ଅନୁଭବଙ୍କ ଦୁଃଖ ସମୟରେ ଦିଲ୍ଲୀରୁ ଧାଇଁ ଆସିଲେ ଜାଗୃତି।,ତାଙ୍କୁ ଦେଖି ବହୁତ ଖୁସି ଅନୁଭବ।

ଅନୁଭବଙ୍କ ପାଖକୁ ଜାଗୃତି ଦିଲ୍ଲୀରୁ ଧାଇଁ ଆସିଲେ। ଅନୁଭବଙ୍କ ଘରେ ପହଂଚି ଯାଇଛନ୍ତି ପ୍ରିୟ ବନ୍ଧୁ। ଦୁଃଖ ସମୟରେ ଆସି ଅନୁଭବଙ୍କୁ ସାହାରା ଦେଇଛନ୍ତି। ଆଉ ଜାଗୃତିଙ୍କୁ ଦେଖି ମନେ ମନେ ବହୁତ ଖୁସି ହୋଇଯାଇଛନ୍ତି ଅନୁଭବ ମହାନ୍ତି।ହଁ ଆଜ୍ଞା ଆଉ ରହି ପାରିଲେ ନାହିଁ। ଦିଲ୍ଲୀରୁ ସିଧା କଟକ ଫେରି ଆସିଲେ। ଭଲ ସାଥିଟିଏ ପାଖକୁ ଧାଇଁ ଆସିଛନ୍ତି ଆଉ ଜଣେ ସାଥି। ଅନୁଭବ ବି ଦେଖି ପୁରା ଖୁସି ହୋଇଯାଇଛନ୍ତି। ପରିବାର ଲୋକଙ୍କ ସହିତ ସାମିଲ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କର ବନ୍ଧୁ ଜାଗୃତି।

ଅନୁଭବ ମହାନ୍ତିଙ୍କ ବାପା ଏକାଦଶାହରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ଯେଉଁଥିରେ ଜାଗୃତିଙ୍କୁ ଅନୁଭବ ସମସ୍ତଙ୍କ ପାଖକୁ ନେଇ ପରିଚୟ କରାଉଛନ୍ତି। ପୁରା ପରିବାର ଆଜି ଖୁସ। କାରଣ ଅନୁଭବ ତାଙ୍କ ପ୍ରିୟ ବନ୍ଧୁ ଜାଗୃତିଙ୍କୁ ପାଖରେ ପାଇ ଖୁସ। ବାପାଙ୍କୁ ହରାଇବା ଦୁଃଖରେ ଅନୁଭବଙ୍କ ଜୀବନରେ ଖୁସିର କାରଣ ପାଲଟିଛନ୍ତି ଜାଗୃତୁ। ଜାଗୃତିଙ୍କୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି ସାଂସଦ ଅନୁଭବ ମହାନ୍ତି।

ଯେଉଁ ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ବିବାଦକୁ ମଧ୍ୟ ଟାଣିଛି। ସେଇ ବନ୍ଧୁ ଜାଗୃତି ଆଜି ଅନୁଭବ ମହାନ୍ତିଙ୍କ ପାଖରେ ରହିଛନ୍ତି। ସାଙ୍ଗରେ ତୋମେ ସମସ୍ତଙ୍କ ପାଖକୁ ଯାଉଛନ୍ତି ପରିବାର ଲୋକଙ୍କୁ ନେଇ ପରିଚୟ କରାଉଛନ୍ତି ଅନୁଭବ ମହାନ୍ତି। ଜାଗୃତି ଶୁକ୍ଳା ମଧ୍ୟ ସମସ୍ତଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି। ଜାଗୃତିଙ୍କୁ ପାଖରେ ପାଇ ଅନୁଭବଙ୍କ ସହ ପୁରା ପରିବାର ମଧ୍ୟ ଖୁସ।

ତେବେ ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶାହରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଅନେକ ବଡ଼ ବଡ଼ କଳାକାର ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ଆକର୍ଷଣର କେନ୍ଦ୍ର ପାଲଟିଥିଲେ ଜାଗୃତି ଶୁକ୍ଳା। ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲେ। ହାତରେ ଧରିଥିଲେ ଅନୁଭବଙ୍କ ବାପାଙ୍କର ପୁସ୍ତିକା। ତେବେ ଅନୁଭବଙ୍କୁ ପାଖରେ ପାଇ ଜାଗୃତି ମଧ୍ୟବେସ ଖୁସି। ସେପଟେ ଯଦି ଦେଖିବା ଏକାଦଶାହରେ ସ୍ତ୍ରୀ ବର୍ଷାଙ୍କୁ ଦେଖିବାକୁ ମିଳିନଥିଲା। ଶଶୁରଙ୍କ ମୃତ୍ୟୁ ସମୟରେ ଆସିନଥିଲେ କି ଏକାଦଶାହରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା।

Leave a Comment

Your email address will not be published. Required fields are marked *

Scroll to Top