ଧରା ପକେଇଦେଲା କୁକୁର, ଶୁଭମନ ସାରାଙ୍କ ଭିତରେ ରହିଛି ଲୁଚାଛପା ପ୍ରେମ ସମ୍ପର୍କ।

ଜଣାପଡିଲା ଲଭବାର୍ଡଙ୍କ ପ୍ରକୃତ ସତ। ସାରା-ଶୁଭମନଙ୍କ ମଧ୍ୟରେ ରହିଛି ସମ୍ପର୍କ। ଧରା ପକେଇଦେଲା କୁକୁର। ପୁଣି ସାରା-ଶୁଭମନଙ୍କ ପ୍ରେମ କାହାଣୀକୁ ନେଇ ବଢ଼ିଲା ଚର୍ଚ୍ଚା।ଭାରତୀୟ କ୍ରିକେଟର ଶୁଭମନ ଗିଲ ଓ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ତାଙ୍କ ସମ୍ପର୍କ ପାଇଁ ଅନେକ ସମୟରେ ହେଡଲାଇନରେ ରହିଥାଆନ୍ତି। ଯଦିଓ ଏହି ଗୁଜବ ଉପରେ ଏହି ଦୁହିଙ୍କ ଠାରୁ କୌଣସି ମତାମତ ଏଯାଏଁ ମିଳି ପାରିନାହିଁ। ସେମାନଙ୍କ ସମ୍ପର୍କକୁ ନେଇ ଏବେ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା ଯାହାକି ସେମାନଙ୍କ ଭିତରେ ସତସତିକା ପ୍ରେମ ସମ୍ପର୍କ ରହିଛି ବୋଲି ଭାବିବାକୁ ଫ୍ୟାନ୍ସ ମାନଙ୍କୁ ଭାବିବାକୁ ବାଧ୍ୟ କରିଦେଇଛି।

ହଁ ବନ୍ଧୁଗଣ ୨୦୨୩ ମସିହାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ସମୟରେ ସାରା ଏବଂ ଶୁଭମନ ଗିଲ ସେମାନଙ୍କର ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚାରେ ଥିଲେ। ସାରାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଶୁଭମନ ତାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। ମାତ୍ର ବର୍ତ୍ତମାନ ସମୟରେ ସେହିଭଳି ଏକ ଘଟଣା ସୋସିଆଲ ମିଡିଆରେ ବେସ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଦେଖି ଫ୍ୟାନ୍ସମାନେ ସନ୍ଦେହ କରୁଛନ୍ତି। ଉଭୟଙ୍କ ମଧ୍ୟରେ କିଛି ନାଁ କିଛି ସମ୍ପର୍କ ରହିଛି।

ଟିକେ ଭଲ କରି ଏହି ଫୋଟଟିକୁ ଦେଖିନିଅନ୍ତୁ। ଯେଉଁଥିରେ ସାରା ତେନ୍ଦୁଲକର ଏକ ଲାଲ ରଙ୍ଗରଡ୍ରେସ ପିନ୍ଧିଛନ୍ତି ଆଉ ତାଙ୍କ ପାଖରେ ଏକ କୁକୁର ରହିଛି। ମାତ୍ର ଏହି ଫୋଟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ସୁରାଗ ଯୋଗାଇ ଦେଇଛି।

ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା କ’ଣ?

ବାସ୍ତବରେ ସାରା ତେନ୍ଦୁଲକର ତାଙ୍କ ପରିବାର ସହିତ ରାଧିକା ମୋର୍ଚ୍ଚାଣ୍ଟ ଓ ଅନନ୍ତ ଆମ୍ବାନୀଙ୍କ ପ୍ରି-ୱେଣ୍ଡିଂ ଇଭେଣ୍ଟରେ ଯୋଗ ଦେଇଥିଲେ। ଏହି ସମୟରେ ସାରା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ। ଯେଉଁ ଫୋଟରେ ତାଙ୍କ ସହ ଏକ କୁକୁର ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ଯେଉଁ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସମାନେ ଦାବି କରିଛନ୍ତି ଯେ ଏହି କୁକୁର କ୍ରିକେଟର ଶୁଭମନ ଗିଲଙ୍କ କୁକୁର ବୋଲି।

କାରଣ କିଛି ଦିନ ପୂର୍ବରୁ ଶୁଭମନ ଗିଲ ସୋସିଆଲ ମିଡିଆରେ ତାଙ୍କ ପୋଷା କୁକୁର ସହିତ ଏକ ଫୋଟ ସେୟାର କରିଥିଲେ। ଏହା ସେହି ସମାନ ପୋଷା କୁକୁର ଯାହା ସାରାଙ୍କ ପାଖରେ ଦେଖିବାକୁ ମିଳିଛି।ଏହି ଫୋଟ ଭାଇରାଲ ହେବା ପରେ ପୁଣି ସାରା ଓ ଶୁଭମନଙ୍କ ସମ୍ପର୍କକୁ ନେଇଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Leave a Comment

Your email address will not be published. Required fields are marked *

Scroll to Top