ସମୁଦ୍ର ଭିତରେ ବୁଡି କୃଷ୍ଣଙ୍କ ଦ୍ଵାରିକା ନଗରୀ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସମୁଦ୍ର ଭିତରେ ବୁଡି କୃଷ୍ଣଙ୍କ ଦ୍ଵାରିକା ନଗରୀ ଦେଖିଲେ ମୋଦୀ। ସମୁଦ୍ର ଭିତରେ ଏବେବି ସେମିତି ରହିଛି ଦ୍ଵାରିକା ନଗରୀ। ଗଭୀର ପାଣି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀକୃଷ୍ଣଙ୍କୁ କଲେ ପ୍ରାର୍ଥନା। ଆଉ ନିଜ ଅନୁଭବ ବାଣ୍ଟିଲେ ମୋଦୀ। ଦ୍ଵାରିକା ଦେଖିଲା ପରେ କେମିତି ଲାଗିଲା। ସମୁଦ୍ରକୁ ଭିତରକୁ ଯାଇ ପାଣିରେ ବିଡ଼ି ରହିଥିବା ଦ୍ଵାରିକା ନଗରୀ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ହଁ ଆଜ୍ଞା କୃଷ୍ଣଙ୍କ ଦ୍ଵାରିକା ନଗରୀ କେମିତି ସମୁଦ୍ର ଭିତରେ ବୁଡିଯାଇଛି ଯୁଗ ଯୁଗରୁ ତାହା ସମସ୍ତେ ଜାଣନ୍ତି। ଆଉ ଦ୍ଵାରିକାକୁ ଦେଖିବାକୁ ସମସ୍ତଙ୍କ ମନରେ ଅନେକ ଇଛା ଥାଏ। କୃଷଙ୍କ ସେହି ସୁନ୍ଦର ଦ୍ଵାରିକା କେମିତି ଥିଲା। କେମିତି କୃଷ୍ଣ ସଜେଇଥିଲେ ତାଙ୍କ ଦ୍ଵାରିକାକୁ। ତାଙ୍କୁ ଦେଖିବାକୁ ସମସ୍ତଙ୍କ ମନରେ ଯେତେବେଳେ ଉତ୍ସହ ରହିଛି ସେଇଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜେ ଉତ୍ସ୍ୟହିତ ଥିଲେ ଯେ ଦ୍ଵାରିକା ଦେଖିବାକୁ କେମିତି ଆଉ ସେଥିପାଇଁ ଦ୍ଵାରିକା ଦର୍ଶନ କରିବାକୁ ଯାଇଥିଲେ ମୋଦୀ। ଗଭୀର ପାଣିରେ ବୁଡି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଏଭଳି ପୂଜା କଲେ ମୋଦୀ।
ଦୁଇ ଦିନିଆ ଗୁଜୁରାଟରେ ଗସ୍ତରେ ଅଛନ୍ତି ମୋଦୀ। ରବିବାର ଦିନ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁର ଉଦଘାଟନ କରିବା ପରେ ଦ୍ଵାରିକା ଯାଇ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି। ଆଉ ପାଣି ଭିତରେ ବୁଡି ଦେଖିଛନ୍ତି ଦ୍ଵାରିକା ନଗରୀକୁ। ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ନିଜର ଅନୁଭୁତିକୁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମୁଦ୍ରରେ ବୁଡି ରହିଥିବା ପ୍ରାଚୀନ ଦ୍ଵାରିକା ନଗରୀକୁ ପାଣିରେ ବୁଡି ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିବା ପରେ ନିଜର ସବୁ ଅନୁଭୂତିକୁ କିଭଳି ଆଶ୍ଚର୍ଯ୍ୟ ଲାଗିଥିଲା କିଭଳି ଭକ୍ତିମୟ ଅନୁଭବ ହୋଇଥିଲା ତାହା ସୋସିଆଲ ମିଡିଆରେ ସେୟାର କରିଛନ୍ତି ମୋଦୀ। ମୋଦୀ ଲେଖିଛନ୍ତି ପାଣି ଭିତରେ ବୁଡି ରହିଥିବା ଦ୍ଵାରିକା ନଗରୀରେ ପ୍ରାର୍ଥନା କରିବା ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକତା ଓ ମହାନତା ଏବଂ କାଳଯାଇ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ନିଜକୁ ସାମିଲ କରିଥିବା ଅନୁମାନ କଲି। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ ବୋଲି PM ମୋଦୀ ତାଙ୍କର ସୋସିଆଲ ମିଡ଼ିଆ ପୋଷ୍ଟରେ ଏଭଳି ଉଲ୍ଲେଖ କରିଛନ୍ତି।
ତେବେ ଏଭଳି ବି ଦୃଶ୍ୟ ଆପଣ ଦେଖିପାରୁଥିବେ କିଭଳି ପ୍ରଧାନମନ୍ତ୍ରୀ ମୋଦୀ କିଭଳି ଗଭୀର ଜଳରାଶିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁରପୂଛରେ ପ୍ରାର୍ଥନା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦ୍ଵାରିକା ନଗରୀ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ। ଦ୍ଵାରିକା ଦର୍ଶନ କରିବାକୁ ଯିବା ପାଇଁ ପାଣିରେ ବୁଡିବା ସମୟରେ ଏକ ଅପୂର୍ବ ଅନୁଭୂତି ମିଳିଥିଲା।
ଆଧ୍ୟାତ୍ମିକ ମହାନତା ଏବଂ କାଳଜୟୀ ଭକ୍ତିର ଗୌରବମୟ ଅତୀତକୁ ଅନୁଭବ କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀର ଦର୍ଶନ ବେସ ଅତ୍ୟନ୍ତ ସୁନ୍ଦର ଥିଲା। ଆଉ ବିଶ୍ୱାସର ଚିହ୍ନ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରିକା ନଗରୀକୁ ମୟୁରର ପକ୍ଷ ମଧ୍ୟ ପ୍ରଦାନ କରିଥିଲେ।ତେବେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରିକା ଠାରେ ଏକ ସାଧାରଣ ସଭାରେ ସମ୍ବଧିତ କରି କହିଥିଲେ ଯେ ଆଜି ମୁଁ ଯାହା ଅନୁଭବ କରିଛି ତାହା ସର୍ବଦା ମୋ ପାଖରେ ରହିବ। ମୁଁ ସମୁଦ୍ର ଭିତରକୁ ଗଲି ଆଉ ପ୍ରାଚୀନ ଦ୍ଵାରିକା ନଗରୀକୁ ବୁଲି ଦେଖିଲି।