ଅଯୋଧ୍ୟାରେ କାମ କଲାନି ମୋଦୀଙ୍କ ରାମ ମନ୍ଦିର ନିର୍ମାଣ… ଶୋଚନୀୟ ଭାବେ ହାରିଲା ବିଜେପି I
ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ଲାଗିଛି ବଡ଼ ଝଟକା । କୁହାଯାଏ ଯେ ଦିଲ୍ଲୀର ରାସ୍ତା ଲକ୍ଷ୍ନୌ ହେଇକି ଯାଇଥାଏ ହେଲେ ଦିଲ୍ଲୀ ରାସ୍ତାରେ ନରେନ୍ଦ୍ର ମୋଦୀଙ୍କ ପାଇଁ ସବୁଠାରୁ ବଡ଼ ବ୍ୟାରିୟର ଲକ୍ଷ୍ନୌ ଲଗାଇ ଦେଇଛି । ଏଥର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଉତ୍ତର ପ୍ରଦେଶରେ ଶୋଚନୀୟ ଭାବରେ ପରାଜୟର ସାମ୍ନା କରିବାକୁ ପଡ଼ିଛି ଆଉ ମନେ ପକାଇ ଦେଇଛି ୧୯୯୩ରେ ହୋଇଥିବା ବିଧାନସଭା ନିର୍ବାଚନ କଥା ।
ସେ ସମୟର ବିଧାନସଭା ନିର୍ବାଚନରେ ସଭା ସଂସ୍ଥାପକ ମୁଲାୟମ ସିଂ ଯାଦବ ଏବଂ ବହୁଜନ ସମାଜ ପାର୍ଟିର କାଶିରାମ ଏକା ସାଥିରେ ଆସିଥିଲେ । ଆଉ ଏଥର ମଧ୍ୟ ସେଠାରେ କିଛି ସ୍ଥିତି ସେମିତି ଦେଖିବାକୁ ମିଳିଲା । ଅଖିଳେଶ ଏବଂ ରାହୁଲ୍ ଗାନ୍ଧୀ ଏକା ସାଥିରେ ଆସି ଭାଜପାକୁ ବଡ଼ ପରାଜୟ ଦେଇଛନ୍ତି । ଅଯୋଧ୍ୟାରେ ବିକାଶ କରିବା କିଛି କାମରେ ଆସିଲାନି । ଲୋକସଭା ନିର୍ବାଚନ ୨୦୧୯ ରେ ଅଯୋଧ୍ୟାରେ ସୁପ୍ରିମକୋର୍ଟଙ୍କର ଆସିଥିଲା ବଡ଼ ନିଷ୍ପତି । ଏହାପରେ ପିଏମ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ ୨୦୨୦ରେ ରାମଲାଲାଙ୍କ ମନ୍ଦିରର ଶିଳାନ୍ୟାସ ପାଇଁ ଅଯୋଧ୍ୟା ଆସିଥିଲେ । କରୋନା ସଙ୍କଟ ବେଳେ ରାମଲାଲାଙ୍କ ବିଷୟ ସାରା ଦେଶରେ ଚର୍ଚ୍ଚା ସାଉଁଟିଥିଲା।
ଆଉ ୨୨ ଜାନୁଆରୀ ରେ ଚଳିତ ବର୍ଷ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହି ସମାରୋହରେ ଭାଗ ନେବାକୁ ମୋଦୀ ପହଞ୍ଚିଥିଲେ ଆଉ ତାଙ୍କ ସହିତ ସମଗ୍ର ଦେଶରୁ ବହୁତ୍ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ପହଞ୍ଚିଥିଲେ କିନ୍ତୁ ବିରୋଧୀ ଦଳର କୌଣସି ନେତା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଲେ ନାହିଁ । ଆଉ ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା । ଏହାପରେ ମଧ୍ୟ କୌଣସି ପ୍ରଭାବ ପଡ଼ିଲା ନାହିଁ । ଆଜ୍ଞା ହଁ ବନ୍ଧୁଗଣ ଏଠାରେ କହି ରଖିବୁ ଯେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଯଦି କେଉଁଠି ସବୁଠାରୁ ଅଧିକ ଧକ୍କା ଲାଗିଛି ସେ ରାଜ୍ୟ ହେଲା ଉତ୍ତର ପ୍ରଦେଶ ।
ଯେଉଁ ରାଜ୍ୟ ଭରଷାରେ ବିଜେପି ୪ ଶହ ପାର ହେବାର ନାରା ଦେଉଥିଲା, ସେଠାରେ ଏକପ୍ରକାର ଧରାଶାୟୀ ହୋଇଛି । ଏପରିକି ରାମଲଲାଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ହୋଇଥିବା ବେଳେ ଏଠାରେ ବିଜେପି ନିଶ୍ଚିତ ଜିତିବ ବୋଲି ସମସ୍ତେ ଭାବି ନେଇଥିଲେ । ହେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏମିତି ଖେଳ ଖେଳିଲେ ଯେ, ସବୁ ଓଲଟପାଲଟ ହୋଇଗଲା । ଆଉ ଅଯୋଧ୍ୟା ଆସୁଥିବା ଫେଜାବାଦରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଧେଶ ପ୍ରାସାଦ ଆଗରେ ରହିଲେ।