ବୁଡ଼ିବା ଡଙ୍ଗାରେ କାଇଁ ବସିଲୁ ରେ ଭାଇ

ଯେଉଁଲୋକ ବିଜେପିକୁ ଡିଆଁ ମାରିଲେ ମୁଁ ସେଥିପାଇଁ କହୁଥିଲି ଆରେ ବୁଡ଼ିବା ଡଙ୍ଗାରେ କାହିଁକି ବସିଲୁ। ତୁ ପଳେଇଲୁନି ବିଜେପିକୁ। ଯଦି ସତରେ ତୋର କଂଗ୍ରେସ ପାଇଁ ଏତେ ନଫରତ୍। ଆଉ ଏ ବୁଡ଼ିବା ଡଙ୍ଗାରେ କାହିଁକି ବସିଲୁ ।ସବୁ ବୁଡ଼ିବେ ଏକାଥରକେ। ଶାଢ଼ୀ ମିଳୁନି ତ ପିନ୍ଧିବାକୁ ଖଣ୍ଡିଆ ଶାଢ଼ୀ ପିନ୍ଧୁଛ । ତାହାଲେ ଗୋଟେ ଜ୍ୟାକେଟ୍ ଦେଲେ ଆଉ ଖଣ୍ଡିଆ ଶାଢ଼ୀ ଦେଖା ଯିବନି।

କ୍ୟାସ୍ ନିଅ ଜ୍ୟାକେଟ୍ ପାଇଁ ତିନି ହାଜର ଲେଖାଏଁ କ୍ୟାସ୍ ମିଳୁଛି।ଟଙ୍କିକିଆ ଚାଉଳ କଟି ଯିବ। ଭୋଟ ଦେଇ ଦବ ଶଙ୍ଖରେ। ହାଇଦ୍ରାବାଦରେ ବିଲ୍ଡିଂସ୍ ଦେଖି ନାହାଁନ୍ତି କି ବେଙ୍ଗଲୋରରେ ଆଇ.ଟି. କମ୍ପାନୀ ଦେଖି ନାହାଁନ୍ତି। ସେଥିପାଇଁ ଖୁସି ହେଉଛନ୍ତି ଯେ ଭୁବନେଶ୍ଵର ଉନ୍ନତି କରିଛି। ଆରେ ଭୁବନେଶ୍ୱର ହାଇଦ୍ରାବାଦର ଗୋଟେ କଲୋନୀର ହିସାବରେ ବି ପଡ଼ିବନି। ସେତିକି ଯେତେ ଉନ୍ନତି ଗୋଟେ କଲୋନୀର ହାଇଦ୍ରାବାଦରେ। ତାହାଲେ ଲୋକ ଦେଖି ନାହାଁନ୍ତି ବୋଲି ତାକୁ ଆଡ୍ଭାଟାଇଜମେଣ୍ଟ୍ କରି ଭୁଆଁ ବୁଲାଉଛନ୍ତି। ତ ଆଖି ଖୋଲିବା ଦରକାର ଓଡ଼ିଆ ଲୋକଙ୍କର।

ଓଡ଼ିଶା ହେଉଛି କ୍ରୀତଦାସ ଆଉ ଭିକାରୀରେ ଭରପୁର। ଏଠି କ୍ରୀତଦାସ ହେଉଛନ୍ତି ଆମ ନେତାମାନେ । କିଏ ଟ୍ରାଫିକ ସମ୍ଭାଳିଲାନି ତ କିଏ ଷ୍ଟେଜ ସମ୍ଭାଳିଲାନି। ଜୀବନରେ ଥରେ ଷ୍ଟେଜ ଉପରେ ଠିଆ ହୋଇ ପାରୁନି କାରଣ ଆଇ.ଏ.ଏସ୍. ଅଫିସରଟେ ଠିଆ ହୋଇଛି। ପବ୍ଲିକରେ କିଛି କହି ପାରିବନି ଆଉ କାମ କଲେ ବି ତାର ଭରସା ନାହିଁ ଯେ ମୋତେ ଟିକେଟଟେ ମିଳିବ।ଉପରୁ ଏମାନେ ଏମିତି ବ୍ରାଣ୍ଡିଂ କରିଛନ୍ତି ଗଣତନ୍ତ୍ରକୁ ସେମାନେ ଆଡ୍ଭାଟାଇଜମେଣ୍ଟତନ୍ତ୍ର କରି ଦେଇଛନ୍ତି। ନବୀନ ପଟ୍ଟନାୟକ ଗୋଟେ ପ୍ରଡକ୍ଟ। ତାର ସବୁଦିନ ଆଡ୍ଭାଟାଇଜମେଣ୍ଟ ଚାଲୁଛି। ଇଲେକ୍ସନ ଆସିଲେ ଅଫର୍ ,ଯେମିତି ଦଶହରା ଆସିଲେ ଅଫର୍। ଆଚ୍ଛା ହଜାରେ ଟଙ୍କା ନିଅ।

ପଚିଶ ବର୍ଷ ହେଲା ଡାଲି ଖାଇନ ତ ଏବେ ଡାଲି ଖାଇ ନିଅ। ଆଚ୍ଛା ତମ ଧାନ ତ ଆମେ ସତର ଶହରେ କିଣୁଛୁ କାହିଁକି ଏକୋଇଶିରେ ବୁକ୍ କରିଛନ୍ତି ଏମ୍.ଏସ୍.ପି. । ଯେଉଁଥିରେ କି ବାହାର ରାଜ୍ୟରେ ଅଣତିରିଶ ଶହ କି ଏକତିରିଶ ଶହ। ସେଥିରେ ଆମର ଲୋକମାନେ କେଉଁଠି କାଟ ଛାଟ କରୁଛନ୍ତି। କମି କମି ଆସି ପହଞ୍ଚି ଯାଉଛି ସତର ଶହ ଟଙ୍କା। ସେଇଟାକୁ ଲୁଚେଇବା ପାଇଁ ଏମାନେ କଣ କରୁଛନ୍ତି ନା ଦୁଇ ହଜାର ଟଙ୍କାର କ୍ୟାସ୍ ପଠେଇ ଦେଉଛନ୍ତି ନା କାଳିଆ ଯୋଜନା।

ଭାଈ କାଳିଆ କେତେ ଦୁଃଖୀ ହେଉଥିବରେ ଏସବୁ ଦେଖି ଲୋକଙ୍କ ଠକାମୀ ।ଲୋକ ଏଇ ଜିନିଷ ଜାଣି ଦରକାର ଯେ କାହିଁକି କଂଗ୍ରେସ ଏମ୍.ଏସ୍.ପି. ଟା ଗ୍ୟାରେଣ୍ଟି କାହିଁକି କରିଲା ତିନି ହଜାରରେ। ଯଦି ଏମ୍.ଏସ୍.ପି. ତିନି ହଜାର ହେବ ତାହାଲେ ଆମ ଚାଷୀର ଇନ୍କମ୍ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ ହାରାହାରି। ଆରେ ସେ ତା ମନ ପସନ୍ଦର ଚାଉଳ ଖାଇବ ସେ ଡାଲି ଖାଇବ,ପରିବା ଖାଇବ। ସେ ଭାତ,ଲଙ୍କା, ଲୁଣ ଲଗେଇ ବଞ୍ଚିଛି ପଚିଶ ବର୍ଷ ହେଲାଣି।

Leave a Reply

Your email address will not be published. Required fields are marked *