ସରି ଆସୁଛିକି କଳିଯୁଗ । ଶ୍ରୀମନ୍ଦିରରୁ ପୁଣି ଥରେ ଖସିଲା ବିରାଟ ପଥର I
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି । ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି । ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି । ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି । ତେବେ ମାଳିକାରେ ଲେଖା ଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ୨୨ ପାହାଚରେ ମୀନ ଖେଳିବ । ଯାହା ଧିରେଧିରେ ମଧ୍ୟ ସତ ହେଉଥିବା କୁହାଯାଉଛି । ଆଜି ପୁଣି ଥରେ ବଡ଼ ଦେଉଳରୁ ପଥର ଖସିଛି ।
ତେବେ ଥରେ କି ଦୁଇଥର ନୁହେଁ ବାରମ୍ବାର ଖସୁଛି ପଥର । ପୂର୍ବରୁ ଖସିଥିଲା ଆଉ ଏବେ ବି ଖସିଲା । ସରି ସରି ଆସୁଛିକି କଳିଯୁ । କାରଣ ଯେତେବେଳେ ବି କିଛି ବିଘ୍ନ ହେବାକୁ ଯାଉଛି ପ୍ରଥମେ ଶ୍ରୀମନ୍ଦିର ସୂଚାଇ ଦେଇଛି । ଏଇ ଭିତରେ ମନ୍ଦିର ଉପରେ ଚିଲ ଉଡ଼ିଥିଲେ । ମନ୍ଦିରରେ ଫାଟ ଦେଖା ଯାଇଥିଲା ଆଉ ଏବେ ମନ୍ଦିରରୁ ପଥର ଖସିବା କଥା ସାମ୍ନାକୁ ଆସୁଛି । ପଥର ହେଲେ ମନ୍ଦିରର କେଉଁ ସ୍ଥାନରୁ ଖସିଛି ତାହା ଜଣା ପଡ଼ୁ ନାହିଁ ।
କାହା ଉପରେ ବି ପଥର ଖୁସୁ ନାହିଁ । ପଥର ଖସିବା ଦ୍ୱାରା ଆଜି ପର୍ଯ୍ୟନ୍ତ କାହାର ବି କିଛି କ୍ଷତି ହୋଇନାହିଁ । ପୁରା ଖୋଲା ସ୍ଥାନରେ ଖସୁଛି ପଥର । ଏହି ପଥର ଦକ୍ଷିଣ ପଶ୍ଚିମ ପଟ ମନ୍ଦିରରୁ ଖସିଛି ପଥର । ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଛି । ପଥର ଖସି ଏକାଦଶୀ ମନ୍ଦିର ଛାତ କଣା ହୋଇଯାଇଛି । ଯଦି ଦେଖିବା ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେହି ସ୍ଥାନରେ ପୁରୁଣା ପଥରକୁ କଢ଼ା ଯାଇ ନୂଆ ପଥର ମାନ ଲଗା ଯାଇଥିଲା । ଆଉ ସେହି ନୂଆ ପଥର ଗୁଡ଼ିକ ମଧ୍ୟରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।
ତେବେ ଏକାଦଶୀ ଛାତ ଉପରେ ପଥର ପଡ଼ିଥିବାରୁ କାହାର କିଛି କ୍ଷତି ହୋଇନାହିଁ । ସେପଟେ ସକାଳୁ ସକାଳୁ ଏଏସ୍ଆଇ ଟିମ ଏବଂ ମନ୍ଦିର ପ୍ରଶାସନ ପହଞ୍ଚି ଅନୁଧ୍ୟାନ କରିଛନ୍ତି କେଉଁଠୁ ପଥର ଖସିଛି । ପଥର ଖସିବାକୁ ଶ୍ରଦ୍ଧାଳୁ ମାନେ କଳିଯୁଗ ସରି ସରି ଆସୁଛି ବୋଲି କହିଛନ୍ତି । ସେମାନଙ୍କ କହିବା କଥା ବାରମ୍ବାର ମନ୍ଦିର ଫାଟୁଛି ପଥର ମଧ୍ୟ ଖସୁଛି । ଭଗବାନ କିଛି ଦର୍ଶାଇବାକୁ ଚାହୁଁଛନ୍ତି । ସେ କିଛି କହିବାକୁ ଚାହୁଁଛନ୍ତି । ତେବେ ମନ୍ଦିରରେ କାମ ଚାଲୁଥିବାରୁ ଏମିତି ସବୁ ହେବା ସ୍ୱଭାବିକ ବୋଲି ଅନ୍ୟ ଲୋମାନେ କହିଛନ୍ତି ।