ରାଣୀ ପଣ୍ଡାଙ୍କୁ ଧମକ ଦେଇଥିଲା, ରାଣୀ ପଣ୍ଡା ଏମିତି କଲେ ଛାନିଆରେ ପଶିଲେ ଯୁବକ।

ପୋଲିସ ବୋଲି ପରିଚୟ ଦେଉଛି। ରାଣୀ ପଣ୍ଡାଙ୍କୁ ଧମକ ଦେଉଛି। ଆଉ ଏବେ ପୁଅ ନାମ ନେଉଛି। ବନ୍ଧୁଗଣ ଏବେ ପୁଅଟି ମନେ ମନେ କହୁଥିବ ମୋର ଭୁଲ ହେଇଛି। ରାଣୀ ଅପା ଲୋ ଆଉ ଧମକ ଦେବିନି। ବନ୍ଧୁଗଣ ଆଜି ରାଣୀ ପଣ୍ଡା ଫ୍ୟାନ୍ସ କ୍ଲୋବରେ ରାଣୀ ପଣ୍ଡା ଗୋଟେ ଫୋନ ନମ୍ବର ସେୟାର କରିଛନ୍ତି। ଯେଉଁ ଫୋନ ନମ୍ବରରୁ ତାଙ୍କ ପାଖକୁ ଧମକ ପୂର୍ଣ ଫୋନ କଲ ଆସୁଛି। ଇଆଡୁ ସିଆଡୁ କଥା କହୁଛି। ପୋଲିସ ବଲି ପରିଚୟ ଦେଉଛି। ହୋଇରାଣ କରିବ ବୋଲି ଧମକ ଦେଉଛି। ଏମିତିକି ଜୀବନରୁ ମାରିଦେଵ ବୋଲି ମଧ୍ୟ ଧମକ ଦେଉଛି।

ବନ୍ଧୁଗଣ ଏଇ କିଛି ଦିନ ପୂର୍ବରୁ ରାଣୀ ପଣ୍ଡାଙ୍କ ଘର ଦୁଆର ମୁହଁରେ ଦୁଇ ଜଣ ବ୍ୟକ୍ତି ରାଣୀ ପଣ୍ଡାଙ୍କୁ ଧମକ ଦେଇ ଚାଲିଗଲେ। ଆଉ ତାପରେ ସୋସିଆଲ ମିଡିଆରେ ରାଣୀ ପଣ୍ଡା ଏହାକୁ ପୋଷ୍ଟ କରିବା ପରେ ନେଟିଜନ ମାନେ ଯାହା କମେଣ୍ଟ ଦେଲେ ତାହା ସମସ୍ତେ ଦେଖିଛନ୍ତି। ଏମିତିକି ଲୋକେ କହିଲେ କିଏ ସେ ମରଦ ଆସ ମାରିବ। ରାଣୀ ପଣ୍ଡା ଦେହରେ ହାତ ଦେବ କିଏ ସେ ମରଦ ଆସିଲ ଦେଖିବା।

ଆଉ କେହି କେହି ଲେଖିଲେ ଜୟ ଜଗନ୍ନାଥ। ରାଣୀ ଦିଦି ଆମେ ଆପଣଙ୍କ ସାଙ୍ଗରେ ଅଛୁ। ବନ୍ଧୁଗଣ ଯିଏ ଭଲ କରୁଛି ତାକୁ ଲୋକେ ଭଲ କହିବେ। କିନ୍ତୁ ଏସବୁ ଭିତରେ ରାଣୀ ଦିଦି ଯେତେବେଳେ ଗୋଟେ ନମ୍ବର ସେୟାର କରିଛନ୍ତି ଏହି ନମ୍ବରରୁ ରାଣୀ ଦିଦିଙ୍କ ପାଖକୁ ଧମକ ପୂର୍ଣ କଲ ଆସୁଛି ଆଉ ପୋଲିସ ବୋଲି ପରିଚୟ ଦେଉଛି। ବାସ ରାଣୀ ଦିଦିଙ୍କ ଫ୍ୟାନ୍ସମାନେ ସେହି ନମ୍ବରକୁ ବର୍ତ୍ତମାନ ଘନ ଘନ ଫୋନ କରୁଛନ୍ତି।

