ସୌମ୍ୟରଞ୍ଜନ ଓ ପ୍ରସନ୍ନ ବିଜେପିରେ ମିଶିଲେ କାହାର ହେବ ଫାଇଦା କହିଲେ ବରିଷ୍ଠ ସାମ୍ବାଦିକ ।

ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି ଆଉ ସେଥିପାଇଁ ପ୍ରକ୍ରିୟା ମଧ୍ୟ ଜୋର୍ ସୋର୍ ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ଇତି ମଧ୍ୟରେ ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି

ସେମାନଙ୍କ ମଧ୍ୟରୁ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି । ଦଳୀୟ ଟିକେଟ୍‌ ପାଇ ନଥିବା ଅଥବା ସମ୍ଭାବିତ ଟିକେଟ୍‌ ତାଲିକାରେ ନଥିବା ନେତାମାନେ ଦଳ ଡେଉଁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଜନସାଧାରଣଙ୍କ ମନରେ ଏବେ ଗୋଟାଏ ପ୍ରଶ୍ନ ଉଙ୍କି ମାରୁଛି ବିଜେଡି ଛାଡିବେ କି ପ୍ରସନ୍ନ ପାଟ୍ଟଶାଣୀ ? ବିଜେପିକୁ ଯିବେ କି ପ୍ରସନ୍ନ, ସୌମ୍ୟ ପଟ୍ଟନାୟକ ? ନିର୍ବାଚନ ହଟଚମଟ ଭିତରେ ତାତି ବଢାଇଛି ଦୁଇ ବରିଷ୍ଠ ନେତାଙ୍କ ବିଜେପିକୁ ଯିବା ଚର୍ଚ୍ଚା । ନା ନେତା ମୁହଁ ଖୋଲୁଛନ୍ତି ନା ଦଳ କିଛି କହିଛି । ହେଲେ  ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ସରଗରମ ହୋଇଛି ।

ଆଜ୍ଞା ହଁ ଶୁଣିବାକୁ ମିଳୁଛି ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ଦିଲ୍ଲୀରେ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ଏନେଇ ଉଭୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଇତି ମଧ୍ୟରେ ବରିଷ୍ଠ ସାମ୍ବାଦିକ, ସୌମ୍ୟରଞ୍ଜନ ଓ ପ୍ରସନ୍ନ ବିଜେପିରେ ମିଶିଲେ କାହାର ହେବ ଫାଇଦା ତାକୁ ନେଇ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ତୋ ବିଜେଡ଼ି ଏକ୍ସଟେଣ୍ଡ କରି ଦେଇଛି ତେଣୁ ସେ ବିଜେଡ଼ି ରେ ଅଛନ୍ତି ବୋଲି କାହିଁକି କହୁଛନ୍ତି। ବାକି ପ୍ରସନ୍ନ ପାଟ୍ଟଶାଣୀ ବିଜେଡ଼ିରେ ଅଛନ୍ତି ଏପରିକି ବିଜେଡ଼ି ତାଙ୍କୁ ଚିଲିକା ବିଧାନସଭା ଆସନ ଦେବା ପାଇଁ କି ସ୍ଥିର କରିଥିଲା ବୋଲି ପ୍ରକାଶ ପାଇଥିଲା । ହୁଏତ ଚିଲିକାରେ ଭି ରେଜିଷ୍ଟାନ୍ସ ହେଉଛି । ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରି ନଥିବାରୁ ତାଙ୍କ ମନରେ ଅସନ୍ତୋଷ ମଧ୍ୟ ଅଛି ।

ଆଉ ସୌମ୍ୟ ରଞ୍ଜନଙ୍କ ମନରେ ମଧ୍ୟ କ୍ଷୋଭ କଉଠି ଗୋଟେ ଅଛି କିନ୍ତୁ ତା ମଧ୍ୟରେ ଗୋଟାଏ କଥା ସେ ଦେଖୁଛନ୍ତି ଯାହା ଯେ ପାଟ୍ଟଶାଣୀଙ୍କ ପାଇଁ ହୁଏତ ତାଙ୍କ ଜ୍ବାଇଁ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି । ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହା ତାଙ୍କ ରାଜନୈତିକ ଜୀବନର ଶେଷ ସମୟ ଭଳିଆ ଜଣା ପଡୁଛି।

Leave a Reply

Your email address will not be published. Required fields are marked *