ଜବାବ୍ ରଖିଲେ ରାଣୀ ପଣ୍ଡା । ଆଜି ପୁରା ଅଞ୍ଚଳ ଲୋକେ ରାଣୀଙ୍କୁ କଲେ ପ୍ରଶଂସା I
ବନ୍ଧୁଗଣ ତାଙ୍କ ନାଁକୁ ନେଇ ସବୁବେଳେ ଚର୍ଚ୍ଚା । କେତେବେଳେ ବିବାଦୀୟ ବାକ୍ୟବାଣ ପାଇଁ ତ ପୁଣି କେତେବେଳେ ଭଲ ଉଦାହରଣ ସୃଷ୍ଟି କରି ଆଲୋଚନା-ସମାଲୋଚନାର ପ୍ରସଙ୍ଗ ପାଲଟି ଥାଆନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କୁ ପସନ୍ଦ କରୁଥିବା ଆଉ ପସନ୍ଦ କରୁନଥିବା ଉଭୟ ବର୍ଗର ଆକର୍ଷଣର କେନ୍ଦ୍ରରେ ଥାଆନ୍ତି ସେ । କିନ୍ତୁ ସେଥିପ୍ରତି ତାଙ୍କର ଖାତିର ନଥାଏ । ଯାତ୍ରା ଦୁନିଆର ଆଗଧାଡ଼ିର ଅଭିନେତ୍ରୀ ଓ ଆଇଟମ୍ ଡ୍ୟାନ୍ସର୍ ରାଣୀ ପଣ୍ଡା ।
ଗାଳି ହେଉ କି ତାଳି, ଉଭୟକୁ ଖାତିର ନଥାଏ ତାଙ୍କର । ଯେମିତି ସ୍ପଷ୍ଟବାଦୀ, ସେମିତି ସ୍ନେହୀ ଓ ଦରଦୀ । ଯାତ୍ରାମଞ୍ଚରେ ଯୌନୋଦ୍ଦୀପକ ନୃତ୍ୟ ଓ ଅଶାଳୀନ ଶବ୍ଦର ଖୋଲା ପ୍ରୟୋଗ ରାଣୀଙ୍କୁ ରାତାରାତି ପରିଚିତି ଦେଇଛି । ଏଥିପାଇଁ ସେ କିଛି ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି, ପୁଣି କଠୋର ଶବ୍ଦରେ ନିନ୍ଦାର ବି ସାମ୍ନା କରିଛନ୍ତି । କାହା କଥାକୁ ଭ୍ରୂକ୍ଷେପ ନ କରି ନିଜ ରାସ୍ତାେର ସେ ଆଗେଇ ଚାଲିଛନ୍ତି । ତେବେ ବର୍ତ୍ତମାନ୍ ସମୟରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଣୀ ପଣ୍ଡା । ଆଜି ପୂରା ଗାଆଁ ଓ ପୂରା ଅଞ୍ଚଳ ରାଣୀ ପଣ୍ଡାଙ୍କୁ ମାନିଗଲେ । ଆଉ ରାଣୀ ପଣ୍ଡାଙ୍କୁ ଆଜି ସମସ୍ତେ ଧନ୍ୟବାଦ୍ ଦେଲେ । ଆଉ ସମସ୍ତେ କହିଲେ ରାଣୀ ପଣ୍ଡାଙ୍କ ପରି ମଣିଷ ଆମେ କେବେ ହେଲେ ଦେଖିନୁ ।
ଏତେ ଦରଦୀ ମଣିଷ ଟେ । ହଁ ଆଜ୍ଞା ଦର୍ଶକବନ୍ଧୁ ଶବକୁ କାନ୍ଧ ଦେଲେ ଆଉ ବୁଢ଼ା ମଉସାର ସୁଧଘର ଭି କଲେ ରାଣୀ ପଣ୍ଡା । ଏ ସ୍ଵାର୍ଥପର ସମାଜରେ ଯେତେବେଳେ ବାପ ମାଙ୍କର ନିଜ ପୁଅ ଝିଅ ହେଉ ନାହାନ୍ତି ସେତେବେଳେ ଜଣେ ପର ଲୋକର ସହାୟତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି । ସୂଚନା ମୁତାବକ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ କୁମ୍ଭୀରଗାଡିଆ ଗ୍ରାମର ବ୍ରଜକିଶ୍ବର ବାରିକ ବୁଦ୍ଧ ଯାହାଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା । ଆଉ ବ୍ରଜଙ୍କ ମୃତ୍ୟୁ ଖବର ପାଇ ତୁରନ୍ତ ଆସି ପହଞ୍ଚିଥିଲେ ରାଣୀ ପଣ୍ଡା । ଆଉ ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶବକୁ କାନ୍ଧ ଦେଇଥିଲେ ।
ପୂର୍ବରୁ ରାଣୀ ତାଙ୍କ ଘରକୁ ଯାଇଥିଲେ, ଆଉ କହିଥିଲେ ଯେ ପ୍ରଯ୍ୟନ୍ତ ଏ ଦୁଇ ଜଣ ପୃଥିବୀ ପୃଷ୍ଟରେ ଅଛନ୍ତି ତାଙ୍କର ସମସ୍ତ ଖର୍ଚ୍ଚ ସେ ବହନ କରିବେ । ଆଉ ୧୦ ହଜାର ଟଙ୍କା ମଧ୍ୟ୍ୟ ଦେଇକି ଆସିଥିଲେ । ଆଉ ଆଜି ସେ ତାଙ୍କ ପ୍ରତିଶ୍ରୁତି ରଖିଛନ୍ତି ବ୍ରଜଙ୍କ ସୁଧଘର ପାଇଁ ଭୋଜି ଭାତରେ ଯେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ବହନ କରିଛନ୍ତି । ଯାହାକୁ ଦେଖି ଗାଆଁ ଲୋକେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି ।