ପ୍ରେମ ସମ୍ପର୍କ ରଖି ଅନ୍ୟ ଝିଅକୁ ବିବାହ କରୁଥିଲା ପ୍ରେମିକ। ହେଲେ ବାହାହେବା ଆଗରୁ ଘରେ ପହଞ୍ଚିଲା ପ୍ରେମିକା।

ପ୍ରେମିକାର ବୟସ ହେଉଛି ୩୫ ବର୍ଷ ଏବଂ ପ୍ରେମିକର ବୟସ ହେଉଛି ୨୬ ବର୍ଷ। ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ହଁ ଆଜ୍ଞା ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେକାମ କରୁଥିଲେ ଦିବାକର ଓ ମିନାକ୍ସି। ପ୍ରଥମ ଦେଖାରେ ହିଁ ଉଭୟଙ୍କୁ ପ୍ରେମ ହୋଇଯାଇଥିଲା। ଏହା ପରେ ସ-ମ୍ପର୍କ ଧୀରେ ଧୀରେ ନିବିଡ଼ ହେବାରେ ଲାଗିଲା। ବିବାହାର ପ୍ରତିଶୃତି ଦେଇ ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଧରି ମିନାକ୍ସି ସହ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଲା ପ୍ରେମିକ ଦିବାକର। ଏହା ପରେ ପ୍ରେମିକାକୁ ଧକା ଦେଇ ଗାଁକୁ ଚାଲି ଆସିଲା। ଆଉ ଆଜି ଅନ୍ୟ ଝିଅ ସହ ବିବାହ କରୁଛି ପ୍ରେମିକ ଦିବାକର।

ହଁ ଆଜ୍ଞା ଗତ କାଲି ମଙ୍ଗନ ଥିଲା ଆଉ ଆଜି ହେଉଛି ପ୍ରେମିକ ଦିବାକରର ବାହାଘର। ଏ ଖବର ଜାଣିବା ପରେ ଗତ କାଲି ପ୍ରେମିକା ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ଗାଁରେ ଆସି ପହଞ୍ଚିଥିଲା। ପ୍ରେମିକର ଘର ଦୁଆର ମୁହଁରେ ବସି ଧାରଣା ଦେଇଛି ପ୍ରେମିକା।

ଏମିତି ଘଟ-ଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ସଦର ଥା-ନା କୋଳଗଳା ଗାଁରେ। ସେହି ଗାଁର ଦିବାକର ରଥ ଭୁବନେଶ୍ୱରର ଏକ ଘରୋଇ କ୍ଷୀର କମ୍ପାନୀରେ କାମ କରନ୍ତି। ସେଠାରେ କଟକ ଜିଲ୍ଲା ନରସିଂହ ପୁର ଅଞ୍ଚଳରେ ମିନାକ୍ସି ସାହୁ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମିନାକ୍ସିର ବୟସ ୩୫ ବର୍ଷ ହୋଇଥିବା ବେଳେ ଦିବାକରର ବୟସ ୨୬ ବର୍ଷ। ଏହାକୁ ଉଭୟ ଜାଣି ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା।

ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା। ମିନାକ୍ସି କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ଆଜି ପ୍ରେମିକ ଦିବାକରର ବାହାଘର ହେଉଛି। ଏ ଖବର ପାଇବା ପରେ ଗତ କାଲି ମଙ୍ଗନ ଥିବାରୁ ପ୍ରେମିକ ଦିବାକରର ଗାଁରେ ଆସି ପହଞ୍ଚିଥିଲା ମିନାକ୍ସି।

ମିନାକ୍ସିକୁ ଭଲ ପାଇ ତା ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିବା କଥା କହିଥିଲା ମିନାକ୍ସି। ଦିବାକରକୁ ବିବାହ କରିବା ସହ ବୋହୁର ପରିଚୟ ନେବାକୁ ଦାବି କରିଥିଲେ ମିନାକ୍ସି। କିନ୍ତୁ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥିଲେ ବି କିଛି ସଫଳ ନମିଳିବାରୁ ଗତ କାଲି ଠାରୁ ହାଡ଼ଭଙ୍ଗା ଶୀତରେ ବି ତାଙ୍କ ଘର ଦ୍ୱାର ମୁହଁରେ ବୋହୂର ପରିଚୟ ପାଇଁ ବସି ରହିଛି ମିନାକ୍ସି। ଯାହାର ଫୋଟ ଆପଣ ମାନେ ଏହି ଫୋଟରେ ଦେଖି ପାରୁଥିବେ।

ସେପଟେ ଆଉ କିଛି ସମୟ ପରେ ଦିବାକର ଆଜି ବର ବେସ ସାଜି ରୋଷଣୀ କରି ବ୍ୟାଣ୍ଟ ବଜାଇ ବାହା ହେବାକୁ ଯାଇଥାନ୍ତେ। ଗାଁ ପାଖରେ ପ୍ରସ୍ତାବ ପଡିଥିଲା। ବାହାଘର ଠିକ ହୋଇଥିଲା ହେଲେ ଝିଅ ଘର ଲୋକ ଏ କଥା ଶୁଣି ବାହାଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି।ମିନାକ୍ସି ରାତି ସାରା ଶୀତ କାକରରେ ପ୍ରେମିକ ଦୁଆର ମୁହଁରେ ବସି ଶେଷରେ ସକାଳୁ ସକାଳୁ ସଦର ଥା-ନାରେ ଆଶ୍ରୟ ନେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top