ବନିଶି କଣ୍ଟାରେ ଲାଗିଲା ଧଳା ରଙ୍ଗର ବସ୍ତା । ସେ ବସ୍ତା ଖୋଲି ଦେଖିଲା ବେଳକୁ ତା ଭିତରୁ ବାହାରିଲା… ।

ରୁଣ୍ଡ ହୋଇଛନ୍ତି ଶହ ଶହ ଲୋକ । ଆଖ ପାଖ ଦଶ ଖଣ୍ଡ ମୌଜର ଲୋକମାନେ ଦୌଡ଼ି ଆସିଛନ୍ତି । ଆଉ ସମସ୍ତଙ୍କ ନଜର ରହିଛି ନଈ କୂଳ ଉପରେ । କାହିଁକି ନା ନଈ କୂଳରେ ପଡ଼ି ରହିଛି ଜଣେ ଅଜଣା ସ୍ତ୍ରୀ ଲୋକଙ୍କ ଗଳିତ ମୃତଦେହ । ସେ ପୁଣି ଏକ ଧଳା ରଙ୍ଗର ବସ୍ତାରେ ଭର୍ତ୍ତି ହୋଇ ଆସିଛି । କୁହା ଯାଉଛି ଯେ ବସ୍ତାଟି ଭାସି ଆସିଥିବା ବେଳେ ବଇଁଶି କଣ୍ଟାରେ ଲାଗିବା ଯୋଗୁଁ ତାକୁ ଉଦ୍ଧାର କରିଆଣି ଦେଖିଲା ବେଳକୁ ବସ୍ତା ଭିତରୁ ବାହାରିଛି ଅଚିହ୍ନା ମହିଳାଙ୍କ ଶବ । ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିବା ବେଳେ ପୋଲିସକୁ ଏନେଇ ଖବର ଦେଇଥିଲେ ।

ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପୂରା ଘଟଣାର ତଦନ୍ତ କରୁଛି । ହଁ ଆଜ୍ଞା ବୈତରଣୀ ନଦୀ କୂଳରେ ଭାସୁଛି ଅଚିହ୍ନା ମହିଳାଙ୍କ ଗଳିତ ଶବ । ନଦୀକୂଳରୁ ବସ୍ତା ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଦୁଦୁରା ଅଣ୍ଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଅଁରସାହି ବୈତରଣୀ ନଦୀକୂଳରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ରବିବାର ସକାଳୁ ସ୍ଥାନୀୟ ଲୋକ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଆଉ ତାହାକୁ ଦେଖିବା ପାଇଁ ନଦୀ ପଠାରେ ରୁଣ୍ଡ ହୋଇଛନ୍ତି ଶହ ଶହ ଲୋକେ । ଆଖ ପାଖରେ ଯିଏ ଖବର ପାଉଛି ସେ ନଦୀ କୂଳକୁ ଦୌଡ଼ି ଆସୁଛି । ଆଉ ସେ ମୃତ ଦେହକୁ ଦେଖିବା ପାଇଁ ଲମ୍ବା ଲାଇନ୍ ଲଗାଇ ଛିଡ଼ା ହୋଇଛନ୍ତି । ତେବେ ପାରିପାର୍ଶିକ ଅବସ୍ଥାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

କାରଣ ଜବତ ଅଖା ବସ୍ତାଟି ନଦୀ ପଠାରେ ପଡି ରହିଛି । ନଦୀରେ ଏବେ ପାଣି ନାହିଁ ପ୍ରାୟ ଶୁଖିଲା । ଏଭଳି ସ୍ଥିତିରେ କିଭଳି ଏହି ଶବ ଏଠାକୁ ଆସିଲା ତାକୁ ନେଇ ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି। ତେବେ କେହି ଦୁର୍ବୁତ୍ତ ପ୍ରଥମେ ହତ୍ୟା କରିବା ପରେ ମୃତଦେହକୁ ନଦୀପଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମଙ୍ଗଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଏହାର ଅଧିକ ତଦନ୍ତ କରିବା ପରେ କାରଣ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *