ଝଗଡ଼ା ରୁ ଆମ ପ୍ରେମ ଆରମ୍ଭ ହୋଇଥିଲା…

ଯାତ୍ରା ଦୁନିଆଁରେ ଫେମୋସ୍ ହେବା ପାଇଁ ଲୋକେ ଅନେକ ଷ୍ଟ୍ରଗଲ୍ କରନ୍ତି। ଆଉ ସେମାନେ ମଧ୍ୟ ଷ୍ଟ୍ରଗଲ୍ କରିଥିଲେ। ଡାନ୍ସ୍ କରୁ କରୁ ଅଭିନୟ ଦୁନିଆଁକୁ ପଳେଇ ଆସିଥିଲେ। ସେଇ ପେଣ୍ଡେଲ୍ ଉପରେ ନାଚୁଥିଲେ ଆଉ ସେଇ ପେଣ୍ଡେଲ୍ ଉପରେ ନାଟକ ମଧ୍ୟ ଆରମ୍ଭ କରିଥିଲେ। ତାପରେ ଲୋକଙ୍କର ତାଳି ତାଙ୍କ ଉପରେ ବରଷି ଥିଲା। ତାଙ୍କ ଅଭିନୟ ଉପରେ ବରଷି ଥିଲା। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ‘କାନ୍ଦନା ଲୁହ ସରିଯିବ’ର ସୁପର୍ ହିଟ୍ ନାଟକରେ ସେ ଅଭିନୟ କରୁଛନ୍ତି। ଏବଂ ଲୋକମାନଙ୍କୁ ନିଜ ଅଭିନୟରେ କନ୍ଦାଉଛନ୍ତି।

ମୋ ପାଖରେ ଅଛନ୍ତି ଦୁଇ ଜଣ କପଲ୍ ଯାହାଙ୍କୁ ଆପଣ ବହୁତ୍ ଭଲ ପାଇବା ଦିଅନ୍ତି ଅଭିନୟ ଦୁନିଆଁରେ। ମୋ ପାଖରେ ଅଛନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ମାମା ମ୍ୟାଡାମ୍ ଏବଂ କୁନୁ ଭାଈ। ତାଙ୍କ ସହିତ କଥା ହେବା ଯେ ଦୁଇ ଜଣ ଯାତ୍ରା ପେଣ୍ଡେଲରେ ହିଁ ଅଭିନୟ କରନ୍ତି ଆଉ ସେଇଠୁ ହିଁ ତାଙ୍କର ସମ୍ପର୍କ ଆରମ୍ଭ ହେଇଥିଲା। ଏବଂ ଦୁଇ ଜଣ ବାହାଘରରେ ମଧ୍ୟ ବାନ୍ଧି ହୋଇଛନ୍ତି। ଏମିତିକି ସେ ବର୍ତ୍ତମାନ ବାପା ମାଆ ମଧ୍ୟ ହେଇ ସାରିଲେଣି। କେତେ ଟଫ୍ ରହୁଛି ପରିବାର ସହିତ ଅଭିନୟକୁ କଣ୍ଟିନ୍ୟୁ କରିବା।

ଆମର ଅଭିନୟ ଯାତ୍ରାରେ ହେଇଗଲାଣି ପନ୍ଦର ବର୍ଷ। ଅଭିନୟରେ ଡାନ୍ସ୍ କରୁଥିଲୁ ପ୍ରଥମେ। ପାଞ୍ଚ ବର୍ଷ ଯାଏଁ ଡାନ୍ସ୍ କରିଛୁ। ତାପରେ ଅଭିନୟରେ ଦଶ ବର୍ଷ ହେଇଗଲାଣି। ହଠାତ୍ ଅଫର୍ ଆସିଲା,ଡାନ୍ସ୍ କରୁ କରୁ ଯେହେତୁ ମାଲିକ ମାନେ ଦେଖନ୍ତି କି ନୂଆ ହିରୋଇନ୍ ବାହାରିବା ପାଇଁ । ଫିଗର୍ ଦରକାର, କରି ପାରୁଥିବା ଦରକାର, ମାର୍କେଟକୁ ଆସି ପାରୁଥିବା ଦରକାର। ସେଥିପାଇଁ ପ୍ରଥମେ ମୋତେ ଛୋଟ ଶିଶୁ କଳାକାର ହିସାବରେ ମିଳିଥିଲା ଚାନ୍ସ୍ ଗୌରୀ ଗଣନାଟ୍ୟରେ। ସେଇଠୁ ମୁଁ ଆଉ ପଛକୁ ଫେରିନି

