କରିଥିଲେ ଜାଗର ଓଷା…ଫୁଲ ଭୋଗ ନେଇ ଯାଉଥିଲେ ମନ୍ଦିର ହେଲେ କରିପାରିଲେନି ଦର୍ଶନ । ଅଧାବାଟରେ…।

ସକାଳୁ ସକାଳୁ ବଜାରକୁ ଯାଇଥିଲେ । ଫୁଲ ଫଳ ନେଇ ଘରେ ପହଞ୍ଚିଥିଲେ । କାହିଁକି ନା ଥିଲା ମହାଦେବଙ୍କ ଜାଗର ପୂଜା । ଆଉ ସେ ଜାଗର ଓଷା କରିଥିଲେ । କିଛି ସମୟ ପରେ ସେ ପୁଣି ବାଇକ୍ ଯୋଗେ ଘରୁ ବାହାରି ପଡ଼ିଥିଲେ ଶିବ ମନ୍ଦିରକୁ । ମହାଦେବଙ୍କ ଦର୍ଶନ ପାଇଁ ବେଶ୍ ଉତ୍ସାହିତ ଥିଲେ ସେ ହେଲେ ସବୁ ଖୁସି ତାଙ୍କର ପାଣି ଫୋଟକା ପରି ଫାଟି ଗଲା । ମହାଦେବଙ୍କୁ ଦର୍ଶନ କରିପାରିଲେନି ତା ପୂର୍ବରୁ ହିଁ ଘଟିଗଲା ଅଘଟଣ । ଅଧା ବାଟରେ ଜଗି ବସିଥିଲା ଯମ ଆଉ ନେଇଗଲା ଜଣେ ବ୍ୟକ୍ତିଙ୍କ ଜୀବନ ।

ହଁ ଆଜ୍ଞା ସ୍ଵାମୀଙ୍କ ସହ ମନ୍ଦିର ଯିବାକୁ ସଜେଇ ହୋଇଥିଲା ସ୍ତ୍ରୀ କିନ୍ତୁ ଶିବରାତ୍ରୀରେ ସବୁଦିନ ପାଇଁ ସ୍ତ୍ରୀ ମଥାରୁ ଲିଭିଗଲା ସିନ୍ଦୂର । ତେବେ ବନ୍ଧୁଗଣ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁଦା ଛକ ନିକଟରେ । ବାଇକ୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି ଯାହା ଫଳରେ ଜଣେ ବାଇକ୍ ଆରୋହୀଙ୍କର ଜୀବନ ଚାଲି ଯାଇଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି ।

ତେବେ ମୃତ ବାଇକ୍ ଆରୋହୀ ଜଣକ ହେଲେ ଶାସନଦା ପଞ୍ଚାୟତର ସମିତି ସଭ୍ୟ ଅନନ୍ତ ଶେଖର ବେହେରା । ସୂଚନା ମୁତାବକ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁଦା ଛକ ନିକଟରେ ଥିବା ମାନୁ ରେଷ୍ଟୁରାଣ୍ଟ ଓ ବାର୍ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣାରେ ଜଣଙ୍କର ଅକାଳରେ ଜୀବନ ଚାଲିଗଲା ଆଉ ସେ ପୁଣି ଶାସନଦା ପଞ୍ଚାୟତର ସମିତି ସଭ୍ୟ । ଏନେଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏଭଳି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପ୍ରଥମେ ଅନନ୍ତଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଞ୍ଝାରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଯାଜପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୂର୍ବରୁ ଅନେକ ଥର ଏହି ସ୍ଥାନରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ମଦବାର ପାଇଁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *