“ଗୋଟେ ମା ପୁଅକୁ ୩୦ବର୍ଷ ଧରି ପାଳୁଛି, ସ୍ତ୍ରୀ କଥାରେ ପଡିକି ମୁଁ ମା’କୁ ଖାଇବାକୁ ଦେବିନି..ଏସବୁ ପ୍ରହସନ” ।

ବୟସ କେତେ ସେ ନିଜେ କହି ପାରୁନାହାନ୍ତି । କଥା ମଧ୍ୟ କହି ପାରୁନାହାନ୍ତି । ଲୋକଙ୍କୁ ଚିହ୍ନିବା ମଧ୍ୟ କଷ୍ଟ ହୋଇପଡିଛି । ପରିଣତ ବୟସରେ ନା ସ୍ଵାମୀ ଅଛନ୍ତି ନା ପୁଅଝିଅ ଅଛନ୍ତି । ଗୋଟେ ଭଙ୍ଗା ଘରେ ସେ ଜୀବନ କାଟୁଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଜଣା ପଡ଼ିଲା ଯେ ସେ ୨୦ ବର୍ଷ ଧରି ଗୋଟେ ମଇଳା କପଡ଼ା ଗୋଡ଼େଇ ହେଇଥିଲେ । ଗୋଟିଏ ଡ୍ରେସକୁ ସେ ବାରମ୍ବାର ପିନ୍ଧୁଥିଲେ ଏବଂ ସେହି ଘରେ ସେ ଘାଣ୍ଟି ସନ୍ତୁଳି ହୋଇ ଜୀବନ କାଟୁଥିଲେ । ତେବେ ତାଙ୍କ ପାଖରେ ଯାଇ ରିଓ ଚାରିଟେବଲ୍ ଟ୍ରଷ୍ଟର ରାହୁଲ୍ ଭାଇ ପହଞ୍ଚିଥିଲେ ।

ତେବେ ନିକଟରେ ଏକ ସାକ୍ଷାତକାର ସମୟରେ ସେ ସମସ୍ତ ଘଟଣା ସମ୍ପର୍କରେ କହିଛନ୍ତି । ମହିଳାଙ୍କୁ ସେଠାରୁ କିଭଳି ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଆଉ ତାଙ୍କ ସହ ପ୍ରକୃତରେ କଣ ଘଟିଥିଲା ସେ ସବୁ ବିଷୟରେ ପଚରା ଯାଇଥିଲା । ଏହାର ଉତ୍ତରରେ ରାହୁଲ୍ କହିଥିଲେ ଯେ ଅନ୍ୟ ମାନଙ୍କ ପାଇଁ ସେ ଜଣେ ମହିଳା ହୋଇଥାଇ ପାରନ୍ତି କିନ୍ତୁ ତାଙ୍କ ପାଇଁ ମା’ । ସେ ଯାଇଥିଲେ ତାଙ୍କ ଭଉଣୀ ଘରକୁ କଟକ ଚୌଦ୍ଵାର ଠିକ୍ ସେହି ସମୟରେ ରାହୁଲଙ୍କ ଜଣେ ବାନ୍ଧବୀ ଲୋପାମୁଦ୍ରା ଫୋନ୍ କରି ବୃଦ୍ଧାଙ୍କ ବିଷୟରେ ଖବର ଦେଇଥିଲେ ।

ଆଉ ରାହୁଲ୍ ଯାଇ ଦେଖିଲେ ବୃଦ୍ଧା ଜଣକ ଏକ ପରିତ୍ୟକ୍ତ ଘରେ ପଡ଼ି ରହିଥିଲେ । ସେ ଘର ଭିତରୁ ଏତେ ଦୁର୍ଗନ୍ଧ ଆସୁଥିଲା ଯେ ପଶିବା କଷ୍ଟକର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳିଛି ଯେ ବୃଦ୍ଧା ଜଣକ ମହିଳା କନଷ୍ଟେବଲ୍ ଥିଲେ । ତାଙ୍କର କେହି ପୁଅ ଝିଅ ଅଛନ୍ତି କି ନାହିଁ ସେ ନିଜେ ମଧ୍ୟ ଏବେ ପରିଚୟ କିଛି ଦେଇ ପାରୁନାହାନ୍ତି । ତେବେ ଯେତେବେଳେ ତାଙ୍କୁ ରେସକ୍ୟୁ କରାଯାଇଥିଲା ପରିତ୍ୟକ୍ତ ଘରୁ ସେତେବେଳେ ତାଙ୍କର ଚୁଟିରେ ଗୋଟେ ବଡ଼ ଜଟା ହୋଇ ଯାଇଥିଲା ଯେଉଁଥିପାଇଁ ତାଙ୍କୁ ଲଣ୍ଡା କରାଯାଇଛି । ଏବଂ ତାଙ୍କୁ ଖାଲି ସଫା କରିବାକୁ ୩ଘଣ୍ଟା ସମୟ ଲାଗିଥିଲା ବୋଲି କହିଛନ୍ତି ରାହୁଲ୍ ।

ତାପରେ ବୃଦ୍ଧାଙ୍କ ପ୍ରିଲିମିନାରି ହେଲ୍ଥ ପରୀକ୍ଷା କରାଯାଇଥିଲା । ବୃଦ୍ଧା କହୁଛନ୍ତି ତାଙ୍କର ୨/୩ ପୁଅ ଅଛନ୍ତି ତେବେ ସତ କେତେ ମିଛ କେତେ ଜଣାନାହିଁ । ହେଲେ ଯଦି ପୁଅ ଥାଇ ଜଣେ ମା ୨୦ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ତେବେ ସେଭଳି ପୁଅକୁ ଧିକ୍ ବୋଲି ରାହୁଲ୍ କହିଛନ୍ତି । ବୋହୂ ଆସିଲା ପରେ ପୁଅର ଆଚରଣ ପରିବର୍ତ୍ତନ ହୋଇଯାଏ କି ପ୍ରଶ୍ନରେ ରାହୁଲ୍ କହିଛନ୍ତି ସେ ଏକଥା ରେ ବିଶ୍ୱାସ କରନ୍ତି ନାହିଁ କାରଣ ଗୋଟେ ମା, ତାର ପୁଅକୁ ୩୦/୩୫ବର୍ଷ ଧରି ପାଳୁଛି, ଆଉ ସ୍ତ୍ରୀ କଥାରେ ପଡିକି ମା’କୁ ଖାଇବାକୁ ଦେବନି ମାଡ଼ ମାରିବ ସମ୍ପୂର୍ଣ ଭୁଲ୍ । ଏଭଳି ପରିସ୍ଥିତିରେ ସମ ଦୋଷୀ ହେଉଛନ୍ତି ପୁଅ ।

Leave a Reply

Your email address will not be published. Required fields are marked *