ମାର୍ଚ୍ଚ ମାସରେ ବାହାଘର ହୋଇଥାନ୍ତା ହେଲେ ହସ ପାଇଁ ଜୀବନ ଗଲା। ଘଟଣା ପରେ ମୁହଁ ଖୋଲିଲେ ଡାକ୍ତର, ପରିବାର କହିଲେ…।
ବାହାଘର ପୂର୍ବରୁ ନିଜ ହସକୁ ଆହୁରି ସୁନ୍ଦର କରିବାକୁ ଯାଇଥିଲେ ମେଡିକାଲ ହେଲେ କେମିତି ହୋଇଗଲା ତାଙ୍କର ମୃତ୍ୟୁ। କ’ଣ କହିଲେ ଡାକ୍ତର? କନ୍ୟାକୁ କହିଥିଲା ବର ବଦଳିଯିବ ମୋ ହସ। ଡାକ୍ତର ବି କହିଥିଲେ ତୁମ ହସ ହେବ ବହୁତ ସୁନ୍ଦର। ଅପରେସନ ଚାଲିଲା ଦିଆଗଲା ଇଞ୍ଜେକ୍ସନ। ହେଲେ ମେଡିକାଲ ବେଡ଼ରେ ବରର ଚାଲିଗଲା ଜୀବନ। ସୁନ୍ଦର ହସ ପାଇଁ କେମିତି ଗଲା ଜୀବନ। ଆଜି ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ।
ଏଇ ମାର୍ଚ୍ଚ ମାସରେ ବାହାଘର ହୋଇଥାନ୍ତା। କନ୍ୟା ବର ଫୋନରେ କଥା ହେଉଥିଲେ। ଆଉ ବର କନ୍ୟାକୁ କହିଥିଲେ ଦେଖିବ ମୁଁ ବେଦିରେ ବସିବା ଆଗରୁ ମୋ ଦାନ୍ତ ଆଉ ହସ ନୂଆ ରୂପ ହୋଇଯାଇଥିବ। ମୋ ହସ ପୁରା ସୁନ୍ଦର ହୋଇଯିବ। ତୁମେ ବି ମୋ ହସ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ଡାକ୍ତର କହିଛନ୍ତି ମୋ ହସ ମୁଁ ଯେମିତି ଚାହୁଁଛି ସେମିତି କରିଦେବେ। ହେଲେ ଏପଟେ ନିଜ ପରିବାରକୁ ମଧ୍ୟ ଏ କଥାକୁ ଲୁଚାଇଥିଲେ ବର। ଆଉ ମେଡିକାଲରେ ଚାଲିଲା ଅପରେସନ।
ପ୍ରଥମେ ବର ଯିଏକି ଲକ୍ଷ୍ମୀନାରାୟଣଙ୍କୁ ନିସ୍ତେଜ କରିବା ପାଇଁ ଇଞ୍ଜେକ୍ସନ ଦିଆଗଲା। ଆଉ ଅପରେସନ ପାଇଁ ସବୁକିଛି ଆରମ୍ଭ ହୋଇଗଲା। ହେଲେ ଯେଉଁ ଇଞ୍ଜେକ୍ସନ ଦିଆଗଲା। ତା’ପରେ ପରେ ଲକ୍ଷ୍ମୀନାରାୟଣଙ୍କ ହୃଦୟ ଚାଲିବା ବନ୍ଦ ହୋଇଗଲା। ତା’ ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ। ଏମିତି କେମିତି ହେଲା। ଯେତେ ଚେଷ୍ଟା କଲେ ବି ଲକ୍ଷ୍ମୀନାରାୟଣଙ୍କର ହୃଦୟ ଆଉ ଚାଲିନଥିଲା। ଆଉ ଡାକ୍ତର ବି ତାଙ୍କ ପରିବାରକୁ ଡାକି ପୁଅର ମୃତ ଶରୀରକୁ ହସ୍ତାନ୍ତର କରିଥିଲେ।
ହେଲେ ବାପା ମା’ ପୁରା ପରିବାର ମେଡିକାଲ ଆଗରେ ମୁଣ୍ଡ ପିଟି କାନ୍ଦୁଥିଲେ। କାରଣ ଏହି ଆସନ୍ତା ମାର୍ଚ୍ଚ ମାସରେ ପୁଅର ବାହାଘର ହୋଇଥାନ୍ତା ହେଲେ ପୁଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ପରିବାର ଲୋକେ।ହଁ ଆଜ୍ଞା ସ୍ମାଇଲିଂ ସର୍ଜରି ପାଇଁ ଲକ୍ଷ୍ମୀନାରାୟଣ ଡେଣ୍ଟଲ କ୍ଲିନିକକୁ ଯାଇଥିଲେ କିନ୍ତୁ ଆଉ ଫେରିଲେ ନାହିଁ। ସର୍ଜରି ସମୟରେ ତାଙ୍କର ମୃତ୍ୟୁ ଖବରଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସମସ୍ତଙ୍କୁ ଦୁଃଖ ଦେଇଛି। ବାସ ଆଉ କିଛି ଦିନ ପରେ ବାହା ବେଦିରେ ବସିଥାନ୍ତେ ଏହି ୨୮ ବର୍ଷୀୟ ଲକ୍ଷ୍ମୀନାରାୟଣ କିନ୍ତୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ପରିବାର ଲୋକେ ଡେଣ୍ଟଲ କ୍ଲିନିକ ବିରୋଧରେ ଅଭିଯୋଗ ଆଣିଛନ୍ତି।
ଏନେଇ ଡେଣ୍ଟଲ କ୍ଲିନିକ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଉଛି। ଡାକ୍ତର କହିଛନ୍ତି ଆମେ କିଛି ଜାଣିନାହୁଁ। ତେବେ ଏକଥାକୁ ନେଇ ପୋଲିସ ଅଧିକ ଛାନବିନ କରୁଛି। ତେବେ କୁହାଯାଉଛି ଆନେସେସିଆ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଛି ଯାହାକି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥି ସହିତ କହିଛନ୍ତି ପୁଅ ସମ୍ପୂର୍ଣ୍ଣ ଭଲ ଥିଲା। ତା ସ୍ୱାସ୍ଥ୍ୟ ଠିକ ଥିଲା। ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ଡାକ୍ତର ଅବହେଳା କରିଲେ ସେଥିପାଇଁ ପୁଅର ଜୀବନ ଚାଲିଗଲା। ଆଉ ଏହି ଅଭିଯୋଗକୁ ନେଇ ପୋଲିସ ଛାନବିନ ଆରମ୍ଭ କରିଦେଇଛି।