ମେଲୋଡି ବେଳେ ସଂସାର ଉଜୁଡ଼ି ଗଲା…

ଗାଁରେ ଦୋଳ ଯାତ୍ରା ହେଉଥିଲା। ସମସ୍ତ ଗ୍ରାମବାସୀ ମାନେ ଦୋଳ ଯାତ୍ରାକୁ ଉପଭୋଗ କରୁଥିଲେ। ରାତିରେ ମଧ୍ୟ ଗାଁରେ ଅପେରା ପଡ଼ିଥିଲା। ଗାଁର ସମସ୍ତ ଲୋକେ ଅପେରା ଦେଖୁଥାନ୍ତି। ହେଲେ ଠିକ୍ ସେହି ସମୟରେ ଘରେ ପଶିଗଲେ ଚୋର। ଘରର ସମସ୍ତ ସଦସ୍ୟ ଯାତ୍ରା ଦେଖୁଥିବା ସମୟରେ ଘରେ ଅଚାନକ ଚୋର ପଶି ବୁଲାଇ ଦେଲେ କଳାକନା। ଏଇ ଦେଖନ୍ତୁ କବାଟର ତାଲା ଭାଙ୍ଗି ଚୋରମାନେ କେମିତି ଫୋପାଡ଼ି ଦେଇଛନ୍ତି।

ଆଉ ଘରେ ସବୁ ଯାହାଥିଲା ସୁନାଗହଣା ସବୁ ଧରି ଚମ୍ପଟ ମାରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀଥାନା ଅଧୀନରେ ଥିବା ବାଆଁରା ପଞ୍ଚାୟତର ଗୋମଡ଼ା ଗ୍ରାମରେ।ଗୋମଡ଼ା ଗାଁର ହରିଜନ ସାହିରେ ଥିବା କାର୍ତ୍ତିକ ଭୋଇଙ୍କ ଘରୁ ସୁନା ଗହଣା ଚୋରି କରି ଦେଇଛନ୍ତି ଚୋର। ନିଦ ମାଡ଼ିଲା ସେଠୁ ୧.୪୦ରେ ବାହାରିକି ଆସିଲି ଘରକୁ । ଘରକୁ ଆସି ପହଞ୍ଚିଲା ବେଳକୁ ଘର ମେଲା ହୋଇଛି, ତାଲା ଭଙ୍ଗା ହୋଇଛି।

ଭିତରେ ଦେଖିଲା ବେଳକୁ ଘରେ ସୁନା କି ପଇସାପତ୍ର କିଛି ନାହିଁ। ତାଲା ଭାଙ୍ଗି, ଆମ ଗଡ୍ରେଜ୍ ଭାଙ୍ଗି ଚୋର ମୋର ସବୁ ଲୁଟି ନେଇଛି। ସାଙ୍ଗେ ସାଙ୍ଗେ ଆମେ ଗଲୁ କୋଇମୁଣ୍ଡି ଥାନାକୁ। ସେଠି ଅଭିଯୋଗ କଲୁ। ବର୍ତ୍ତମାନ କିଛି ହେଇ ପାରିବ ନାହିଁ। ମୋ ପୁଅ ଫୋନ୍ କରିବାଠୁ ଆସିକି ଦେଖିଲା ବେଳକୁ ଆମ ତାଲା ଭଙ୍ଗା ହୋଇଛି, କବାଟ ତେଢ଼ା ହୋଇଛି। ଆଉ ସବୁ ମୋର ଟଙ୍କା, ପଇସା ଯାହା ଥୁଆ ହୋଥିଲାସେଗୁଡ଼ାକ ସବୁ ନେଇ ଯାଇଛନ୍ତି। କାର୍ତ୍ତିକ ଭୋଇ ଘରୁ ରାତି ୨ଟା ବେଳେ ଚୋରି ହେଇଛି। ସବୁ ତାର ଜିନିଷପତ୍ର ସୁନା, ରୂପା, ଭଲ ମନ୍ଦ ସବୁ ଥିଲା। ହଁ ଆମେ ବି ଚାହୁଁଛୁ ସେ ତାଙ୍କର ଜିନିଷ ପତ୍ର ପାଇ ଯାଆନ୍ତୁ ହେଲେ ଗରିବ ଲୋକ।

ତେବେ ଅଧ ରାତିରେ ଘରେ ପଶି କଳାକନା ବୁଲାଇବା ପରେ ପରିବାର ଲୋକେ ଏବେ ଭାଙ୍ଗି ପଡିଛନ୍ତି । ତେବେ ଘରେ ଚୋରି ହୋଇଯିବା ପରେ କିଛି ସମୟ ପରେ କୋଇମୁଣ୍ଡି ଫାଣ୍ଡିକୁ ଯାଇଥିଲେ ପରିବାର ଲୋକେ। ଆଉ ଘରେ ଚୋରି ହୋଇଥିବା ଫାଣ୍ଡିରେ ଅଭିଯୋଗ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଚୋର ପାଖରେ ପହଞ୍ଚି ପାରିଲା ନାହିଁ କୋଇମୁଣ୍ଡି ଫାଣ୍ଡି ପୋଲିସ୍। ତେବେ ପରିବାର ଲୋକେ ଏବେ ଦାବି କରିଛନ୍ତି କି ଅଭିଯୁକ୍ତ ମାନଙ୍କୁ ଧରି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେବେ ଦେଖିବାକୁ ରହିଲା କୋଇମୁଣ୍ଡି ଫାଣ୍ଡି ଥାନା ପୋଲିସ ଅଭିଯୁକ୍ତ ମାନଙ୍କ ପାଖରେ କେବେ ପହଞ୍ଚୁଛି।

Leave a Reply

Your email address will not be published. Required fields are marked *