୩୫ ବିଧାନସଭା ଆସନରେ ବିଜେପି ଘୋଷଣା କରିନି। ବିଧାନସଭା ପ୍ରାର୍ଥୀ…ଏହି ମାନଙ୍କୁ ମିଳିପାରେ ଟିକେଟ।

ବିଜେପି ତାଲିକାରେ ୧୧୨ ବିଧାନସଭା ପ୍ରାର୍ଥୀ। ବାକି ୩୫ ଆସନରେ ହୋଇନି ପ୍ରାର୍ଥୀ ଚୂଡାନ୍ତ। ଏମାନଙ୍କୁ ମିଳିପାରେ ଦଳୀୟ ଟିକେଟ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବଜେପି ଆଜି ଓଡିଶା ପାଇଁ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ମୋଟ ୧୪୭ ଟି ବିଧାନସଭା ଆସନ ମଧ୍ୟରୁ ୧୧୨ଟିରେ ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ହେଲେ ବାକି ୩୫ ଟି ଆସନକୁ ନେଇ କେବେବି ସସପେନ୍ସ ଲାଗି ରହିଛି।

ତେବେ ଆସନ୍ତୁ ଜାଣିବା କେଉଁ ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା ହୋଇ ନାହାଁନ୍ତି ଏବଂ ଏହି ଆସନ ଗୁଡିକରେ କେଉଁମାନେ ଟିକେଟ ପାଇବାକୁ ଦାବିଦାର ଅଛନ୍ତି।ଯେଉଁ ୩୫ ଟି ବିଧାନସଭା ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ସେଗୁଡିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ ରାଉରକେଲା ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୪ ଟି ନିର୍ବାଚନ ମଣ୍ଡଳୀ ତେଲକୋଇ, ଘସିପୁରା, ପାଟଣା ଏବଂ ଚମ୍ପୁଆ ରହିଛି।

ସେହିପରି ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ସରସକୋଣା, ରାଇରଙ୍ଗପୁର, କରଞ୍ଜିଆ ବାଙ୍ଗିରିପୋଷିରେ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ଏହା ସହିତ ବାଲେଶ୍ଵର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଭୋଗରାଇ ଏବଂ ବସ୍ତାରେ ଦଳ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଭଦ୍ରକ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଭଣ୍ଡାରୀପୋଖରୀ ଓ ବାସୁଦେବପୁର ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା ବାକି ରହିଛି।ସେହିପରି ଯାଜପୁର ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ ବରୀ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ ହିନ୍ଦୋଳରେ ମଧ୍ୟ ବିଜେପି ପ୍ରାର୍ଥୀ ଚୟନ କରିନାହିଁ। ଏହା ସହିତ ନବରଙ୍ଗପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଝରିଗାଁ ଏବଂ ଡାବୁଗାଁରେ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଗଜପତି ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ ମୋହନାରେ ମଧ୍ୟ ଏଯାଏଁ ପ୍ରାର୍ଥୀ ଦେଇନାହିଁ ଦଳ।

ସେହିପରି ରାୟଗଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ରାୟଗଡା ଏବଂ ବିଷମକଟକ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କୋରାପୁଟ ଜିଲ୍ଲାର ୩ଟି ଲକ୍ଷ୍ମୀପୁର, କୋଟପାଡ଼ ଏବଂ ଜୟପୁର ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଚୟନ କରିନାହିଁ। ଏହା ସହିତ ମାଲକାନଗିରି ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡିରେ ବିଜେପି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହିଁ।

ତେବେ ଉପକୂଳ ଓଡ଼ିଶା କଥା ଯଦି ଦେଖାଯାଏ କଟକ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ବାରବାଟୀ- କଟକ ଏବଂ ସାଲେପୁର ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡା ଓ ରାଜନଗର ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଦେଇନାହିଁ। ସେହିପରି ଜଗତସିଂହପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମା ଏବଂ ଜଗତସିଂହପୁର ଆସନରେ ବିଜେପି ପ୍ରାର୍ଥୀ ଦେଇନଥିବା ବେଳେ ପୁରୀ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀ କାକଟପୁର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ।ଏହା ସହିତ ଭୁବନେଶ୍ୱର ସଂସଦୀୟ ଖୋର୍ଦ୍ଧା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ବେଗୁନିଆ ଓ ଖୋର୍ଦ୍ଧା ଆସନରେ ମଧ୍ୟ ବିଜେପିର ପ୍ରାର୍ଥୀ ଘୋଷଣା ବାକି ରଖିଛି।

ତେବେ ଯେଉଁ ଆସନ ଗୁଡିକରେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ସେଥିପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଦୌଡ଼ରେ ଦିଲ୍ଲୀପ ରାୟ ଦେବାଶିଷ ନାୟକ ଅନୁଭବ ମହାନ୍ତି ପ୍ରଶାନ୍ତ ଜଗଦେଵ ଅରିନ୍ଦମ ରାୟ ପ୍ରେମାନନ୍ଦ ନାୟକ ସନାନ୍ତନ ମହାକୁଡ଼ ଏବଂ ବାଣିକଲ୍ୟାଣଙ୍କ ଭଳି ନେତା ରହିଥିବା କୁହାଯାଉଛି। କାରଣ ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ଏହି ନିକଟରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତେଣୁ ଏମାନଙ୍କୁ ଦଳ ବାକି ଥିବା ବିଧାନସଭା ଆସନରେ ପ୍ରାର୍ଥୀ କରିବା ଏକ ପ୍ରକାରର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *