ନିଶା ଟେକିକି ଦେଖାଉଛି ରାନୀ ପଣ୍ଡା ଲୋକଙ୍କୁ ସାହାଯ୍ୟ କରୁଛି

ମୁଖ୍ୟ ଜିନିଷ ଏଠି ଗୋଟେ ଅଭଦ୍ର ନାରୀ ହେଉଛି ବର୍ତ୍ତମାନ ଯିଏ ହେଉଛି ନିଶା ମହାରଣା। ଯିଏ କି ଟାର୍ଗେଟରେ। ଯଉଁ ଭାଷା କହୁଛି କି ଲୋକମାନେ ତାକୁ କାନରେ ଶୁଣି ପାରିବେନି। ସେଇ ଭଳିଆ ଲୋକ ଏଠି ରହିବାର ଆବଶ୍ୟକତା ନାହିଁ। ଯାତ୍ରା ପେଣ୍ଡେଲରେ ସେଇଠୁ ତୋତେ ଟାଣିକି ଆଣିବି। ତୋ ଅବସ୍ଥା ଏମିତି କରିବି ନିଶା, ତୁ ସେଇଦିନ ଚିହ୍ନିବୁ ମୁଁ କିଏ। ରାଣୀ ପଣ୍ଡା ଭାଷା ଛାଡ଼ିଦବ, ତାପରେ ଦେଖିବେ ସିଏ ସମସ୍ତଙ୍କର ଗେହ୍ଲା ଭଉଣୀ ହେଇଯିବ। ଆଉ ନିଶା ମହାରଣା ଯଦି ଭାଷା ଛାଡ଼ିଦବ, ଥାଳ ଧରିବାକୁ ପାଇବନି ଆଜ୍ଞା।

ଖାଇବାକୁ ପାଇବନି ଆଜ୍ଞା ଦାନା ଗଣ୍ଡେ ଦିଅ। ତାପରେ ଦେଖିବେ ପ୍ରକୃତ ରାଣୀ କିଏ ? ରାଜନୀତି କଥା ଆପଣ କାଇଁ ଚିନ୍ତା କରୁଛନ୍ତି। ରାଜନୀତି ଆଜ୍ଞା ବହୁତ୍ ଦୂରରେ ଅଛି। ରାଜନୀତିର ସିଏ ‘ର’ ଜାଣେନି । ଆଜ୍ଞା ସେ ମୂର୍ଖଟା। ପ୍ରଥମ କଥା କହିବି ଆମର ଯେଉଁ ମଧୁମିତା ମ୍ୟାଡ଼ାମ୍ ଯେ ସେ ରୋଷ୍ଟର ମାନଙ୍କ ଉପରେ ବାଇଟ୍ ଦେଇ କହିଛନ୍ତି । ମୁଁ ଦେଖିଲି ସେ ବାଇଟ୍ । ଅବଶ୍ୟ ତାଙ୍କ କଥା ଗୁଡ଼ାକ ସ୍ବାଗତଯୋଗ୍ୟ। ମୁଁ ମଧ୍ୟ ତାଙ୍କର ବହୁତ୍ ବଡ଼ ଗୋଟେ ଫାନ।

ତାଙ୍କ କଥାକୁ ମୁଁ ମଧ୍ୟ ସମର୍ଥନ କରୁଛି। ସେ ମଧ୍ୟ ମୋର ମାଆ ଭଳିଆ। ସେ ବହୁତ୍ ବଢ଼ିଆ କଥା କହିଛନ୍ତି। କିନ୍ତୁ ସେ ଗୋଟେ କଥା କହିଛନ୍ତି ଯେ ରୋଷ୍ଟରମାନେ ଚଳୁଛନ୍ତି, ଦରକାର ପଡିଲେ ଚା’ ବିକି କି ଚଳିବେ ହେଲେ ରୋଷ୍ଟିଂ କାହିକିଁ କରୁଛନ୍ତି। କିନ୍ତୁ ସେମାନେ ରୋଷ୍ଟିଂ କରିବା ପଛର କାରଣ କେବେ ବୁଝିଛନ୍ତି କି।ରୋଷ୍ଟରମାନେ ମାନେ ନିଜେ କଣ୍ଟେଣ୍ଟ ତିଆରି କରୁଛନ୍ତି କି।ରୋଷ୍ଟରମାନେ ଆଜ୍ଞା କଣ୍ଟେଣ୍ଟ ତିଆରି କରୁ ନାହାଁନ୍ତି।କଣ୍ଟେଣ୍ଟ ତିଆରି କରୁଛନ୍ତି କେଉଁମାନେ ଯେଉଁମାନେ ପ୍ରଥମେ ଅଭଦ୍ର ଭାଷା କହିକି ଆସିକି ହାଇଲାଇଟ୍ ହେବା ପାଇଁ ନ୍ୟୁଜ୍ ଚାନେଲ୍ ହଉ କି ତାଙ୍କ ପାର୍ସୋନାଲ୍ ଚାନେଲ୍ ହଉ କି ଇନଷ୍ଟାଗ୍ରାମ ହଉ ନିଜେ କହି ଭାଇରାଲ୍ ହେବା ପାଇଁ ଚାହୁଁଛନ୍ତି।

