ଅନୁଭବଙ୍କ ବାପାଙ୍କର ଦେହାନ୍ତର ୪ ଦିନ ପରେ ମୁହଁ ଖୋଲିଲେ ବର୍ଷା…କହିଦେଲେ ଏଭଳି କଥା।

ଶେଷରେ ମୁହଁ ଖୋଲିଛନ୍ତି ବର୍ଷା। ଆଜ୍ଞା ହଁ ବନ୍ଧୁଗଣ ଦୀର୍ଘ ଦିନର ନୀରବତାକୁ ଆଜି ଭାଙ୍ଗିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ। କହିଛନ୍ତି ମାତ୍ର ପଦିଏ କଥା ହେଲେ ସେଇ ପଦିଏ କଥା ଭିତରେ ଲୁଚି ରହିଛି ଅନେକ ବାର୍ତା। ଲେଖିଛନ୍ତି ମାତ୍ର ଗୋଟିଏ ଧାଡି ହେଲେ ସେହି ଧାଡିକ ବାକ୍ୟ ଭିତରେ ଲୁଚି ରହିଛି ଅନେକ ବ୍ୟଥା।

ସେପଟେ ଓଲିଉଡ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ସବୁଠାରୁ ଅଧିକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଏପଟେ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟାଦର୍ଶନୀ। ଯେତେବେଳେ ଗତ ୧୫ ତାରିଖ ଗୁରୁବାର ଅନୁଭବଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ଆଉ ଅନୁଭବଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଥିଲା ସେତେବେଳେ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ଆସୁଥିଲା ଯେ ଅନୁଭବଙ୍କ ପିତୃ ବିୟୋଗରେ ବର୍ଷା ନିଶ୍ଚୟ ଅନୁଭବଙ୍କ ଘରେ ପହଞ୍ଚିବେ ଆଉ ଯିଏକି ତାଙ୍କର ଶଶୁର ଥିଲେ ତାଙ୍କର ଶେଷ ଦର୍ଶନ ନିଶ୍ଚୟ କରିବେ। କାରଣ ଅନୁଭବଙ୍କ ବାପାଙ୍କ ଦେହାନ୍ତ ଖବର ସମସ୍ତେ ଜାଣିଥିଲେ। ଆଉ ମାତ୍ର କିଛି ସମୟ ଭିତରେ ତାଙ୍କ ଘର ଲୋକାରଣ୍ୟ ହୋଇ ଉଠିଥିଲା।

ସ୍ୱର୍ଗତ ଅଭୟ କୁମାର ମହାନ୍ତିଙ୍କୁ ଜାଣିଥିବା ଯେତିକି ସଂଖ୍ୟାରେ ଲୋକେ ଆସି ପହଞ୍ଚିଥିଲେ ତାଠାରୁ ଅଧିକ ସଂଖ୍ୟାରେ ପହଞ୍ଚିଥିଲେ ଅନୁଭବଙ୍କ ସାଥି କଳାକାର ଏବଂ ତାଙ୍କ ସାଥି ଶୁଭେଛୁ ଏବଂ ପ୍ରଶଂସକ ମାନେ। ଅନୁଭବଙ୍କୁ ଭଲପାଉଥିବା ଲୋକମାନେ ତାଙ୍କର ଏଭଳି ଏକ ଦୁଃଖ ସମୟରେ ନାଆସି ରହି ପାରିନଥିଲେ। ହେଲେ ସମସ୍ତଙ୍କ ମନରେ ଥିଲା ଗୋଟିଏ କଥା ଯେ ଏଭଳି ଏକ ସମୟରେ ବର୍ଷା ନିଶ୍ଚୟ ଆସିବେ। ହେଲେ ସ୍ମଶାନରେ ଅନୁଭବଙ୍କ ବାପାଙ୍କର ଶେଷକୃତ୍ୟ ସରି ଗଲା ସିନା ବର୍ଷା କିନ୍ତୁ ଆସିନଥିଲେ। ଏହା ପରେ ବି ସମସ୍ତେ ଭାବୁଥିଲେ କି ଅନୁଭବ ସହ ବର୍ଷାଙ୍କର ବୈବାହିକ ଜୀବନ ଯେଉଁ ବିବାଦୀୟ ପରିସ୍ଥିତିରେ ଅନ୍ତ ଘଟିଛି ତାହା ହୁଏତ ତାହା ବର୍ଷାଙ୍କର ନଆସିବାର କାରଣ ହୋଇପାରେ। ହେଲେ ଅନ୍ତତଃ ସେ ଅନୁଭବଙ୍କୁ ସମବେଦନା ତ ନିଶ୍ଚୟ ଜଣାଇବେ।