ରାଣୀ ଦିଦିଙ୍କୁ ଯେତିକି ଲୋକ ଚିନ୍ହିଛନ୍ତି ଜାଣିଛନ୍ତି ଭଲ ପାଉଛନ୍ତି ଏବେ ସେମାନେ ସେହି ନମ୍ବରକୁ ଡାୟଲ କରୁଛନ୍ତି। ଆଉ ପଚାରୁଛନ୍ତି ହାଲୋ କିଏରେ ତୁ କ’ଣ ରାଣୀ ଦିଦିଙ୍କୁ ଧମକ ଦଉଚୁ। ଏମିତି ଅନେକ କଥା ପଚାରୁଛନ୍ତି।ବନ୍ଧୁଗଣ ଗୋଟେ ନୁହେଁ କି ଦୁଇଟି ନୁହେଁ ଏମିତି ଅନେକ ଫୋନ କଲ ସେହି ନମ୍ବରକୁ ଯାଉଛି ଯେଉଁ ନମ୍ବରକୁ ରାଣୀ ଦିଦି ରାଣୀ ଫ୍ୟାନ୍ସ କ୍ଲୋବରେ ସେୟାର କରିଛନ୍ତି। ଯିଏ ପୋଲିସ ବୋଲି କହୁଛି।

ବନ୍ଧୁଗଣ ଜଣେ ପୋଲିସ ଅଫିସର କାହିଁକି ରାଣୀ ଦିଦିଙ୍କୁ ଧମକ ଦେବ। ଜଣେ କିଏ ମିଛରେ ପୋଲିସର ପରିଚୟ ଦେଇ ରାଣୀ ଦିଦିଙ୍କୁ ଧମକ ଦେଉଛି। ସେଥିପାଇଁ ରାଣୀ ଦିଦିଙ୍କ ଫ୍ୟାନ୍ସମାନେ ରାଣୀ ଦିଦିଙ୍କୁ ଚିନ୍ହିଥିବା ଲୋକମାନେ ସେହି ନମ୍ବରକୁ ଫୋନ କରୁଛନ୍ତି। ଆଉ ଏବେ ସେ ପୁଅ ଭଲ ଭାବରେ ନାମ ନେଉଛି। ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ଦାନ୍ତ ଘଷିବା ଠାରୁ ଲାଟିନ ଯିବା ପର୍ଯ୍ୟନ୍ତ ସବୁବେଳେ ଖାଲି ଫୋନ ରିଙ୍ଗ ହେଉଛି। ଏମିତିକି ଫୋନ ରିଙ୍ଗ ହେଇ ହେଇ ବେଟ୍ରି ଡାଉନ ହୋଇଯାଉଛି। ସେ ପିଲା ଏବେ ଫୋନ ଧରିବାକୁ ଡ଼ରୁଛି।

ଆଉ ଏସବୁ ଭିତରେ ରାଣୀ ଦିଦିଙ୍କ କମେଣ୍ଟରେ ଲେଖା ଯାଉଛି ଦିଦି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତମ ସାଙ୍ଗରେ ଅଛି। କିଏ କହୁଛି ଦିଦି ରାଧେକୃଷ୍ଣ ତ କିଏ ଲେଖୁଛି ଦିଦି ନମସ୍କାର ଆଉ କିଏ ଲେଖୁଛି ଟେନସନ ନିଅନି ଆମେ ତୁମ ସାଙ୍ଗରେ ଅଛୁ। ଏମିତି ଅନେକ ଗୁଡାଏ ଭଲ କମେଣ୍ଟ ରାଣୀ ପଣ୍ଡାଙ୍କ ଫ୍ୟାନ୍ସକ୍ଲୋବ ତଳେ ଆସୁଛି। ଆଉ ଏସବୁ ଭିତରେ ଯେଉଁ ପିଲା ଧମକ ଦେଇଥିଲା ଯେଉଁ ନମ୍ବର ରାଣୀ ଦିଦି ସେୟାର କରିଥିଲେ ସେ କିନ୍ତୁ ଫୋନ ଧରିବାକୁ ଡ଼ରୁଛି।

Leave a Reply

Your email address will not be published. Required fields are marked *