ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏବେ ଏମିତି କଲେ ସିଧା ଖାତାକୁ ଆସିବ ଟଙ୍କା।

ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ କାଳିଆ ଯୋଜନାର ଅର୍ଥ ମିଳିବ। ଆଜିର କ୍ୟାବେନେଟ ବୈଠକରେ ଏଭଳି କିଛି ଘୋଷଣା କରାଯାଇଛି। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ରାଜ୍ୟରେ ଚାଷୀଙ୍କ ଜୀବନ ଜୀବିକା ପାଇଁ ରାଜ୍ୟରେ ୨୦୧୮ ରୁ ୨୦୧୯ ରେ ସ୍ୱତନ୍ତ୍ର କାଳିଆ ଯୋଜନା ଆରମ୍ଭ ହୋଇଥିଲା। ରାଜ୍ୟରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ୨୦୧୮ ରୁ ୨୦୧୯ ମଧ୍ୟରେ ସ୍ୱତନ୍ତ୍ର କାଳିଆ ଯୋଜନା ଆରମ୍ଭ ହୋଇଥିଲା।

ଭୂମିହୀନ ଚାଷୀଙ୍କ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି କାଳିଆ ଯୋଜନା। ଲକ୍ଷ ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଛନ୍ତି। ପୁଣି କ୍ୟାବେନେଟ ବୈଠକରେ ଭୂମିହୀନ ଚାଷୀଙ୍କୁ ୨ ହଜାର ଟଙ୍କାର କାଳିଆ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। କାଳିଆ ଯୋଜନା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ହେବା ସହ ରାଜ୍ୟର ଆର୍ଥିକ ବିକାଶର ସହାୟକ ହୋଇଥିବା ରାଜ୍ୟ ସରକାର ଉପଲବ୍ଧି କରିଛନ୍ତି। ଏଣିକି ଯେକୌଣସି ସମୟରେ କାଳିଆ ଟଙ୍କା ପାଇବେ ହିତାଧିକାରୀ। ପୂର୍ବରୁ ଏହା ସେପ୍ଟେମ୍ବର ଓ ଏପ୍ରିଲ ମାସ ମଧ୍ୟରେ କାଳିଆ ଟଙ୍କା ପାଇ ପାରିଥିଲେ ହିତାଧିକାରୀ।

ତେବେ ସେହିଭଳି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଛାତ୍ରଛାତ୍ରୀ ମାନେ କାଳିଆ ଛାତ୍ର ବୃତି ଯୋଜନାରେ ଉପକୃତ ହେବେ। ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲା ମାନଙ୍କ ବିକାଶ ଉପରେ ନିର୍ଭର କରୁଛି। ଏହି ଯୋଜନା ପିଲା ମାନଙ୍କୁ ସୁହାଇବ।

ତେବେ କାଳିଆ ଛାତ୍ର ବୃତି ସେମାନଙ୍କ ସାମାଜିକ ଆର୍ଥିକ ପ୍ରଗତିରେ ସହାୟକ ହେବ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଥିବା ବେଳେ ସମସ୍ତ ଛାତ୍ରମାନେ ଖୁସି ହୋଇଯାଇଛନ୍ତି। ଆଉ ଭୂମିହୀନ ଚାଷୀ ମାନେ ମଧ୍ୟ ଖୁସି ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *