ସ୍ଵାମୀ ସାତ୍ୟକି ମିଶ୍ରଙ୍କ ମୁହଁ କେମିତି ଧୀରେ ଧୀରେ ବଙ୍କା ହେଲା କହିଲେ ସାତ୍ୟକି ମିଶ୍ରଙ୍କ ସ୍ତ୍ରୀ।
ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଓଡ଼ିଆ ସିନେ ଅଭିନେତା ସାତ୍ୟକି ମିଶ୍ର ଦୀର୍ଘ ଦୁଇ ବର୍ଷ ହେବ କର୍କଟ ରୋଗ ସହ ଲଢି ଚାଲିଛନ୍ତି l ଏହି ରୋଗର ପ୍ରଭାବରେ ଏବେ ତାଙ୍କ ମୁହଁ ବଙ୍କା ହୋଇ ଯାଇଛି ଏପରିକି ଠିକରେ କଥା ମଧ୍ୟ କହି ପାରୁ ନାହାଁନ୍ତି l ତାଙ୍କର ଏପରି ପରିସ୍ଥିତି ବହୁତ୍ ଦୁଃଖଦାୟକ । ତାଙ୍କର ଏଭଳି ଅବସ୍ଥା ହେବା ପରେ ସୋସିଆଲ ମିଡ଼ିଆରେ ମାଦକ ଦ୍ରବ୍ୟ ସେବନ ଓ ତବାଖୁ ସେବନ ନକରିବା ପାଇଁ ସେ ବାରମ୍ବାର ସମସ୍ତଙ୍କୁ ନିବେଦନ ମଧ୍ୟ କରି ଆସୁଛନ୍ତି l ତେବେ ନିକଟରେ ଏକ ସାକ୍ଷାତକାରରେ ସେ ଆଉ ତାଙ୍କ ପତ୍ନୀ ନିଜ ଦୁଃଖଦ ଅନୁଭୂତି ବଖାଣିଛନ୍ତି ।
ସାତ୍ୟକି ମିଶ୍ରଙ୍କ ପତ୍ନୀ କହିଛନ୍ତି ଯେ ଏ ଘଟଣା ଶୁଣିବା ପରେ ଜଣେ ସ୍ତ୍ରୀ ହିସାବରେ ତାଙ୍କର ଗୋଡ଼ ହାତ ମୁଣ୍ଡ କିଛି କାମ କରୁନଥିଲା କିନ୍ତୁ ତାଙ୍କ ପରିବାର ଲୋକ ବହୁତ୍ ସପୋର୍ଟ କରିଥିଲେ । ତାଙ୍କୁ ଗୋଟେ କୁଇକ ଡିଶିସନ୍ ନେବାର ଥିଲା କାରଣ କଟକ ଭୁବନେଶ୍ୱର ଡ଼ାକ୍ତର କହି ଦେଇଥିଲେ ଯେ ଏଇଟା ଫୋର୍ଥ ଷ୍ଟେଜ କିଛି କରିହେବନି ବୋଲି ତେଣୁ ସାତ୍ୟକିଙ୍କ ସ୍ତ୍ରୀ ବିଳମ୍ବ ନକରି ତାଙ୍କୁ ଦିଲ୍ଲୀ ଆପୋଲୋ ନେଇଯାଇଥିଲେ ।
ତେବେ ୱାର୍ଲଡ୍ ର ସବୁଠାରୁ ବେଷ୍ଟ ସର୍ଜନ ଡ଼ାକ୍ତର ଅନିଲ ଡିକ୍ରୁଜ ସାତ୍ୟକିଙ୍କ ସର୍ଜରୀ କରିଥିଲେ । ତେବେ ଅପରେସନ କରିବାକୁ ବହୁତ୍ ସମୟ ନେଇଥିଲା ପ୍ରାୟ ୧୮/୧୯ ଘଣ୍ଟା । ସିଚୁଏସନ୍ ବହୁତ୍ କ୍ରିଟିକାଲ ଥିଲା ଗୋଡ଼ରୁ ହାଡ଼ ନେଇକି ପକାଇଥିଲେ । ତେଣୁ ସାତ୍ୟକିଙ୍କ ପତ୍ନୀ ଏସବୁ ଦେଖିକି କିଛି ସମୟ ପର୍ଯ୍ୟନ୍ତ ଧର୍ଯ୍ୟହରା ହୋଇ ଯାଇଥିଲେ ବୋଲି କହିଛନ୍ତି । କିନ୍ତୁ ତାଙ୍କର ଦୃଢ଼ ଆତ୍ମବିଶ୍ବାସ ଥିଲା କାରଣ ସେ ଯଦି ଭାଙ୍ଗି ପଡ଼ିବେ ତାହେଲେ ସାତ୍ୟକି ମିଶ୍ରଙ୍କୁ କିଏ ସମ୍ଭାଳିବ ।
ତାଙ୍କ ପତ୍ନୀଙ୍କ କହିବା ମୁତାବକ ଅପରେସନ ପରେ ଯେତେବେଳେ ସେନ୍ସ ଆସିଲା ସାତ୍ୟକି ପ୍ରଥମ ୬/୭ ଦିନ ପର୍ଯ୍ୟନ୍ତ ତାଙ୍କୁ ଚିହ୍ନି ପାରିନଥିଲେ । ସେଇଟା ତାଙ୍କୁ ବହୁତ୍ ଆଶ୍ଚର୍ୟ୍ଯ କରିଥିଲା । ତାପରେ ସମୟକ୍ରମେ ଧୀରେ ଧୀରେ ଚିହ୍ନିବା ଆରମ୍ଭ କଲେ । ସେଠାକାର ଓଡ଼ିଆ ଡ଼ାକ୍ତରମାନେ ମଧ୍ଯ ସାତ୍ୟକି ଏବଂ ତାଙ୍କ ପତ୍ନୀଙ୍କୁ ବହୁତ୍ ସପୋର୍ଟ କରିଥିଲେ । ତେବେ ଶେଷରେ ସାତ୍ୟକି କହିଥିଲେ ଯେ ସେ ସମସ୍ତ ଓଡ଼ିଶାବାସୀଙ୍କୁ କହିବାକୁ ଚାହୁଁଛନ୍ତି ଖରାପ୍ ଜିନିଷ ଠାରୁ ଦୂରରେ ରୁହନ୍ତୁ ସୁସ୍ଥ ବାତାବରଣରେ ରୁହନ୍ତୁ । ଆମର କର୍ତ୍ତବ୍ୟ ହେଲା ନିଜେ ବଞ୍ଚିବା ଓ ଅନ୍ୟକୁ ଭଲରେ ବଞ୍ଚିବାକୁ ଦେବା ।