ନିଜ ମୁହଁରେ ଖୋଲି କହିଲେ କେମିତି ବନି ଯାଇଥିଲେ କୁକୁର । କଣ କହିଲେ ଡ଼ାକ୍ତର?

ବନ୍ଧୁଗଣ କୁକୁର କାମୁଡିବା ପରେ କୁକୁର ପରି ବ୍ୟବହାର କଲେ ଯୁବକ, କୁକୁର ପରି ଆଚରଣ କଲେ କୁକୁର ଭଳି ପାଣି ଚାଟିବାକୁ ଲାଗିଲେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପିସ୍କାପାଙ୍ଗା ପଞ୍ଚାୟତ ରତନଗୁଡା ଗ୍ରାମରେ । ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର ପରି ହେଉଥିବା ଜଣେ ଯୁବକଙ୍କୁ ଦେଖି ଡାକ୍ତରଙ୍କୁ ଛାଡ଼ିଦେଇ ଉପସ୍ଥିତ ସମସ୍ତଙ୍କ ହୋସ ଉଡ଼ିଯାଇଥିଲା କେହି କିଛି ବୁଝି ପାରିନଥିଲେ ।

ତେବେ ସେପଟେ ଟିକେ ସୁସ୍ଥ ହେବା ପରେ ନିଜେ ଯୁବକ ଜଣକ କହିଛନ୍ତି କାହିଁକି ଓ କିପରି ସେ କୁକୁରଙ୍କ ପରି ହୋଇ ଯାଇଥିଲେ । ହଁ ଆଜ୍ଞା ଏବେ ସୁସ୍ଥ ହୋଇ ଯାଇଛନ୍ତି ଯୁବକ ଜଣକ ଆଉ ସବୁ ପ୍ରଶ୍ନର ଉତ୍ତର ଠିକ୍ ଢଙ୍ଗରେ ଦେଉଛନ୍ତି । କିନ୍ତୁ ଗୋଟାଏ ଦିନ ତଳେ ଏହି ଯୁବକ ଜଣକ ଯେପରି କୁକୁର ଭଳି ହେଉଥିଲେ ତାହା ଦେଖି ସମସ୍ତେ ଡରି ଯାଇଥିଲେ । ପରିବାର ଲୋକେ ତୋ ତାଙ୍କୁ ଦେଖି ମୁଣ୍ଡରେ ହାତ ଦେଇ ଦେଇଥିଲେ ।

ଗୋଟେ ସୁସ୍ଥ ମଣିଷ ଟା ହଠାତ୍ କାହିଁକି ଏମିତି କୁକୁର ପାଲଟି ଗଲା ବୋଲି ସମସ୍ତଙ୍କ ମୁଣ୍ଡରେ ଚିନ୍ତା ପଶିଥିଲା । ହଁ ଆଜ୍ଞା କୁକୁର କାମୁଡିବା ପରେ କୁକୁର ପରି ହୋଇ ଯାଇଥିଲେ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରରେ । ଚନ୍ଦ୍ରପୁର ବ୍ଲକର ରତନଗୁଡା ଗ୍ରାମର ହରିପୁର ବ୍ରେଡେକାଙ୍କୁ ଗତ ୪ ଦିନ ତଳେ ଏକ ବୁଲା କୁକୁର କାମୁଡି ଦେବା ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଆଣି କୁକୁର କାମୁଡା ଇଞ୍ଜେକସନ ଦେବା ସହ ଚିକିତ୍ସା କରି ଘରକୁ ନେଇଥିଲେ ପରିବାର ଲୋକେ ।

ହେଲେ ଏହାପରେ ଉକ୍ତ ଯୁବକ ଜଣକ କୁକୁର ଭଳି ଆଚରଣ କରୁଥିବାର ଦେଖିବାକୁ ମିଳିଥିଲା । ଶେଷରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ତେବେ ଡାକ୍ତରଙ୍କ କହିବା ଅନୁସାରେ ଜଳାନ୍ତକ ରୋଗରେ ଆକ୍ରାନ୍ତ ରୋଗୀଙ୍କ ନିକଟରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । କୁକୁର କାମୁଡିବା ରୋଗୀଙ୍କ ଚିକିତ୍ସା କରା ନଗଲେ ସେମାନଙ୍କ ପାଖରେ ଏଭଳି ଲକ୍ଷଣ ଦେଖା ଦେଇଥାଏ ।

Leave a Reply

Your email address will not be published. Required fields are marked *