ସେମାନଙ୍କୁ ଆମେ ରୋଷ୍ଟ୍ କରୁଛୁ ଏଇଥିପାଇଁ ସେମାନଙ୍କୁ ବନ୍ଦ୍ କରିବା ପାଇଁ। ତ ଗୋଟେ କଥା ଆପଣ ମୋତେ କୁହନ୍ତୁ କିଛିଦିନ ତଳେ ଗୋଟେ ଲେଡି ଭାଇରାଲ୍ ହେଇଥିଲା ଗୋଟେ ୱର୍ଡ୍ କହିକି ସେଇଟା ଆପଣ ଜାଣିଥିବେ। ତ ତା ପଛରେ ଆପଣ କେତେ ଲୋକ ବାହାରିଥିଲେ। ତା ପଛରେ ଆମେ ବାହାରିଥିଲୁ, ଆମେ କିଛି ଜଣ ବାହାରିଥିଲୁ। ଯେଉଁଥି ପାଇଁ ସେ ୱର୍ଡ ଆଜି ବନ୍ଦ୍ ହେଲା, ସେଇ ଭଳିଆ ଭାଷା ଆଜି ବନ୍ଦ ହେଇଛି। ବର୍ତ୍ତମାନ ଆପଣ ଶୁଣିଥିବେ ନିଶା ମହାରଣା, ରାଣୀ ପଣ୍ଡାଙ୍କୁ ଯେଉଁ ଭଳିଆ ଭାଷା କହୁଛି ତା ବିପକ୍ଷରେ କେତେ ଲୋକ ବହାରିଲେଣି। ଆମେ ତ ସେଇ ଭଳିଆ ଭାଷା କହୁନୁ। ସେ ଯେଉଁ ଭଳିଆ ଭାଷା କହୁଛି ଆପଣ ତାକୁ କାନରେ ଶୁଣି ପାରିବେନି। ଆପଣଙ୍କର ଯଦି ସଙ୍ଗଠନ ଅଛି ,ଆପଣଙ୍କର ଯଦି ସାହାସ ଅଛି ତାହାଲେ ମୁଁ ଆପଣଙ୍କର ସାଥ୍ ଦଉଛି।

ମୁଁ ଆପଣଙ୍କର ସାମ୍ନାରେ ଥିବି। ମୁଁ ଆପଣଙ୍କର ସାମ୍ନାରେ ଯିବି। ମୁଁ ସବୁବେଳେ ପାଇଁ ରେଡ଼ି ହେଇକି ଅଛି। ଆପଣ ମୋତେ ଡାକନ୍ତୁ। ଆପଣ ଯେଉଁ ରୋଷ୍ଟର ମାନଙ୍କୁ କହୁ ନାହାଁନ୍ତି ରୋଷ୍ଟରମାନେ ଏଥିରେ ରୋଜଗାର ହେଇ ଚଳୁ ନାହାଁନ୍ତି ଆଜ୍ଞା। ଯଦି ରୋଷ୍ଟରମାନେ ଏଥିରେ ରୋଜଗାର ହେଇ ଚଳୁଥାନ୍ତେ ତାହାଲେ ଆମେ ଅଫିସରେ ଯାଇ କିବୋର୍ଡ଼ ବାଡ଼ାନ୍ତୁନି। ଏଠି କେହି ରୋଷ୍ଟିଂ କରି ଚଳୁ ନାହାଁନ୍ତି। ଆଉ ରୋଷ୍ଟିଂ କରି କେତେ ପଇସା ଆସୁଛି ସେମାନଙ୍କୁ ମୁଁ ଥରେ ପଚାରି ବୁଝନ୍ତୁ।

ଆପଣ ଦେଖନ୍ତୁ ଯେଉଁମାନେ ଖରାପ ଭାଷା କହି କଣ୍ଟେଣ୍ଟ କ୍ରିଏଟ୍ କରୁଛନ୍ତି ଆପଣ ତାଙ୍କୁ କାଉଣ୍ଟର କରନ୍ତୁ। ତାଙ୍କ ବିପକ୍ଷରେ ବହାରନ୍ତୁ। ଆମେ ଆପଣଙ୍କ ସହିତ ଅଛୁ। ଆଉ ଦେଖିବେ ଦିନେ ନା ଦିନେ ସମାଜକୁ ଆମେ ସୁଧାରିବୁ। ନିଶ୍ଚିତ ଭାବରେ ରାଣୀ ପଣ୍ଡା ହେଉଛି ଗୋଟିଏ ଲୋକ ଯିଏକି ଲୋକମାନଙ୍କର ସେବା କରେ ଆଉ ସେବା କରି ଲୋକଙ୍କୁ ସେ ଦେଖେଇ ଦେଇଛି । ଓଡ଼ିଶାବାସୀଙ୍କ ମନରେ ଖେଳି ଯାଇଛି ବର୍ତ୍ତମାନ ରାଣୀ ପଣ୍ଡା ଠିଆ ହବ ଦଶ ହଜାର ଲୋକ ତା ପଛରେ ଠିଆ ହେବେ, ତାକୁ ସପୋର୍ଟ କରିବେ।

Leave a Comment

Your email address will not be published. Required fields are marked *

Scroll to Top