ଗତକାଲି ମାଆକୁ ଫୋନ କରି ସବୁ କହିଥିଲା ଝିଅ । ହେଲେ ଏବେ ଆଉ ଫୋନ ଉଠାଉନି ଝିଅ ଏବେ ଝିଅକୁ ମନେପକାଇ ଝୁରି ହେଉ…।

ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନ ରାତି ଏକ କରି ପାଠ ପଢ଼େ ଆଉ ସାଙ୍ଗ ମାନଙ୍କ ସହ ଖୁବ୍ ଖୁସି ବାସୀ ହୋଇ ହଷ୍ଟେଲରେ ରହି ପାଠ ପଢ଼େ I ସବୁ ଠିକ ଚାଲିଥିଲା ହେଲେ ହଠାତ କଣ ହେଲା କେଜାଣି ଗତକାଲି ମାଆକୁ ଫୋନ କରି ସବୁ କହିଥିଲା ଝିଅ ହେଲେ ଏବେ ଆଉ ଫୋନ ଉଠାଉନି ଝିଅ ଏବେ ଝିଅକୁ ମନେ ପକାଇ ଝୁରି ହେଉଛି ମାଆ I ଆଜ୍ଞା ହଁ ବନ୍ଧୁଗଣ ହଷ୍ଟେଲ ଭିତରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ସୂଚନାନୁଯାୟୀ ତାଳଚେର୍ ର ଗୋପାଳ ପ୍ରସାଦ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିବା ବେଳେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି I ତେବେ ଅନୁଗୋଳ ଜିଲ୍ଲାରେ ଥିବା କ୍ରିଏଟିଭ ଟେକ୍ନୋ କଲେଜର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ରାଇଝରଣ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନ ସାହୁ ବୋଲି ଜଣାପଡିଛି । ସେ କ୍ରିଏଟିଭ ଟେକ୍ନୋ କଲେଜରେ ବିସିଏର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ ।

ଛାତ୍ରୀଙ୍କ ସହ ଜବରଦସ୍ତି ଏକ ରୁମ୍ ରେ ରହିବା ନେଇ ରାତିରେ ଛାତ୍ରୀ ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ଗତ ରାତିରେ କଥା ହୋଇଥିବା ବେଳେ ତା’ପରଦିନ ସକାଳେ କଲେଜ କତୃପକ୍ଷ ଜସ୍ମିନଙ୍କ ବାପାଙ୍କୁ ଫୋନ କରି କହିଲେ କି ତମ ଝିଅ ରୁମ୍ ର କବାଟ ଖୋଲୁ ନାହିଁ କି ଯେତେ ଡାକିଲେ ଶୁଣୁ ନାହିଁ । ଯାହା ଫଳରେ ଜସ୍ମିନଙ୍କ ପରିବାର ଲୋକ ହଷ୍ଟେଲକୁ ଆସିଥିଲେ । ପରେ ପରିବାର ଲୋକ ଆସିବା ପରେ ପୋଲିସକୁ ଖବର ଦିଆଯାଇଥିଲା ।

ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ କଲେଜ କତୃପକ୍ଷ କବାଟକୁ ଭାଙ୍ଗି ଥିଲେ । କବାଟ ଭାଙ୍ଗିବା ପରେ ଜସ୍ମିନର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ପୋଲିସ ଜସ୍ମିନର ମୃତ ଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଜସ୍ମିନଙ୍କ ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି କି ତାଙ୍କ ଝିଅ ଜୀବନ ହାରିନାହିଁ ତାକୁ ହତ୍ୟା କରାଯାଇଛି । ଏନେଇ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Leave a Comment

Your email address will not be published. Required fields are marked *

Scroll to Top