ଏତେ ବଡ଼ ବ୍ୟାଗରେ ଥିଲା କ’ଣ? କାହିଁକି ବ୍ୟାଗ ଧରି ଥାନାକୁ ଦୌଡ଼ିଲେ ଅଟୋ ଡ୍ରାଇଭର।

ଆଜ୍ଞା ହଁ ବନ୍ଧୁଗଣ ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୋଭ। ମାନବିକତା ଦେଖାଇ ହୃଦୟ ଜିତିଛନ୍ତି ଏହି ଅଟୋ ଚାଳକ। ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ପାଇବା ପରେ ବି ସେ ସବୁ ସୁନା ଆଣି ଥାନାରେ ଜିମା ଦେଇ ଦେଇଛନ୍ତି। ଆଜିକାର ଏହି କୋଳଶୀତ ସମାଜରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଏହି ଯୁବ ସମାଜକୁ ଏକ ଦିଶା ଦେଖାଇଛନ୍ତି ଏହି ଅଟୋ ଚାଳକ।

ଆଜ୍ଞା ହଁ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଭଦ୍ରକର ଜଣେ ପେସାଗତ ଅଟୋ ଚାଳକଙ୍କ ଘଟଣା ଥିଲା କିଛି ଏମିତି। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରତି ଦିନ ଭଳି ଗତ କାଲି ମଧ୍ୟ ନିଜ କର୍ମ ସ୍ଥାନ ଭଦ୍ରକ ସହର ବାୟପାସ ସ୍ଥିତ ଅଟୋ ଷ୍ଟାଣ୍ଡକୁ ଅଟୋ ନେଇ ଆସିଥିଲେ ପୁରୁଣା ବଜାର ନିବାସୀ ଅଟୋ ଚାଳକ ଏନାୟଦ ଖାନ।

ସକାଳୁ ଆଦୌ ଭଡା ନଥିବା ବେଳେ ଅପରାହ୍ନରେ ପ୍ୟାସେଞ୍ଜରକୁ ବାଲେଶ୍ଵର ଜିଲ୍ଲା ସ୍ୱର ଆଭିମୁଖେ ଯାତ୍ରା କରିଥିଲେ। ସ୍ୱରରେ ପ୍ୟାସେଞ୍ଜରଙ୍କୁ ଛାଡି ଫେରିବା ବେଳେ ସ୍ୱର ଦଳନଗ ଛକରେ ଜଣେ ମହିଳାଙ୍କ ସହ ଦୁଇ ଜଣ ଛୋଟ ପିଲା ଜାମୁଛାଡି ଯିବାକୁ କହି ଅଟୋରେ ବସିଲେ। ଏବଂ ଜାମୁଛାଡିରେ ସେମାନଙ୍କୁ ଓଲ୍ହାଇଥିଲେ ଆଉ ପୁଣି ଭଦ୍ରକ ଫେରିଥିଲେ ଅଟୋ ଚାଳକ। ଆଉ ତାପରେ ହଠାତ ଅଟୋ ପଛରେ ଏକ ବ୍ୟାଗ ଥିବା ଦେଖିବାକୁ ପାଇଥିଲେ। ପୁଣି ସେହି ଗ୍ରାହକଙ୍କୁ ଛାଡିବାକୁ ଯାଇଥିବା ସ୍ଥାନକୁ ଯାଇଥିଲେ ଅଟୋ ଡ୍ରାଇଭର। ବହୁତ ଖୋଜିଥିଲେ ହେଲେ ପୋତା ପାଇନଥିଲେ। ଶେଷରେ ତାଙ୍କ ଜିନିଷ ଫେରାଇ ନପାରି ନିରାଶ ହୋଇ ଫେରିଥିଲେ।

ହଁ ଆଜ୍ଞା ଏନାୟତ ଆଜି ଭଦ୍ରକ ସହରାଞ୍ଚଳ ଥାନାରେ ଲିଖିତ ଭାବରେ ଜଣାଇବା ସହ ବ୍ୟାଗରେ ଥିବା କିଛି ଗହଣା ଓ ମୂଲ୍ୟବାନ ସାମଗ୍ରୀକୁ ଥାନା ବାବୁଙ୍କ ସାମ୍ନାରେ ଖୋଲି ଦେଖାଇ ସବୁ ସାମଗ୍ରୀକୁ ଥାନାରେ ଜିମା ଦେବା ସହ ଯେମିତି ଉଚିତ ଲୋକ ନିଜ ଜିନିଷ ଫେରି ପାଉ ସେଥି ଲାଗି ମଧ୍ୟ ଥାନା ବାବୁଙ୍କୁ ଅନୁରୋଧ କରିଛନ୍ତି ଏନାୟତ।

ଥାନା ଅଧିକାରୀ ମଧ୍ୟ ଉଚିତ ଲୋକଙ୍କୁ ତାର ସାମଗ୍ରୀ ଫେରାଇବା ନେଇ ପ୍ରତିଶୃତି ଦେଇଛନ୍ତି। ଅଟୋଚାଳକ ଏନାୟତଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।ତେବେ ଆଜି ପଥଭ୍ରଷ୍ଟ ସମାଜକୁ ଏନାୟତଙ୍କ ଭଳି ଏହି ମହାନ କାର୍ଯ୍ୟକୁ ନିଶ୍ଚିତ ଭାବେ ଏକ ନୂଆ ପଥ ଦେଖାଇବ।

Leave a Comment

Your email address will not be published. Required fields are marked *

Scroll to Top