ରାଣୀ ପଣ୍ଡା କ’ଣ ପ୍ରକୃତରେ ଜାଣିଶୁଣି ଡ୍ରେସ୍ ଖୋଲିଥିଲା ନା ଜାଣିଶୁଣି କାହାର କାନ କାମୁଡିଥିଲା… ।

ବିବାଦୀୟ ନାଁରୁ ବିବାଦୀୟ ନାଟକ । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା । ଆଜ୍ଞା ହଁ ଗୌରୀ ଗଣନାଟ୍ୟର ସୁପରହିଟ୍ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” । ଯାହାକି ଖଣ୍ଡଗିରି ପଡ଼ିଆରେ ଚହଳ ସୃଷ୍ଟି କରିଛି । ତେବେ ଏହି ଅବସରରେ ରାଣୀ ପଣ୍ଡାଙ୍କ ସହ ସାକ୍ଷାତକାର ସମୟରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି ନିହାତି ଭାବରେ ସମସ୍ତେ ନାଟକ ଆସି ଦେଖନ୍ତୁ । ତାହେଲେ ଜାଣି ପାରିବେ ନାଟକ ଭିତରେ କଣ ରହସ୍ୟ ରହିଛି । ପ୍ରକୃତରେ କଣ ରାଣୀ ପଣ୍ଡା କାହାର କାନ କାମୁଡ଼ିଲା ନା ପ୍ରକୃତରେ ରାଣୀ ପଣ୍ଡା ଜାଣିଶୁଣି ଡ୍ରେସ୍ ଖୋଲି ଶସ୍ତା ପବ୍ଲିସିଟି ନେବ ବୋଲି ରାତାରାତି ଷ୍ଟାର୍ ହେବ ବୋଲି ଡ୍ରେସ୍ ଖୋଲିଥିଲା ।

ନା ପ୍ରକୃତରେ ଘଟଣା କଣ ସମସ୍ତେ ଏହି ନାଟକ ଦେଖିଲେ ହିଁ ଜାଣି ପାରିବେ । ଏବଂ ବହୁତ୍ ଖୁସିର କଥା ଯେ ଗଲା ବର୍ଷ ମଧ୍ୟ ରାଣୀ ପଣ୍ଡା “ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା” ନାଟକ ପରିବେଷଣ କରିଥିଲେ ସ୍ୱର୍ଣ୍ଣ ମନ୍ଦିରରେ । ଆଉ ଏବର୍ଷ ପୁଣି “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” ନାଟକ, ଖଣ୍ଡଗିରି ମେଳାରେ ଯେଉଁଠି ତାଙ୍କୁ ବ୍ୟାନ ହୋଇଥିଲା ସେହି ଜାଗାରେ ଆସିକି ନାଟକ କରୁଛନ୍ତି ଯାହାକି ଉପର ବାଲାର ଖେଳ ।

ତେଣୁ ସେ ୩୩ କୋଟି ଦେବାଦେବୀଙ୍କ ପାଖରେ ଚିର ରୁଣୀ ବୋଲି କହିଥିଲେ ରାଣୀ ପଣ୍ଡା । ତେବେ ନାଟକରେ ଖୁବ୍ ଭଲ ଭଲ ଡାଇଲଗ ଅଛି । ଆଉ ସେ ନିଜର ଭଲ ଅଭିନୟ ଦ୍ଵାରା ସମସ୍ତଙ୍କ ମନ ଜିଣିବେ ବୋଲି ମଧ୍ୟ କହିଥିଲେ । ଆଉ ଲୋକ ଏହି ନାଟକ ଦେଖିଲେ ନିଶ୍ଚିତ ଭାବରେ ସତ କଣ ଜାଣିବେ । ଏପରିକି ତାଙ୍କର ରିଅଲ ବୟଫ୍ରେଣ୍ଡ୍ ର ରିୟଲ କାହାଣୀ ଭି ପ୍ରଦର୍ଶିତ ହୋଇଛି ନାଟକରେ । ତାର ନାଁ କ୍ରିଷ୍ଣା ଦିଆଯାଇଛି ନାଟକରେ ।

ତେବେ ନାଟକ ପରେ ତାଳି ମିଳିବ ନା ଗାଳି ମିଳିବ ପ୍ରଶ୍ନରେ ରାଣୀ ପଣ୍ଡା ଉତ୍ତର ଦେଇଥିଲେ ଯେ ନାଟକରେ ଗାଳି ଦେଲା ଭଳିଆ କିଛି ନାହିଁ । ଏଥିରେ ତାଳି ଆସିବା ଭଳି ହିଁ ନାଟକ ଟେ ରହିଛି । ଅଶ୍ଳୀଳତା କିଛି ନାହିଁ ନାଟକରେ । ମା ଭଉଣୀ ପିଲା ଛୁଆ ସହିତ ପୂରା ପରିବାର ଆସିକି ଦେଖି ପାରିବେ ନାଟକ । ଆଉ ନାଟକର ସରାଂଶ ଜାଣିବା ପାଇଁ ସକାଳ ପର୍ଯ୍ୟନ୍ତ ବସି ନାଟକ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବୋଲି କହିଥିଲେ ରାଣୀ ପଣ୍ଡା ।

Leave a Reply

Your email address will not be published. Required fields are marked *