“ଟିକେଟ୍ ମାଗିଲି ଭଣଜା କହିଲା ଫାଇନାଲ ସରିଛି… ମୁଁ କହିଲି ଅନ୍ୟ ଜାଗାକୁ ନଯାଇ କାହିଁକି ଏଠିକି ଆସିବି” ।

ବନ୍ଧୁଗଣ ବିଜେପିରେ ମିଶିଲେ ବିଜେଡି ସଙ୍ଗଠନର ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ମାମୁଁ ଭବାନୀ ଶଙ୍କର ଜଗଦେବ ମହାପାତ୍ର । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ପଦ୍ମ ଧରିଲେ ଭବାନୀ ଶଙ୍କର ଜଗଦ୍ଦେବ । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଓ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ସେ ସାମିଲ ହୋଇଛନ୍ତି । ତେବେ ବିଜେପିରେ ସାମିଲ ହୋଇଥିବା ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ । ଜନତା ଦଳ ଟିକେଟ୍‌ରୁ ସେ ୧୯୯୫ରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ । ଏହା ପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।

ହେଲେ ଏବେ ପୁଣି ନିର୍ବାଚନ ମଣ୍ଡଳୀରେ ସେ ସକ୍ରିୟ ହୋଇଛନ୍ତି । ତେବେ ଆସନ୍ତା ନିର୍ବାଚନରେ ବିଜେଡିରୁ ଟିକେଟ ମାଗି ଥିଲେ ବି ଭଣଜା ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଟିକେଟ୍‌ ପାଇଁ ମନା କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭେଟିବାକୁ ଦେଇନଥିଲେ ।

ଫଳରେ ଅନ୍ୟ କୌଣସି ବାଟ ନ ପାଇ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଖୋଦ୍ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର । ନିକଟରେ ଏକ ସାକ୍ଷାତକାର ସମୟରେ ସେ ଆହୁରି କହିଛନ୍ତି ଯେଉଁ ଲୋକର ଜବାବ୍ ଥାଏ ତାଙ୍କୁ ସେ ଭଲ ଲାଗନ୍ତି । ବେଗୁନିଆରୁ ସେ ପ୍ରାର୍ଥୀ ହେବା ପାଇଁ ଇଛୁକ । କାରଣ ବେଗୁନିଆରେ ତାଙ୍କର ୪୦ ବର୍ଷ କଟିଛି ତେଣୁ ସେ ସେମାନଙ୍କର ସେବା କରିବା ପାଇଁ ଚାହାଁନ୍ତି । ବବି ଦାସ କଣ ଜାଣିଛନ୍ତି କି ଭବାନୀ ଶଙ୍କର ବିଜେପି ରେ ମିଶୁଛନ୍ତି ବୋଲି ପ୍ରଶ୍ନରେ ସେ ଉତ୍ତର ଦେଇଛନ୍ତି ଯେ, ବବି ଦାସ କିଏ? ସେ ତୋ ତାଙ୍କ ପୁଅ ନୁହେଁ ଭଣଜା ।

ତାଙ୍କୁ ପଚାରିକି କଣ ସେ ବାଟ ଚାଳିବେ କି ବୋଲି କହିଛନ୍ତି । ଗୀତା ସେ ନବମ ଶ୍ରେଣୀରୁ ପଢ଼ିବା ଆରମ୍ଭ କଲେଣି । ଯେଉଁଠି କ୍ରୀଷ୍ଣା କହିଛନ୍ତି ମୁଁ ଏକା ତୋର । ଭଣଜା ଟିକେଟ ଦେଲାନି ବୋଲି ସେ କେହି ନୁହେଁ ବୋଲି କହୁନାହାଁନ୍ତି । ସେମାନଙ୍କର ଦରକାର ପଡ଼ିଲେ ଭବାନୀ ଶଙ୍କର ଯିବେ କିନ୍ତୁ ଫାଇନାନ୍ସିଆଲି କିଛି ସାହାର୍ଯ୍ୟ କରି ପାରିବେନି କାରଣ ବବି ଦାସ ବହୁତ୍ ବଡ଼ ଲୋକ ବୋଲି କହିଛନ୍ତି ମାମୁଁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର । ଆହୁରି ମଧ୍ୟ ଭବାନୀ କହିଛନ୍ତି ବିଜେଡ଼ିରେ ଏବେ ପାୱାରଫୁଲ୍ ପାଣ୍ଡିଆନ୍ ସାହେବ୍ ।

Leave a Reply

Your email address will not be published. Required fields are marked *