“ରାଣୀ ଦିଦି ତୁମପାଖରେ କୁକୁର ହେଇ ରହିବାକୁ ବି ଚାଁହୁଥିଲା । ତୁମକୁ ଜଣାପଡୁନି କେତେଭଲ ପାଉଛି” : ଗଜପତି ।
ବନ୍ଧୁଗଣ ଆପଣମାନେ ଯାତ୍ରା ଜଗତର ତଥା ଓଲିଉଡ଼ ଜଗତର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଗତ କିଛିଦିନ ହେବ ସେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଯେବେଠୁ ଜଣା ପଡ଼ିଛି ତାଙ୍କର ପୁରୁଷ ବନ୍ଧୁ ବିକ୍ରମ ତାଙ୍କୁ ଧୋକା ଦେଇଛନ୍ତି ସେବେଠାରୁ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ସବୁ ଚ୍ୟାନେଲରେ ଏବେ ଏହି ଖବର । ଆଜ୍ଞା ହଁ ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି ।
ତେବେ ଏହା ମଧ୍ୟରେ ରାଣୀ ତାଙ୍କର ପ୍ରେମିକ ବିକାଶ ବିକ୍ରମ ଓରଫ କାହ୍ନାଙ୍କ ବିରୋଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି । ଦୀର୍ଘ ୭ ବର୍ଷର ସମ୍ପର୍କ ପରେ ତାଙ୍କୁ ବିକ୍ରମ ବହୁ ନିର୍ଯାତନା ଦେଇଥିବାରୁ ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଣୀ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ଗଜପତି ।
ଗଜପତି କହିଛନ୍ତି ଯେ, ପ୍ରଥମେ ଗୋଟାଏ କଥା ରାଣୀ ପଣ୍ଡା କଉ ସ୍ଵର୍ଗରୁ ଆସିନାହାନ୍ତି କିମ୍ଵା ଗୁଗୁଲ୍ ରୁ ଡାଉନଲୋଡ୍ ହେଇ ନାହାଁନ୍ତି ସେ ଭି ଗୋଟାଏ ପ୍ରକାରର ଝିଅ । ପ୍ରତ୍ୟେକଟି ଝିଅର ଯେତେବେଳେ ତା ଜୀବନରେ ଏଭଳିଆ ଘଟଣା ଟେ ଘଟେ ଏଇଟା ନିଶ୍ଚୟ କେଉଁଠି ନା କେଉଁଠି ବାଧେ କିନ୍ତୁ କଥାଟି ହେଉଛି ଯଦି ତୁମେ ଭୁଲ୍ ଆଉ ଠିକ୍ ଭିତରେ ବାଛି ବିଚାର କରି ନିର୍ଣ୍ଣୟ ଟା ନେବ ତେବେ ଏ ଦିନ ଦେଖିବାକୁ ମିଳିବନି । ଆମେ ଦେଖୁଛେ ସୋସିଆଲ ମିଡ଼ିଆରେ ସବୁ ଜାଗାରେ ସର୍ବ ସାଧାରଣରେ ଗୋଟେ ଗୋଟେ ଝିଅ କଣ କରନ୍ତି ନା ଏହିସବୁ ପ୍ରତାରଣାରେ ପୀଡ଼ିତ ହେବା ପରେ କିଏ ଯାଇକି କାହା ଘର ଦାଣ୍ଡ ପିଣ୍ଡାରେ ବସିଲାଣି ତ ଆଉ କିଏ କବାଟ ବାଡ଼େଇଲାଣି ।
କିନ୍ତୁ ରାଣୀ ପଣ୍ଡା ମେଟରରେ ଠିକ୍ ସେଇଭଳି ଜିନିଷ ଟେ ହେଇଛି କିନ୍ତୁ ଏଠି ଗୋଟାଏ କଥା ଯେ ରାଣୀ ପଣ୍ଡା ଛୋଟ ପିଲା ନୁହେଁ । ସେ ଆଜକୁ ୮ ବର୍ଷ ହେଲା ଗୋଟେ ପିଲାକୁ ଭଲ ପାଉଥିଲା ଆଉ ଆଜି ଭି ଭଲ ପାଉଛନ୍ତି କାନ୍ଦୁଛନ୍ତି । ବିକ୍ରମକୁ ଯଦି ଧୋକା ଦେବାର ଥିଲା ସେ ସାଇଡ ହୋଇ ଯିବାର ଥିଲା । ଏବେ ବି ରାଣୀ ପଣ୍ଡା ବିକ୍ରମ ପାଖରେ କୁକୁର ହେଇ ରହିବାକୁ ବି ଚାଁହୁଥିଲା । ଏଥିରୁ ଜଣାପଡୁନି କେତେଭଲ ପାଉଛି ରାଣୀ ବୋଲି କହିଛନ୍ତି ଗଜପତି ।