ଚୀନରୁ ଫେରିବା ପରେ ଭାରତକୁ ପରୋକ୍ଷ ଧମକ ଦେଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ।

ଭାରତକୁ ପୁଣି ନାଲି ଆଖି ଦେଖାଇଲେ ମାଳଦ୍ୱୀପ ରାଷ୍ଟ୍ରପତି। ଚୀନର ନାଁ ନେଇ ଧମକ ଦେଲେ ମହମ୍ମଦ ମୁଇଜ୍ଜୁ। ପୂର୍ବରୁ ବି ଭାରତକୁ ଆକ୍ଷେପ କରି ଦେଇଥିଲେ ବୟାନ। ହଁ ଆଜ୍ଞା ଏବେ ଚୀନର ସାହାସରେ ଉଛୁଳିଛି ମାଳଦ୍ୱୀପ ସରକାର। ଭାରତ ବିରୋଧୀ ଏବଂ ଚୀନର ସମର୍ଥକ ଭାବେ ଜଣାଶୁଣା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତ ବିରୋଧରେ ଦେଇ ଚାଲିଛନ୍ତି ବୟାନ ପରେ ବୟାନ। ପୂର୍ବରୁ ଭାରତକୁ ଆକ୍ଷେପ କରିଥିବା ମୁଇଜ୍ଜୁ ଏବେ ପୁଣି ଥରେ ଚୀନର ନାଁ ନେଇ ଭାରତକୁ ପରୋକ୍ଷରେ ଧମାକାଇବାର ପ୍ରୟାସ କରିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମାଳଦ୍ୱୀପ ସରକାରର କିଛି ମନ୍ତ୍ରୀ ଅପମାନ ଜନକ ଟିପଣି ଦେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ ପ୍ରକାରରେ ଖରାପ ହେବାକୁ ଲାଗିଛି।ଗତ ବର୍ଷ ନଭେମ୍ବରରେ ମାଳଦ୍ୱୀପରେ ସରକାର ପରିବର୍ତ୍ତନ ପରେ ମହମ୍ମଦ ମୁଇଜ୍ଜୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ। ଆଉ ସେବେ ଠାରୁ ଭାରତ ସହ ମାଳଦ୍ୱୀପର ଦ୍ୱିପାକ୍ଷିକ ସମ୍ପର୍କରେ ଧୀରେ ଧୀରେ ତିକ୍ତତା ବଢି ଚାଲିଛି।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଲାଖ୍ୟାଦୀପ ଗସ୍ତ କରିଥିଲେ ଆଉ ସମୁଦ୍ର ବେଳାଭୂମିରେ ବୁଲିବାର ଫୋଟ ସେୟାର କରି ଭାରତର ପର୍ଯ୍ୟଟକ ମାନଙ୍କୁ ଲାଖ୍ୟାଦୀପ ଆସିବାକୁ ଅପିଲ କରିଥିଲେ ସେତେବେଳେ ଉଭୟ ଦେଶ ମଧ୍ୟରେ ଏକ ନୂଆ ବିବାଦ ମୁଣ୍ଡ ଟେକି ଥିଲା। କାରଣ ମାଳଦ୍ୱୀପର ୩ ଜଣ ମନ୍ତ୍ରୀ ଏବଂ ଅନ୍ୟଜଣେ ରାଜନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସୋସିଆଲ ମିଡିଆରେ ଆପତ୍ତି ଜନକ ଟିପ୍ପଣୀ ଦେଇଥିଲେ। ଆଉ ଏହା ସହ ଭାରତ ଓ ଭାରତୀୟ ମାନଙ୍କୁ ନେଇ ମଧ୍ୟ ଏହି ମାଳଦ୍ୱୀପ ସରକାରର ଏହି ମନ୍ତ୍ରୀ ମାନେ ଆକ୍ଷେପ କରିଥିଲେ। ଯାହା ପରେ ଭାରତରେ ବୟକୋର୍ଟ ମାଳଦ୍ୱୀପ ଟ୍ରେଡ଼ ଆରମ୍ଭ ହୋଇଜାଇଥିଲା।

ଏପରିକି ଆମ ଦେଶରେ କିଛି ପ୍ରମୁଖ ଟ୍ରାଭେଲ କମ୍ପାନୀ ପକ୍ଷରୁ ମାଳଦ୍ୱୀପ ଭ୍ରମଣ ପାଇଁ କରାଯାଇଥିବା ହଜାର ହଜାର ବିମାନ ଟିକଟ ଏବଂ ହୋଟେଲ ବୁକିଂ କ୍ୟାନସେଲ ହୋଇଯାଇଥିଲା। ଭାରତର ବହୁ ସେଲିବ୍ରେଟି ମଧ୍ୟ ମାଳଦ୍ୱୀପକୁ ନଯାଇ ଲାଖ୍ୟାଦୀପ ଯିବାକୁ ଲୋକମାନଙ୍କୁ ଅପିଲ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ନାଗରିକଙ୍କୁ ଅପମାନୀତ କରିଥିବାରୁ ଭାରତ ସରକାର ମଧ୍ୟ ମାଳଦ୍ୱୀପ ରାଷ୍ଟ୍ରଦ୍ରୁତଙ୍କୁ ସମନ କରିଥିଲେ। ଆଉ ଆପତ୍ତି ଜନକ ଟିପ୍ପଣୀ ଦେଇଥିବା ମନ୍ତ୍ରୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ତାଗିଦ କରିଥିଲେ। ଆଉ ଏହା ପରେ ମାଳଦ୍ୱୀପ ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇଥିଲା ଏବଂ ସେହି ୩ ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଥିଲା।