ଅନ୍ୟ କେଉଁଥିରେ ନହେଲେ ନାହିଁ ସୋସିଆଲ ମିଡିଆରେ ପଦେ ନିଶ୍ଚୟ ଲେଖିବେ କାରଣ ସମସ୍ତେ ଜାଣିଛନ୍ତି ଯେ ଆଇନର ଲଢେଇ ଭିତରେ ବି ନିକଟ ଅତୀତରେ ଅନୁଭବ ଓ ବର୍ଷା କେମିତି ସୋସିଆଲ ମିଡିଆରେ ପରସ୍ପର ବିଷୟରେ ବିଭିନ୍ନ କଥା କହୁଥିଲେ । ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟରୋପ ପାଇ ସୋସିଆଲ ମିଡ଼ିଆକୁ ବ୍ୟବହାର କରୁଥିଲେ। ତେଣୁ ସମସ୍ତେ ଭାବୁଥିଲେ ବର୍ଷା ଏହି ସୋସିଆଲ ମିଡ଼ିଆ ଜରିଆରେ ହିଁ ଅନୁଭବ ଓ ତାଙ୍କ ପରିବାରକୁ ସମବେଦନା ଜଣାଇବେ। କାରଣ ସବୁପରେ ବି ବର୍ଷା ସେହି ଘରର ବୋହୁ ଥିଲେ। ଆଉ ଅନୁଭବଙ୍କୁ ତାଙ୍କ ସ୍ବାମୀ ଓ ସ୍ୱର୍ଗବାସୀ ବାପାଙ୍କୁ ଶଶୁର ବୋଲି ମାନୁଥିଲେ। ତେଣୁ ନିଜେ ନଆସିଲେ ନାହିଁ ସୋସିଆଲ ମିଡ଼ିଆ ଜରିଆରେ ସମବେଦନା ତ ନିଶ୍ଚୟ ଜଣାଇବେ।

ହେଲେ ସେତକ ବି ହେଲା ନାହିଁ। ତେଣୁ ସ୍ବଭାବିକ ଭାବେ ଅନୁଭବଙ୍କ ପିତୃ ବିୟୋଗକୁ ନେଇ ବର୍ଷାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ସମସ୍ତେ ଚାହିଁଥିଲେ। ଅନ୍ତତଃ ପରଦା ଉପରେ ଅନୁଭବ ଓ ବର୍ଷାଙ୍କ ଯୋଡିକୁ ଭଲ ପାଉଥିବା ଓଡ଼ିଶାର ଦର୍ଶକମାନେ ତ ନିଶ୍ଚୟ ଭାବୁଥିଲେ କି ଅନୁଭବଙ୍କ ଏଭଳି ସମୟରେ ବର୍ଷା ନିରବ କାହିଁକି ଅଛନ୍ତି?

