ ହିସାବରେ ମୁଁ ଯୁଆଡ଼େ ଯାଉଛି ଏଇନେ ଜଟଣୀ ପ୍ରୋଗ୍ରାମକୁ ଆସୁଛି। ନାଇଁ ଆମେ ଆମର ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବୁ। ପାଣ୍ଡିଆନଙ୍କ ନେତୃତ୍ୱରେ ରାଜ୍ୟରେ ବହୁତ୍ ବିକାଶ ଘଟିଛି। ମନ୍ମଥ ରାଉତରାୟ ଗୋଟେ ଶାସକ ଦଳରୁ ଠିଆ ହୋଇଛି। ତାଙ୍କ ଦଳ ଲୋକ ଅଛନ୍ତି। ଅବିବେକ କଥା କହିବାର ନାହିଁ ଭଦ୍ର ଭାବରେ ଭୋଟ ମାଗୁଛୁ।