ତେବେ ଏହା ପରେ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଚୀନ ଗସ୍ତରେ ଯାଇଥିଲେ ଆଉ ସେଠାରେ ଚୀନ ରାଷ୍ଟ୍ରପତି ସିଂ ଜିଙ୍ଗ ପିଂଙ୍କୁ ସାକ୍ଷତ କରିବା ସହିତ ଚୀନର ଅନ୍ୟ ପ୍ରମୁଖ ନେତା ଓ ବ୍ୟବସାୟି ମାନଙ୍କୁ ମଧ୍ୟ ଭେଟିଥିଲେ। ଆଉ ଚୀନ ପର୍ଯ୍ୟଟକ ମାନେ ଅଧିକ ସଂଖ୍ୟାରେ ମାଳଦ୍ୱୀପକୁ ଆସିବାକୁ ମୁଇଜ୍ଜୁ ନିବେଦନ କରିଥିଲେ। କାରଣ ଭାରତରେ ବୟକୋର୍ଟ ମାଳଦ୍ୱୀପ ଟ୍ରେଡ଼ କରିବା ପରେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପ ଏବଂ ଅର୍ଥନୀତି ପ୍ରଭାବିତ ହେବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଥିଲା।

ଆଉ ଏହାର ସୁଯୋଗ ନେଇଥିଲା ଚୀନ। ମାଳଦ୍ୱୀପକୁ ସାହାର୍ଯ୍ୟ କରିବା ପାଇଁ ଚିନ ରାଷ୍ଟ୍ରପତି ସିଂ ଜିନ ପିଂ ମଧ୍ୟ ପ୍ରତିଶୃତି ଦେଇଥିଲେ। ଆଉ ଚୀନ ଗସ୍ତରୁ ଫେରିବା ପରେ ପରେ ଭାରତ ଆଡ଼କୁ ଇସାରା କରି ନକରାତ୍ମକ ବୟାନ ଦେଇଥିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ।ଭାରତର ନାଁ ସିଧାସଳଖ ନନେଇ ମୁଇଜ୍ଜୁ କହିଥିଲେ କି ଆମେ ଏକ ଛୋଟ ଦେଶ ହୋଇପାରୁ କିନ୍ତୁ ଏହା ବଲି ଆମକୁ ଧମକାଇବାକୁ ତୁମକୁ ଲାଇସେନ୍ସ ମିଳିନି। ଏଭଳି କହିବା ସହ ଭାରତ ଉପରେ ଅଧିକ ନିର୍ଭରଶୀଳ ନହେବା ପାଇଁ ଚୀନ ସହ ମିଶି ସେ କରିଥିବା କିଛି ନୂଆ ଯୋଜନାର ଘୋଷଣା ମଧ୍ୟ କରିଥିଲେ।

ଆଉ ଏବେ ପୁଣି ଥରେ ମୁଇଜ୍ଜୁ ଚୀନର ନାଁ ନେଇ ଭାରତକୁ ପରୋକ୍ଷ ଧମକ ଦେଇଛନ୍ତି। ମୁଇଜ୍ଜୁ ପୁଣି କହିଛନ୍ତି କି ହୀନ ମହାସାଗରରେ ରହିଥିବା ଦୀପ ଦେଶ ମାଳଦ୍ୱୀପର ସାର୍ବଭୌମତ୍ୱକୁ ଚୀନ ପୁରା ସମର୍ଥନ କରୁଛି। ଏପରିକି ଭାରତକୁ ନାଲି ଆଖି ଦେଖାଇବା ପାଇଁ ମୁଇଜ୍ଜୁ ଚୀନ ସହ ମାଳଦ୍ୱୀପର ପ୍ରତିରକ୍ଷା ସହଯୋଗ ମଧ୍ୟ ବୟାନ ଦେଇଛନ୍ତି।

ଖାଲି ସେତିକି ନୁହେଁ ଚୀନ ରାଷ୍ଟ୍ରପତି ଜିଙ୍ଗ ପିଂଙ୍କୁ ମଧ୍ୟ ସେ ଘୁରିପୁରୀ ପ୍ରଶଂସା କରିଛନ୍ତି। ଏମିତିକି ସେ କହିଛନ୍ତି କି ଚୀନ ଏପରି ଦେଶ ନୁହେଁ ଯିଏ ମାଳଦ୍ୱୀପର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବ। ମୁଇଜ୍ଜୁ ଆହୁରି ମଧ୍ୟ କହିଛନ୍ତି ଜିଙ୍ଗ ପିଂ ମୋତେ ପ୍ରତିଶୃତି ଦେଇଛନ୍ତି କି ମାଳଦ୍ୱୀପର ଲକ୍ଷ୍ୟ ହାସଲରେ ଚୀନ ଆମକୁ ଭରପୁର ସହଯୋଗ କରିବ। ତେବେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଏଭଳି ବୟାନ ପରେ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ ତାଙ୍କ ସରକାର ଜିଙ୍ଗ ସହ ଅଧିକ ନିକଟତର ହେଉଛି। ଯେଉଁଥି ପାଇଁ ଭାରତକୁ ଆଖି ଦେଖାଇବାର ଦୁଃସାହସ କରୁଛି। ତେବେ ମୁଇଜ୍ଜୁଙ୍କର ଏଭଳି ଆଚରଣ ଭାରତ ଏବଂ ମାଳଦ୍ୱୀପ ସମ୍ପର୍କରେ ଏପରି ତିକ୍ତତାକୁଆହୁରି ବଢ଼ାଇବ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *