ଭାବପ୍ରବଣ ହେଲେ ସୁପରଷ୍ଟାର ଅନୁଭବ ମହାନ୍ତି। ଏକାଦଶାହରେ ବାପାଙ୍କ ଫୋଟକୁ ଚାହିଁ ରହିଲେ।
ଆଜି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପାଙ୍କର ଏକାଦଶାହ କ୍ରିୟା। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ନିଗାଡି ପଡୁଛି। ଆଜି ତାଙ୍କ ବାପାଙ୍କ ଏକାଦଶାହର ଦିନ । ହିନ୍ଦୁ ରୀତିନୀତି ଅନୁସାରେ ପାଳନ କରାଯାଉଛି ଅନୁଭବ ମହାନ୍ତିଙ୍କ ବାପାଙ୍କର ଏକାଦଶାହର କ୍ରିୟା।
ସମସ୍ତ ବନ୍ଧୁ ବାନ୍ଧବ ପ୍ରିୟ ପରିଜନ ଆସୁଛନ୍ତି ଅନୁଭବ ମହାନ୍ତିଙ୍କ ବାପାଙ୍କର ଏକାଦଶାହ ଦିନର ଶେଷ କାର୍ଯ୍ୟ କରିବା ପାଇଁ। କାନ୍ଥରେ ଲଗା ଯାଇଛି ଅନୁଭବଙ୍କ ବାପାଙ୍କ ଫୋଟ। ସେ ସମସ୍ତଙ୍କ ଗହଳିରେ ବି ମଧ୍ୟ ଆଜିବି ଖୋଜି ବୁଲୁଛନ୍ତି ତାଙ୍କ ବାପାଙ୍କୁ। ସେ ତାଙ୍କ ବାପାଙ୍କର ବିୟୋଗରେ ପୁରା ପୁରି ଭାଙ୍ଗି ପଡିଛନ୍ତି। ଆଉ କହୁଛନ୍ତି ବାପା ତୋମେ କାହିଁକି ଆମକୁ ଛାଡି ଚାଲିଗଲା। ତମ ବିନା କିଛି ବି ଭଲ ଲାଗୁନି। ମୋତେ ସାହସ ଦେବ କିଏ। ମୁଁ କେମିତି ଆଗକୁ ବଢିବି ସେ ପ୍ରେରଣା ଦେବ କିଏ। ତୁମେ ମୋର ସାହସ ଥିଲ ତୋମେ ମୋର ଭଗବାନ ଥିଲ। ଆଶୀର୍ବାଦ ସଦାସର୍ବଦା ଆମ ଉପରେ ରହିଥାଉ।
ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶାହରେ ଆସିଛନ୍ତି ଗାୟିକା ଦୀପ୍ତି ରେଖା। ସେ ଅନୁଭବ ମହାନ୍ତିଙ୍କ ଦୁଃଖରେ ସାମିଲ ହୋଇଛନ୍ତି। ସେ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। କେବଳ ଗାୟିକା ଦୀପ୍ତି ରେଖା ନୁହଁନ୍ତି ଅନେକ କଳାକାର ଆସିଛନ୍ତି ତାଙ୍କ ଦୁଃଖରେ ସାମିଲ ହେବା ପାଇଁ। ତାଙ୍କୁ ସାହସ ଦେବା ପାଇଁ। ତଥାପି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ମନ ବୁଝୁନାହିଁ ଯେ ତାଙ୍କ ଗହଳିରେ ଆଜି ତାଙ୍କ ବାପା ନାହାନ୍ତି ବୋଲି।
ସେ କେବେବି ଭାବିନଥିଲେ ଯେ ତାଙ୍କ ବାପା ଏତେ ଶୀଘ୍ର ସମସ୍ତଙ୍କୁ ଛାଡି ଚାଲିଯିବେ। ଏତେ ସେବା କରୁଥିଲେ ଅନୁଭବ ମହାନ୍ତି ତାଙ୍କ ବାପାଙ୍କର ଆପଣ ମାନେ ନିଶ୍ଚୟ ଦେଖିଥିବେ। ସେହିସବୁ କଥା ଭାବି ଭାବି ଗୁମୁରି ଗୁମୁରି କାନ୍ଦୁଛନ୍ତି ଅନୁଭବ ମହାନ୍ତି।ତେବେ କାନ୍ଥରେ ଲଗାଯାଇଛି ଅନୁଭବ ମହାନ୍ତିଙ୍କ ମୃତ ବାପାଙ୍କ ଫୋଟ। ଏତେ ଲୋକଙ୍କ ଭିଡ଼ରେ ମଧ୍ୟ ଅନୁଭବ ମହାନ୍ତି ତାଙ୍କ ବାପାଙ୍କ ଫୋଟକୁ ଏକା ଲୟରେ ଚାହିଁ ରହିଛନ୍ତି। ଆଖିରୁ ଧାର ଧାର ହୋଇ ଲୁହ ଝରି ଯାଉଛି। ସେ ତାଙ୍କ ନିଜର କୋହକୁ ସମ୍ଭାଳି ପାରୁନାହାନ୍ତି। ଆଉ ସେ କୋହ ସବୁ ଆଖିର ଲୁହରେ ବୋହି ଯାଉଛି। ତଥାପି ସେ କହୁଛନ୍ତି ବାପା ମୁଁ ତୁମକୁ ଭୁଲି ପାରୁନି। ତୁମେ ସର୍ବଦା ମୋ ସହିତ ରହିବ। ଆଉ ତୁମର ଆଶୀର୍ବାଦ ମୋ ଉପରେ ସର୍ବଦା ରଖିଥିବ।