ଓଡ଼ିଶା ନିର୍ବାଚନ ବିମାନରେ ଆସୁଥିଲା ପୂଳା ପୂଳା ଟଙ୍କା…
ଓଡ଼ିଶାରେ ନିର୍ବାଚନ, ଆସୁଥିଲା ପୁଳା ପୁଳା ନୋଟ୍। ବିମାନରେ ଭୁବନେଶ୍ୱରକୁ ଆସୁଥିଲା ଧରା ପଡ଼ିଲା। ମାଡ଼ି ବସିଲା ଫ୍ଲାଇଂ ସ୍କ୍ୱାର୍ଡ। ବିମାନ ବନ୍ଦରରେ ବିଡ଼ା ବିଡ଼ା ନୋଟ୍। ମେସିନରେ ଗଣା ଚାଲିଛି ହେଲେ ସରୁ ନାହିଁ। ବ୍ୟାଗରେ ଭର୍ତ୍ତି ହୋଇ ଯାଉଥିଲା ଆଉ ଅଧା ରାସ୍ତାରେ ଧରା ପଡ଼ିଲା। ବ୍ୟାଗରୁ ବାହାରିଲା ପାଞ୍ଚ ଶହ ଟଙ୍କିଆ ନୋଟ୍ ବିଡ଼ା। ହଁ ଆଜ୍ଞା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଛି।
ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଜଣେ ବ୍ୟକ୍ତି ସାଙ୍ଗରେ ପଚାଶ ହଜାର ଟଙ୍କାରୁ ଅଧିକ ଟଙ୍କା ନେଇ ଯାଇ ପାରିବେ ନାହିଁ। ଯଦି ଯାଉଥିବେ ତାହାର ଉପଯୁକ୍ତ କାରଣ ଦର୍ଶାଇବେ। କିନ୍ତୁ ଜଣେ ବ୍ୟକ୍ତି ବିଡ଼ା ବିଡ଼ା ନୋଟ୍ ନେଇ ଯାଉଥିବା ବେଳେ ତାହର ଉପଯୁକ୍ତ କାରଣ ଦର୍ଶାଇ ପାରିଲେ ନାହିଁ ଯାହା ଫଳରେ ଧରା ପଡ଼ିଛନ୍ତି। ବିମାନ ଯୋଗେ ମାଲକାନଗିରିରୁ ଭୁବନେଶ୍ଵର ଆସୁଥିଲା ନୋଟ୍ ବିଡ଼ା। ଆଉ ଜୟପୁରରେ ଧରା ପଡ଼ିଲା। ଟିକେ ଏଇ ଦୃଶ୍ୟକୁ ଦେଖନ୍ତୁ କେମିତି ବିଡ଼ା ବିଡ଼ା ନୋଟକୁ ମେସିନ୍ ଦ୍ୱାରା ଗଣା ଚାଲିଛି।
ଏ ହେଉଛି ଜୟପୁର ବିମାନ ବନ୍ଦର। ତେବେ ଟଙ୍କାର ମୂଲ୍ୟ ରହିଛି ନଅ ଲକ୍ଷ। ସୂଚନା ମୁତାବକ ଏହି ସବୁ ଟଙ୍କାକୁ ମାଲକାନଗିରିରୁ ଜଣେ ଜ୍ୟୋତିଷ ଡ଼ଃ.ମନୋଜ ଲେଙ୍କା ଭୁବନେଶ୍ଵରକୁ ନେଉଥିଲେ। ତେବେ ଏହି ଟଙ୍କାକୁ ତାଙ୍କ ଫିସ୍ ବାବଦକୁ ମାଲକାନଗିରିର ଜଣେ ବ୍ୟବସାୟୀଙ୍କ ଠାରୁ ନେଉଥିଲେ ବୋଲି ସୂଚନା ମିଳିଛି। ହେଲେ ଫ୍ଲାଇଂ ସ୍କ୍ୱାର୍ଡ ଯେତେବେଳେ ପଚରା ଉଚରା କରିଥିଲା ସେହି ସମୟ ଭିତରେ ବ୍ୟକ୍ତି ଜଣକ ସଠିକ୍ ପ୍ରଶ୍ନର ଉତ୍ତର ଦେଇ ପାରି ନଥିଲେ।
ଯେଉଁଥି ପାଇଁ ଟଙ୍କାକୁ ଜବତ କରି ତାହାର ରସିଦ୍ ଉକ୍ତ ବ୍ୟକ୍ତିଙ୍କୁ ଦେବା ସହ ଟଙ୍କାକୁ ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଏହି ଟଙ୍କା ଏବେ ବ୍ୟକ୍ତି ଜଣକ ପାଇ ପାରିବେ ନାହିଁ। ଆମର ଜୟପୁର ବିମାନ ବନ୍ଦରରେ ବ୍ୟାଗ୍ ସ୍କାନିଂ ଟାଇମରେ ଆମକୁ ଖବର ମିଳିଥିଲା ଯେ ନଅ ଲକ୍ଷ ଟଙ୍କା ଅଛି। ସେ ଜଣକ ବ୍ୟକ୍ତି ଯିଏକି ନଅ ଲକ୍ଷ ଟଙ୍କା ନେଇ ଯାଉଥିଲେ ଯେହେତୁ ନିର୍ବାଚନ ଆଚରଣ ବିଧି ଲାଗିଛି କୌଣସି ବ୍ୟକ୍ତି ପଚାସ ହଜାର ଟଙ୍କାରୁ ଅଧିକ ଟଙ୍କା ନେଇ ଯାଇ ପାରିବେ ନାହିଁ।
ଆଉ ଯଦିବା ଯାଉଛନ୍ତି ସେ ତାର ସଂପୂର୍ଣ୍ଣ ବିବରଣୀ ଦେବେ। ତ ଆମର ଚେକିଂ ଟାଇମ୍ ଭିତରେ ସେ ତାର ସନ୍ତୋଷଜନକ ଜବାବ୍ ଦେଇ ପାରି ନାହାଁନ୍ତି । ସେଥିପାଇଁ ଆମର ଜିଲ୍ଲା ସ୍ତରୀୟ କମିଟି ଅଛି ତାକୁ ରେଫର୍ ହେଇଛି ଆଉ ସେଇ ପଇସା ଯେଉଁଟା ନଅ ଲକ୍ଷ ଟଙ୍କା ଥିଲା ସେଇଟା ସିଜ୍ ହେଇଛି। ଯେଉଁ ବ୍ୟକ୍ତିଙ୍କ ଠାରୁ ଜବତ ହେଲା ତାଙ୍କୁ ଅଟକ ନ ରଖି ସଂପୂର୍ଣ୍ଣ ବିବରଣୀ ଆମେ ରଖିଛୁ ଏବଂ ତାର ସବୁ ରସିଦ୍ ଦିଆ ଯାଇଛି।ଡିଷ୍ଟ୍ରିକ୍ଟ କମିଟିରେ ଶୁଣାଣି ହେବା ସମୟରେ ସେ ତାଙ୍କ ମତ ରଖି ଟଙ୍କା ନେଇ ପାରିବେ।