“ଯେଉଁଦିନ ସେ ବାହାହେବ, ମୁଁ ତା ପିଣ୍ଡ ପକେଇବି ସମୁଦ୍ରରେ ବୁଡ଼ ପକେଇବି । ବ୍ରାହ୍ମଣ ଭୋଜନ ଦେବି” : ରାଣୀ ପଣ୍ଡା ।

ବନ୍ଧୁଗଣ ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ତଥା ବିବାଦୀୟ ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ଜଣେ ମହାନ୍ କଳାକାର ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ସାରା ଓଡ଼ିଶାରେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କର ଭଲ କାମ ହେଉ କି ଖରାପ କାମ ସବୁବେଳେ ଆଲୋଚନାର ବିଷୟ ପାଲଟିଥାଏ । ରାଣୀ ପଣ୍ଡା ଯାହା କୁହନ୍ତି ତାହା କରନ୍ତି । ସେଥିପାଇଁ ସେ ପ୍ରଂଶସାର ପାତ୍ର ହୋଇଥାଆନ୍ତି । ଆଉ ବର୍ତ୍ତମାନ ସମୟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ ନିଜ ବିଷୟରେ ଖୋଲି କହିଛନ୍ତି ରାଣୀ ପଣ୍ଡା । ଆଜ୍ଞା ହଁ ବନ୍ଧୁଗଣ କଥାବାର୍ତ୍ତା ସମୟରେ ତାଙ୍କୁ ପଚରା ଯାଇଥିଲା ତାଙ୍କର ଲଭ୍ ଲାଇଫ ବିଷୟରେ ।

ଏହାର ଉତ୍ତରରେ ରାଣୀ କହିଛନ୍ତି ଯେ ଭଲ ପାଇବା ଟା ଚିର ଅମର ହେଇକି ରହେ । ଯେ ସତରେ ଭଲ ପାଉଥିବ ନା ସେ ବିନା ବାହାଘର, ବିନା ସିନ୍ଦୂର, ବିନା ମଙ୍ଗଳସୂତ୍ର ଓ ବିନା ଶଙ୍ଖାରେ ମଧ୍ୟ ଜୀବନ ସାରା ତା ବାଟକୁ ଚାହିଁ ବସିଥିବ ଏକ ପାଖିଆ ହେଉ ନା କାହିଁକି । କିନ୍ତୁ ଯିଏ ଛାଡ଼ି ଦେଇକି ଯାଇଥିବ ସେ ବହୁତ୍ ପଛତେଇବ ।

ସେ କାହାକୁ କିଛି କହି ପାରିବନି । ଏହାପରେ ରାଣୀ ପଣ୍ଡାଙ୍କୁ ପଚରା ଯାଇଥିଲା ଯେ ସେ ପରିଚୟ କାହିଁକି ଦେଉ ନାହାଁନ୍ତି ଯେ ସେ କିଏ ବୋଲି । ଆଉ ସେ କାହାକୁ ଭଲ ପାଉଥିଲେ? ସେ ଜଣକ ଅଭିନେତା ଥିଲେ ନା ରାଜନେତା ଥିଲେ ନା କେଉଁ ନର୍ମାଲ ଲୋକ ଥିଲେ । ଏହାର ଉତ୍ତରରେ ରାଣୀ ପଣ୍ଡା କହିଥିଲେ ଯେ ସେ ତାଙ୍କ ପରିଚୟ ଦେବାକୁ ଚାହୁଁ ନାହାଁନ୍ତି । ଯିଏ ଜାଣିବା ଲୋକ ଜାଣି ସାରିଥିବ । ରାଣୀ ପଣ୍ଡା ଏମିତି ଲୋକ ନୁହେଁ ଯେ କାହାକୁ ବଦନାମ୍ କରିଦେବ । ରାଣୀ ପଣ୍ଡା ସହିବା ଶିଖିଛି ।

ତେବେ ରାଣୀ ଆହୁରି କହିଛନ୍ତି ୧୦୦ ରୁ ଲକ୍ଷେ ପ୍ରତିଶତ ତାଙ୍କର ଭଲ ପାଇବା ଥିଲା ବର୍ତ୍ତମାନ୍ ଆଉ ଗୋଟାଏ ପ୍ରତିଶତ ବାକି ରହିଛି । ଗୋଟେ ରୁ ଜିରୋ କୁ ଯିବାକୁ କେତେ ସମୟ ଲାଗିବ । ଯେଉଁଦିନ ସେ ବାହାହେବ ସେହି ଦିନ ରାଣୀ ତା ନାଆଁରେ ପିଣ୍ଡ ପକେଇବେ ସମୁଦ୍ରରେ ମୁଣ୍ଡ ଧୋଇକି ଗାଧେଇବେ ନମସ୍କାର ମାରିବେ । ସେ ପୂରା ଶୁଦ୍ଧି ହୋଇଯିବେ । ସେ ରାଣୀ ପଣ୍ଡାଙ୍କୁ ଛାଡ଼ିକି ଗଲା କାରଣ ତାକୁ ବାପା, ମା ସାଙ୍ଗ ସାଥୀ ଦରକାର ଆଉ ସେ ରାଣୀ ପଣ୍ଡାଙ୍କୁ ବାହା ହେଲେ ସମାଜରେ ତାର ଇଜ୍ଜତ ପଳେଇବ । ରାଣୀ ପଣ୍ଡାକୁ ବାହା ହେଲେ ବନ୍ଧୁ ବାନ୍ଧବ ତାଙ୍କ ବାହାଘରରେ ଆସିବେନି ।

Leave a Reply

Your email address will not be published. Required fields are marked *