ସେଇ ଫାଷ୍ଟ ଗଣନାଟ୍ୟ ଥିଲା ‘ଶହେ ମାନସିକ ତୋରି ପାଇଁ’।ସେତେବେଳେ ମୋତେ ପ୍ରାୟ ପନ୍ଦର ବର୍ଷ ହେଇଥିଲା। ଯାତ୍ରାରେ ଫେମୋସ ହେବା ପାଇଁ ଲୋକମାନେ ଅନେକ ଚେଷ୍ଟା କରନ୍ତି। ଆପଣ ଦୁଇ ଜଣଙ୍କୁ କିଛି ଷ୍ଟ୍ରଗଲ୍ କରିବାକୁ ପଡ଼ିଥିଲା ଏତେ ଲୋକଙ୍କ ଭଲପାଇବା ପାଇବା ପାଇଁ।ହଁ ଷ୍ଟ୍ରଗଲ୍ ତ କରିବାକୁ ପଡ଼ିଥିଲା କାହିଁକି ନା ଏ ଲାଇନ୍ ତ ଷ୍ଟ୍ରଗଲ୍ ନକଲେ କିଛି ବି ହେଇ ପାରିବନି। କଳାକାର ମାନଙ୍କ ଲାଇନ୍ ହିଁ ସେଇୟା।

ଆମେ ବହୁତ୍ ଷ୍ଟ୍ରଗଲ୍ କରିଛୁ। ପ୍ରଥମେ ଗ୍ରୁପରେ ଡାନ୍ସ କରୁଥିଲୁ ତାପରେ ଡାନ୍ସରେ ଲିଡ୍ କଲୁ। ତାପରେ ଛୋଟ ଛୋଟ ଆକ୍ଟିଂ କଲୁ ଶିଶୁ କଳାକାରର। ତାପରେ ଆସ୍ତେ ଆସ୍ତେ ଏଇ ଲେବେଲରେ ମୋ ସକ୍ଷମ ଅନୁସାରେ ଯେତିକି ବର୍ତ୍ତମାନ କରୁଛି ସେଇଟା ଦର୍ଶକମାନେ ଦେଖୁଥିବେ। ସେଇଟା ଦର୍ଶକମାନଙ୍କ ବିଚାର। ମୁଁ ତ ନିଜେ କହିପାରିବିନି ମୁଁ ନିଜେ ଭଲ କରୁଛି ବୋଲି। ସେଇଟା ଦର୍ଶକଙ୍କ ଉପରେ ନିର୍ଭର କରୁଛି।ଆମ ଝଗଡ଼ାରୁ ଲଭ୍ ଷ୍ଟାର୍ଟ ହେଇଛି। ମୁଁ ବି ଡାନ୍ସ୍ କରୁଥିଲି ସେ ବି ଡାନ୍ସ୍ କରୁଥିଲେ। ଦୁଇ ଜଣ ଯାକ ଆମେ ଗୋଟେ ଗୀତରେ ଲିଡ୍ କରୁ। ସେମିତି ସେହି ଡାନ୍ସରୁ ହିଁ ଭଲ ପାଇବା। ସେଇ ପ୍ରଥମେ ଝଗଡ଼ା ତାପରେ ଆସ୍ତେ ଆସ୍ତେ ସେଇ ଡାନ୍ସରୁ ଭଲ ପାଇବା। ଭଲ ପାଇବାର ତିନି ମାସ ପରେ ବାହାଘର।

Leave a Reply

Your email address will not be published. Required fields are marked *