“ମୁଁ ଯେବେ ବି ତାଙ୍କୁ ପଚାରେ ମୋତେ ବ୍ଲକ୍ କାହିଁକି କରିଥିଲ, ସେ କିଛି କୁହନ୍ତିନି ଖାଲି କାନ୍ଦନ୍ତି” : ପ୍ରିୟାଂଶି ।

ବନ୍ଧୁଗଣ ଆମେ ସୋସିଆଲ ମିଡ଼ିଆରେ ଯେତେବେଳେ ତାଙ୍କ ଭଏସ୍ ଶୁଣିଥାଉ ସେତେବେଳେ ଲାଗେ ଯେ ଏଇଟା ତୋ ଆମେ ପ୍ଲାଟଫର୍ମରେ ଶୁଣନ୍ତି । ଏଇଟା ତୋ ଆମେ ଯେତେବେଳେ ଏୟାରପୋର୍ଟ ଯାଆନ୍ତି ସେତେବେଳେ ଶୁଣନ୍ତି । କିନ୍ତୁ ଉକ୍ତ ଲାଇଭ ଭଏସ୍ ଟା କିଏ ଦେଉଛି । ତେବେ ସେହି ଲାଇଭ ଭଏସ୍ ଦେଉଥିବା ଝିଅଟିଏ ହେଉଛନ୍ତି ପ୍ରିୟାଂଶୀ ପଣ୍ଡା ପାଠକ । ଯେତେବେଳେ ଲୋକ ତାଙ୍କ ଭିଡ଼ିଓ ଦେଖିଥିଲେ ସେତେବେଳେ ଅନେକ ଭଲ ପାଇବା ଦେଇଥିଲେ ।

ଅନେକ ଭ୍ୟୁୟର୍ସ ତାଙ୍କର ମଧ୍ୟ ଅନେକ ଭଲ ପାଇବା ଦେଇ ଆସିଛନ୍ତି ତାଙ୍କ ଭଏସ୍ ଟିକୁ । ସେ ସୋସିଆଲ ମିଡ଼ିଆରେ ଅନେକ ଏଣ୍ଟେଟେନ୍ମେଣ୍ଟ କରନ୍ତି ବିଶେଷ କରି ସେ ତାଙ୍କ ଭଏସ୍ ପାଇଁ ଅଧିକ ଜଣାଶୁଣା । ତେବେ ନିକଟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ ସେ ନିଜର ରିଲେସନସିପ୍ କୁ ନେଇ ଅନେକ ଜଣା ଅଜଣା କଥା କହିଥିଲେ । ପ୍ରିୟାଂଶି ପ୍ରଥମେ କହିଥିଲେ ସେ ଖାଣ୍ଟି ଓଡ଼ିଆ କଟକିଆ ସେ ।

ତେବେ ତାଙ୍କ ବୟଫ୍ରେଣ୍ଡ୍ ସହ ଦେଖା ଫ୍ଲାଇଟରେ ହେଇଥିଲା କି ବୋଲି ପ୍ରଶ୍ନରେ ପ୍ରିୟାଂଶି ଉତ୍ତର ଦେଇଥିଲେ ନାଇଁ ତାଙ୍କ ସହ ଦେଖା ଏଇ କଟକରେ ହୋଇଥିଲା ଆଉ ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଥମ ଥର ଗୋଟେ ଅଜିବ ଟାଇପ୍ ର ଦେଖା ହୋଇଥିଲା । ସେ ଆଉ ଜଣେ ଦୁଇଜଣ ତାଙ୍କୁ ଫଲୋ କରୁଥିଲେ ତାପରେ କ୍ରସ କଲେ ଏବଂ ପ୍ରିୟାଂଶିଙ୍କୁ କହିଲେ ରାସ୍ତା ଉପରେ ଏମିତି ଯାଉଛ ଡର ଲାଗୁନି ତୁମକୁ ବୋଲି ତାପରେ ପ୍ରିୟାଂଶି କହିଥିଲେ ନା! କାହିଁକି ଡର ଲାଗିବ । ଏହାପରେ ତାଙ୍କ ବୟଫ୍ରେଣ୍ଡ୍ ଉତ୍ତର ଦେଇଥିଲେ କେହି କେତେବେଳେ ଉଠେଇ ନେଇଯିବ ।

ପ୍ରିୟାଂଶି ଉତ୍ତର ଦେଇଥିଲେ ଆପଣ ଉଠେଇବା ଇରାଦାରେ ଅଛନ୍ତି କି ଉଠେଇ ନିଅନ୍ତୁ ତାହେଲେ । ଏଇ ଟାଇପ୍ ର କଥାବାର୍ତା ହେଇକି ଗୋଟେ ଅଟାଚମେଣ୍ଟ ହେଇଥିଲା । କିନ୍ତୁ ଧୀରେ ଧୀରେ କଥାବାର୍ତା ପରେ ୨/୩ ଦିନ ପରେ ହଠାତ୍ ସେ ପ୍ରିୟାଂଶିଙ୍କୁ ବ୍ଲକ୍ କରି ଦେଇଥିଲେ । ଆଉ କୋଭିଡ୍ ଟାଇମ୍ ରେ ଅନବ୍ଲକ କରି ମେସେଜ କରିଥିଲେ ଯେ ତାଙ୍କୁ ଜାଣି ପାରୁଛନ୍ତି କି ନାହିଁ । ପ୍ରିୟାଂଶି ରାଗିକି ଉତ୍ତର ଦେଇଥିଲେ ତାଙ୍କୁ ଖରାପ ଲାଗିଥିଲା ବୋଲି । ତେବେ ପ୍ରିୟାଂଶି ଆହୁରି ମଧ୍ୟ କହିଥିଲେ ତାଙ୍କର ସେତିକି ବିଶ୍ୱାସ ଅଛି ତାଙ୍କ ବୟଫ୍ରେଣ୍ଡ୍ ଉପରେ ଆଉ ଦୁହିଁଙ୍କ ରିଲେସନ ସେତେ ଆଗକୁ ଚାଲି ଯାଇଛି ଯେ ବାହା ନହୋଇ ମଧ୍ୟ ବାହା ହେବା ଭଳିଆ ରହୁଛନ୍ତି।

Leave a Reply

Your email address will not be published. Required fields are marked *