ଲୋକମାନେ ଖାଲି ରାଣୀକୁ ଦେଖିବାକୁ ଆସୁଛନ୍ତି । ମୋର ଆଉ ଦୁଇଟା ପେଣ୍ଡାଲ ଥିଲେ ବି ଫୁଲ ହେଇ ଯାଇଥାନ୍ତା ।
ବନ୍ଧୁଗଣ ଆପଣମାନେ ସମସ୍ତେ ଯାତ୍ରା ଜଗତର ମହାନ୍ କଳାକାର ତଥା ବିବାଦୀୟ ରାନୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ଜଣେ ମହାନ୍ କଳାକାର ସହିତ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ସାରା ଓଡ଼ିଶାରେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କର ଭଲ କାମ ହେଉ କି ଖରାପ କାମ ସବୁବେଳେ ଆଲୋଚନାର ବିଷୟ ପାଲଟିଥାଏ । ଆଉ ବର୍ତ୍ତମାନ ସମୟରେ ଗୌରୀ ଗଣନାଟ୍ୟର ସୁପରହିଟ୍ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” ପ୍ରଦର୍ଶିତ ହେଉଛି । ଯାହାକି ଖଣ୍ଡଗିରି ପଡ଼ିଆରେ ଚହଳ ସୃଷ୍ଟି କରିଛି ।
ତେବେ ଏହି ଖଣ୍ଡଗିରି ମେଳାରେ ହିଁ ରାଣୀ ପଣ୍ଡାଙ୍କ ବ୍ଲାଉଜ୍ ଖୋଲି ଯାଇଥିଲା ଯେଉଁଥିପାଇଁ ସେ ଅଧିକ ବିବାଦୀୟ ହୋଇପଡିଥିଲେ । ଏହାପରେ ତାଙ୍କୁ ଖଣ୍ଡଗିରି ମନା ଥିଲା । କିନ୍ତୁ ଏବେ ସେହି ଖଣ୍ଡଗିରି ମେଳାରେ ହିଁ ତାଙ୍କ ନାଟକ ପ୍ରଦର୍ଶିତ ହେଉଛି ଆଉ ସବୁଠାରୁ ବଡ଼ କଥା ଅସମ୍ଭବ ଭାବରେ ଭିଡ଼ ମଧ୍ୟ ହେଉଛି । ରାଣୀ ପଣ୍ଡାକୁ ଏବେ ଖଣ୍ଡଗିରି ଖୋଲା ଆଉ ବନ୍ଦ ନାହିଁ ।
ଖଣ୍ଡଗିରି ଯାତ୍ରାକୁ ଲୋକେ ଯେତିକି ଅନେଇକି ବସିଥିଲେ ସେତେ ତାଙ୍କର ଅପେକ୍ଷା ଯେତେବେଳେ ସରିଲା ଯାତ୍ରା ଯେତେବେଳେ ଆରମ୍ଭ ହେଲା ସେଠି ଲୋକଙ୍କ ଅନେକ ଭିଡ଼ ଦେଖିବାକୁ ମିଳିଥିଲା । ଆଉ ଯଦି ଭିଡ଼ କଥା କହିବା ତେବେ ଭିଡ଼ କେବଳ ଗୋଟିଏ ଜାଗାରେ ଅଧିକ ଦେଖିବାକୁ ମିଳିଛି ଗୌରୀ ଗଣନାଟ୍ୟ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” । ଆଉ ଏତେ ଭିଡ଼ ଦେଖିବାକୁ ମିଳିଥିଲା ଯେ କମିଟି ମେମ୍ବରଙ୍କ କହିବା କଥା ଯେ ଏହି ଯାତ୍ରା ଅନେକ ରେକର୍ଡ଼ ଭାଙ୍ଗିଛି । କମିଟି ମେମ୍ବରଙ୍କ ମଧ୍ୟରୁ ଜଣେ ବିଜୟ ଭାଇ କହିଛନ୍ତି ଯେ ତାଙ୍କୁ ହେଲା ୫୩ ବର୍ଷ ଆଉ ସେ ଜନ୍ମ ଠାରୁ ଖଣ୍ଡଗିରି ଯାତ୍ରା ଦେଖି ଆସୁଛନ୍ତି । ତାଙ୍କର ମଧ୍ୟ ଏହି ଯାତ୍ରା ଲାଇନ୍ ରେ ୩୦ ବର୍ଷ ହେଇଗଲାଣି ।
ଆଉ ଗୌରୀ ଗଣନାଟ୍ୟର ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” ଏଥର ବୋଧହୁଏ ୧୦୦ ବର୍ଷର ରେକର୍ଡ଼ ଭାଙ୍ଗିଦେଲା । କାରଣ ସେହି ବହିର କିଛି ଦମ୍ ଅଛି । ରାଣୀ ପଣ୍ଡା ଉପରେ କାହାଣୀଟି ହେଇଛି ଆଉ ଯିଏ ଆସି ଏହି ନାଟକ ଦେଖିବ ସେ ଜାଣି ପାରିବ ପ୍ରକୃତରେ ରାଣୀ ପଣ୍ଡା କଣ । ରାଣୀ ପଣ୍ଡାଙ୍କୁ ଏତେ ଲୋକ ଭଲ ପାଉଛନ୍ତି ଯେ କାଲି ଯେତିକି ଲୋକ ଥିଲେ ଆହୁରି ଗୁଡ଼ାଏ ପ୍ୟାଣ୍ଡେଲ ଫୁଲ୍ ହେଇଯାଇଥାନ୍ତା । ସବୁଯାକ ଟିକେଟ୍ ରାଣୀ ପଣ୍ଡାର । ବହୁ ଦୂରରୁ ଲୋକ ଆସୁଛନ୍ତି କେବଳ ରାଣୀ ପଣ୍ଡାଙ୍କୁ ଦେଖିବାକୁ ତାଙ୍କ ସହିତ ଫୋଟ ଉଠାଇବାକୁ ।