ଡେମୋ ଦେଖାଉଛି ସଉତୁଣୀ ପୁଅ । ୨୬ଶହ କି.ମି ପାର ହେଇ ଚାଲି ଆସିଲା ପୁଅ ଆଉ ଆସିଲା ପରେ…।
ପ୍ରଥମେ ହତ୍ୟା ଆଉ ହତ୍ୟା କରିବା ପରେ ଦୋଷ ଲୁଚାଇବାକୁ ଫେରାର । ଆଉ ଏବେ ପୋଲିସ୍ ହାତରେ ଧରା ପଡ଼ିବା ପରେ ହତ୍ୟାକାଣ୍ଡର ସିନ ରିକ୍ରିଏସନ୍ କରୁଛି ହତ୍ୟାକାରୀ । ମର୍ଡର ସ୍ପଟ୍ ରେ ବୁଲି କେମିତି ଓ କିଭଳି ଭାବରେ ହତ୍ୟା କରିଛି ତାକୁ ଗୋଟି ଗୋଟି କରି ବଖାଣୁଛି । କେମିତି ଥିଲା ସେଦିନର ଭୟଙ୍କର ରାତି ଆଉ କେତେ ନୃଶଂସ ପାଲଟି ଯାଇଥିଲା ଏ ରାକ୍ଷସ ମଣିଷ । ଶେଷରେ ନିଜର ରକ୍ତ ସମ୍ପର୍କକୁ ମଧ୍ୟ ଭୁଲି ଯାଇଥିଲା ପୁଅ ଆଉ ମା’କୁ ହତ୍ୟା କରିବା ପାଇଁ ଦୀର୍ଘ ୨୬ ଶହ କିଲୋମିଟର ପାର୍ ହୋଇ ଚାଲି ଆସିଥିଲା କୁଳାଙ୍ଗାର ପୁଅ ଜଣକ । ସଉତୁଣୀ ପୁଅ ଚୋଟରେ ଚାଲିଗଲା ସଉତୁଣୀର ଜୀବନ ।
ହଁ ଆଜ୍ଞା ମାନିଆ ହତ୍ୟାକାଣ୍ଡର ଚାଲିଛି ସିନ ରିକ୍ରିଏସନ୍ । ପୋଲିସ୍ ହାତରେ ଧରା ପଡ଼ିଲା ଅଭିଯୁକ୍ତ ଫିଟାଉଛି ହତ୍ୟାର ରହସ୍ୟ । ସଉତୁଣୀର ପୁଅ ପାଲଟିଥିଲା ରାକ୍ଷସ ଆଉ ସମ୍ପତ୍ତି ପାଇଁ ସାରା ପରିବାରକୁ ସଫା କରିବାକୁ ଯୋଜନା କରେ । ପ୍ରତିଶୋଧ ପରାୟଣ ହୋଇ ବାଇକ୍ ଯୋଗେ ୨୬ ଶହ କିମି ଅତିକ୍ରମ କରି ସୂଦୂର ଚେନ୍ନାଇରୁ ଓଡ଼ିଶା ବାଇକ୍ ଯୋଗେ ଆସିଥିଲା ହତ୍ୟାକାରୀ । ସମ୍ପତ୍ତି ପାଇଁ ଅଭିଯୁକ୍ତ କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଜଣା ପଡୁଛି ।
ହଁ ଦର୍ଶକବନ୍ଧୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନାରେ ଏଭଳି ଘଟଣା ଘଟିଥିବା ବେଳେ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଛି ଅଭିଯୁକ୍ତ I ତେବେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସେହି ପରିବାରର ସ୍ୱର୍ଗତ ଅର୍ଜ୍ଜୁନ ବିଶ୍ଵାଳଙ୍କ ପୁଅ ବିକ୍ରମ ବିଶ୍ଵାଳ ଓରଫ ବୁଲା । ହତ୍ୟାର ଶିକାର ହୋଇଥିବା ମାନିଆ ବିଶ୍ଵାଳଙ୍କ ସଉତୁଣୀ ଅର୍ଥାତ୍ ସ୍ଵାମୀ ଅର୍ଜ୍ଜୁନ ବିଶ୍ଵାଳଙ୍କ ପ୍ରଥମ ସ୍ତ୍ରୀର ପୁଅ । ଅର୍ଜ୍ଜୁନ ବିଶ୍ଵାଳ ପୂର୍ବରୁ ବିକ୍ରମ ବିଶ୍ଵାଳଙ୍କ ମାଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ଭଉଣୀ ଓ ବିକ୍ରମ ଥିଲେ ।
ଆଉ ପୁଣିଥରେ ଅର୍ଜ୍ଜୁନ ବିଶ୍ଵାଳ ମାନିଆଙ୍କୁ ବିବାହ କରିଥିଲେ ଆଉ ତାଙ୍କ ଔରସରୁ ରାକେଶ ଜନ୍ମ ହୋଇଥିଲେ । ୮ ବର୍ଷ ତଳେ ଅର୍ଜ୍ଜୁନଙ୍କ ମୃତ୍ୟୁ ହେବାପରେ ବିକ୍ରମ ଓ ତାଙ୍କ ଭଉଣୀ ଅଲଗା ରହୁଥିଲେ । କିନ୍ତୁ ସମ୍ପତ୍ତିକୁ ନେଇ ଝାମେଲା ବଢୁଥିଲା । ତେବେ ବିକ୍ରମ ବାଇକ୍ ଯୋଗେ ଓଡ଼ିଶା ଆସି ଗତ ୧୯ ତାରିଖରେ ଗାଁ ମୁଣ୍ଡରେ ପହଞ୍ଚି ଯୋଜନା କରି ଛକି ବସିଥିଲା । ତେବେ ଏଭଳି ରକ୍ତପାତର କାରଣ ମୁଖ୍ୟ ହେଉଛି ସମ୍ପତ୍ତି ବୋଲି ଜଣା ପଡ଼ିଛି । ଏବେ ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଘଟଣାର ତଦନ୍ତ କରୁଛି ପୋଲିସ I