ଟିକଟ ମିଳିଲା ପରେ ସିଦ୍ଧାନ୍ତ ଏମିତି କହିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ, ଯାହା ପାଇଁ ସେ ରାଜନୀତିରୁ…।

ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ଇଛା ପୂରଣ କରିବେ ସିଦ୍ଧାନ୍ତ। ବଦଳି ଯାଇଛି ଦଳ କିନ୍ତୁ ମନେ ଅଛି ପୁରୁଣା କଥା। ଏଥର ଜିତିଳେ ବିଧାୟକ ଭାବେ କରିବେ ସେବା। ସିଦ୍ଧାନ୍ତ କହିଲେ ମୋର ସୌଭାଗ୍ୟ ମୁଁ ଏଇଠୁ ଲଢ଼ିବି।ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ଲଢ଼ିବେ ସିଦ୍ଧାନ୍ତ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ବିଜେପିରେ ଯୋଗ ଦେବା ଆଗରୁ ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ଲୋକେସଭା ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିସାରିଥିଲା ତେବେ ଏତେ ଚର୍ଚ୍ଚା ଭିତରେ ସିଦ୍ଧାନ୍ତଙ୍କୁ କେଉଁଠି ସୁଯୋଗ ମିଳିବ ନାଁ ଏଥର ମିଳିବନି ତାହାକୁ ନେଇ ହୋଇଥିଲା ଅନେକ ଚର୍ଚ୍ଚା। ହେଲେ ଏବେ ସିଦ୍ଧାନ୍ତଙ୍କୁ ସେହି ଅଞ୍ଚଳରୁ ଟିକଟ ମିଳିଛି ଯେଉଁ ଅଞ୍ଚଳ ପାଇଁ ବହୁତ ସମୟରୁ ଅପେକ୍ଷା କରିଥିଲେ ସିଦ୍ଧାନ୍ତ।

କାରଣ ଅଭିନେତା ରାଜନେତା ସିଦ୍ଧାନ୍ତ କହିଛନ୍ତି ଏ ହେଉଛି ସେହି ସ୍ଥାନ ଯେଉଁ ସ୍ଥାନରେ ସ୍ୱର୍ଗତ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଲଢ଼ିଥିଲେ। ସେ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜନୀତିକୁ ଆଣିଥିଲେ। ଏଭଳି କହି ସିଦ୍ଧାନ୍ତ ମହାପାତ୍ର ନିଜକୁ ସୌଭାଗ୍ୟ ବୋଲି କହିଛନ୍ତି। ଆଉ ସୁଯୋଗ ମିଳିଛି ସେହି ଅଞ୍ଚଳରେ ବିଧାୟକ ଭାବେ ଲଢ଼ିବେ ସିଦ୍ଧାନ୍ତ ଆଉ ଲୋକମାନଙ୍କର ସେବା କରିବେ। ଯାହା କେବେ ହୋଇନଥିଲା ତାହା ଏବେ କରି ଦେଖାଇବେ ସିଦ୍ଧାନ୍ତ।

ହଁ ଆଜ୍ଞା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଦିଗ ପହଣ୍ଡିରୁ ବିଜେପି ସିଦ୍ଧାନ୍ତଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଦୁଇଥର ସାଂସଦ ରହିଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଟକର ଦେବେ।

୨୦୦୯ ରେ ସୂର୍ଯ୍ୟନାରାୟଣ ସିଦ୍ଧାନ୍ତଙ୍କୁ ରାଜନୀତିକୁ ଆଣି ବିଜେଡିର ସାମିଲ କରିଥିଲେ। ଆଉ ସେହିଥର ନିର୍ବାଚନରେ ବ୍ରହ୍ମପୁରରେ ସାଂସଦ ଭାବେ ଲଢ଼ି ବିଜୟୀ ହୋଇଥିଲେ ସିଦ୍ଧାନ୍ତ। ପରେ ୨୦୧୪ ରେ ମଧ୍ୟ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିପ୍ଳବ ପାତ୍ର ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟରେ ଏଠାରେ ଦମଦାମ ଲଢେ଼ଇ ହେବ ବୋଲି ଚର୍ଚ୍ଚା ହେଉଛି।ତେବେ ୨୦୧୯ ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଏକ ଦିଗପହଣ୍ଡି ଆସନରେ ପିଙ୍କି ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ହେଲେ ଏଠାରେ ପିଙ୍କି ପ୍ରଧାନ ୪୦,୦୦୦ ରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ।ଏବେ ଦେଖିବାକୁ ବାକିରହିଲା ସିଦ୍ଧାନ୍ତ ଏବଂ ବିପ୍ଳବଙ୍କ ମଧ୍ୟରେ କେମିତି ହେଉଛି ଟକର।

Leave a Reply

Your email address will not be published. Required fields are marked *