ତେବେ ଏହାରି ଭିତରେ ଆଜି ବର୍ଷା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସବୁଠାରୁ ଖରାପ ଯନ୍ତ୍ରଣାର ମଧ୍ୟ ଏକ ଉଦେଶ୍ୟ ଅଛି। ଏହା ଆପଣଙ୍କୁ ଶକ୍ତିଶାଳୀକରେ। ତେଣୁ ବର୍ଷା ଲେଖିଥିବା ଏହି ଧାଡ଼ିରୁ ଅନୁମାନ କରାଯାଉଛି କି ସେ ହୁଏତ ଅନୁଭବଙ୍କ ପାଇଁ ଏହି ପୋଷ୍ଟ କରିଛନ୍ତି। ଆଉ ତାଙ୍କ ବାପାଙ୍କ ପରଲୋକ ପାଇଁ ସମବେଦନା ଜଣାଇଛନ୍ତି। ହେଲେ ବର୍ଷା ଏହି ପୋଷ୍ଟରେ ଅନୁଭବ କିମ୍ବା ତାଙ୍କ ସ୍ୱର୍ଗବାସୀ ବାପାଙ୍କର ଫୋଟ ସେୟାର କରିନାହାନ୍ତି ବରଂ ବର୍ଷା ନିଜର ଏକ ଭାବୁକଥିବା ଭଳି ଏକ ଫୋଟଟିଏ ପୋଷ୍ଟ କରି ଏହି ଧାଡିଟିଏ ବାକ୍ୟ ଲେଖିଛନ୍ତି। ତେଣୁ ଏଥିରୁ ସଠିକ ଭାବେ ଜଣା ପଡୁନି ଯେ ବର୍ଷା କାହାର ସବୁଠାରୁ ଖରାପ ଯନ୍ତ୍ରଣା ବିଷୟରେ ଲେଖିଛନ୍ତି।

ସେ ଅନୁଭବଙ୍କ ପିତୃ ବିୟୋଗରେ ସମବେଦନା ଜଣାଇବା ପାଇଁ ଏମିତି ଲେଖିଛନ୍ତି ନାଁ ନିଜର ସବୁଠାରୁ ଯନ୍ତ୍ରଣା ସମୟର କଥା କହିବାକୁ ଚାହିଁଛନ୍ତି।ନକାରଣ ସତ କଥା ହେଉଛି କି ଅନୁଭବ ଓ ବର୍ଷା ଉଭୟ ଯନ୍ତ୍ରଣା ଦାୟକ ମୁହୂର୍ତ୍ତରେ ଗତି କରୁଛନ୍ତି। କାରଣ ଅନୁଭବ ତାଙ୍କ ବାପାଙ୍କୁ କେତେ ଭଲ ପାଆନ୍ତି ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି। ସେ ଅନେକ ସମୟରେ ନିଜର ବାପାଙ୍କର ସେବା କରିବାର ଫୋଟ ସେୟାର କରିଥାନ୍ତି। ଆଉ ବାପାଙ୍କୁ ନେଇ ସେ କେତେ ଭାବ ପ୍ରବଣ ସେ କଥାବି କହିଥାନ୍ତି। ଯେଉଁ ବାପାଙ୍କୁ ସେ ଏତେ ଭଲ ପାଆନ୍ତି ଆଉ ସେଇ ବାପା ଯଦି ତାଙ୍କ ହାତ ଛାଡି ଆରପାରିକୁ ଚାଲିଯାଇଛନ୍ତି ସେତେବେଳେ ଅନୁଭବଙ୍କୁ କେତେ ଯନ୍ତ୍ରଣା ହେଉଥିବ ସେ କଥା ସମସ୍ତେ ବୁଝି ପାରୁଛନ୍ତି।

ଏପଟେ ବର୍ଷା ମଧ୍ୟ ଏକ ମାନସିକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି। କାରଣ ନିଜର ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ହେଲା ସେ ଯେଉଁ ଆଇନର ଲଢେଇ ଲଢୁଥିଲେ ସେଥିରେ ମଧ୍ୟ ସେ ପରାସ୍ତ ହୋଇଛନ୍ତି। ଯେଉଁ ବିଛେଦ ନହେଉ ବୋଲି ଲଢେଇ କରୁଥିଲେ ଶେଷରେ ତାଙ୍କୁ ସେହି ବିବାହ ବିଛେଦର ସମୁଖୀନ ହେବାକୁ ପଡିଛି। ତେବେ ଅନୁଭବ ଏବଂ ବର୍ଷା ଏବେ ନିଜ ନିଜର ବ୍ୟକ୍ତିଗତ ଜୀବନରେ ଦୁଃଖର ଝଡ଼ର ସାମ୍ନା କରୁଛନ୍ତି ବା ଯନ୍ତ୍ରଣାଦାୟକ ସମୟ ଦେଇ ଗତି କରୁଛନ୍ତି।

Leave a Reply

Your email address will not be published. Required fields are marked *