ସାବଧାନ। ଅଶାନ୍ତ ହେଲାଣି ସମୁଦ୍ର। ଦାନା ବାନ୍ଧୁଛି ବାତ୍ୟା ‘ରେମାଲ’ ଓଡିଶା ପାଇଁ ବଡ଼ ବିପଦ।

ଖରାରେ ପୁରା ଓଡିଶା ସିଜୁଥିବା ବେଳେ ଡ଼ରାଇଲାଣି ବାତ୍ୟା। ଓଡିଶା ପାଇଁ ରହିଛି ବଡ଼ ବିପଦ। ମାଡି ଆସୁଛି ବାତ୍ୟା ରେମାଲ। ଧୀରେ ଧୀରେ ଉଗ୍ର ରୂପ ନେଉଛି ବାତ୍ୟା। ଏହି ଦିନ ତାଣ୍ଡବ ରଚିବା ନେଇ ରହିଛି ସମ୍ଭାବନା। ଧୀରେ ଧୀରେ ଅଶାନ୍ତ ହେଉଛି ସମୁଦ୍ର। ମେ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ବଙ୍ଗପସାଗରରେ ସୃଷ୍ଟି ହୋଇପାରେ ଗଭୀର ଘୁର୍ଣ୍ଣି ଝଡ଼। ଯାହା ପରବର୍ତୀ ସମୟରେ ନେଇପାରେ ବାତ୍ୟାର ରୂପ। ପୂର୍ବାନୁମାନ କରାଯାଉଥିବା ଏହି ବାତ୍ୟାର ନାମ ରଖାଯାଇଛି ରେମାଲ।

ସମ୍ଭାବ୍ୟ ଏହି ବାତ୍ୟାକୁ ନେଇ ପଶ୍ଚିମବଙ୍ଗ ମେଘା ସମୁଦ୍ର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପାଣିପାଗ ବିଭାଗ ଆକଳନ ଅନୁସାରେ ମେ ୨୦ ରୁ ୨୫ ମଧ୍ୟରେ ବଙ୍ଗପସାଗରରେ ଗଭୀର ନିମ୍ନ ଚାପ ସୃଷ୍ଟି କରୁଛି ଘୁର୍ଣ୍ଣି ଝଡ଼। ତେବେ ଘୁର୍ଣ୍ଣି ଝଡ଼ ରେମାଲ ଲ୍ୟାଣ୍ଡଫଲ ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ।କିନ୍ତୁ ବାଙ୍ଗଲାଦେଶ ସୀମାନ୍ତ ପଶ୍ଚିମବଙ୍ଗରେ ପ୍ରଭାବ ପକାଇପାରେ ଘୁର୍ଣ୍ଣି ଝଡ଼ ରେମାଲ।

ତେବେ ଓଡିଶା କଥା ଯଦି ଦେଖିବା ରାଜ୍ୟରେ ଆହୁରି ୩ ଦିନ ରହିବ କାଳବୈଶାଖୀର ପ୍ରଭାବ। ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଦୁଇ ଦିନ କହଲା ପାଗ ରହିବ। ଆଜି ଆଉ ଆସନ୍ତା କାଲି ପାଇଁ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୧ ଟି ଜିଲ୍ଲା କାଲି ୮ ଜିଲ୍ଲାକୁ ଘଡଘଡି ସହ ବର୍ଷା ପବନ ପାଇଁ ୟୋଲୋ ଆଲର୍ଟ ଜାରି କରାଯାଇଛି।

ସେପଟେ ଏଥର ସ୍ବଭାବିକ ଠାରୁ ଗୋଟିଏ ଦିନ ଆଗରୁ ମୌସୁମୀ କେରଳ ଛୁଇଁବ। ମେ ୩୧ ରେ କେରଳ ଛୁଇଁପାରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଯଦି ମୌସୁମୀ ଆଗକୁ ବଢିବାକୁ ପାଗ ଅନୁକୁଳ ରହିବ ତାହେଲେ ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁପାରେ ମୌସୁମୀ।

Leave a Comment

Your email address will not be published. Required fields are marked *

Scroll to Top