ଗୁଆ ବଦଳାଇ ଦେଉଛି ଭାଗ୍ୟ । ନିସନ୍ତାନ ମହିଳାଙ୍କୁ ଗର୍ଭବତୀ କରିି ଦେଉଛି ଏହି ଗୁଆ I

ନିସନ୍ତାନ ନାରୀଙ୍କୁ ଗୋଟାଏ ଗୁଆ ହିଁ କରି ଦେଉଛି ଗର୍ଭବତୀ । ହାତରେ ପଡ଼ିଲେ ବଦଳିଯାଉଛି ଭାଗ୍ୟ । ବନ୍ଧ୍ୟା ଦୋଷ ସନ୍ତାନପ୍ରାପ୍ତି ପାଇଁ ଏଠାରେ ଜମୁଛି ଭକ୍ତଙ୍କ ଭିଡ଼ । ଆଜ୍ଞା ହଁ ବନ୍ଧୁଗଣ ପବିତ୍ର ମକର ସଂକ୍ରାନ୍ତିରେ ହଟକେଶ୍ୱର ପୀଠରେ ମକର ମେଳା ଜାକଜମକରେ ପାଳନ ହେଉଛି । ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଘମାରି ପଞ୍ଚାୟତର ଅଟ୍ରି ଠାରେ ହେଉଥିବା ମକର ମେଳାରେ ବିଶ୍ୱାସ ଓ ପରମ୍ପରା ଝଲକ ଦେଖିବାକୁ ମିଳେ । ସେହିପରି ଚଳିତ ବର୍ଷ ଅଟ୍ରି ସ୍ଥିତ ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ମକର ମେଳା ଅନୁଷ୍ଠିତ ହେଉଛି ।

ବନ୍ଧ୍ୟା ନାରୀମାନେ ମାନସିକ କୁଣ୍ଡରେ ସଂକଳ୍ପ ବୁଡ଼ ପକାଇ ଗୁଆ ଖୋଜିଲେ ଛୁଆ ହୋଇଥାଏ ବୋଲି ଏଠାରେ ବିଶ୍ବାସ ରହିଛି । ଗୁଆ ପାଇବା ପରେ ହଟକେଶ୍ୱରଙ୍କ ନାମ ଜପି ଖାଇଲେ ବର୍ଷକ ଭିତରେ ସନ୍ତାନ ହୁଏ ବୋଲି ଏଠାରେ ବିଶ୍ୱାସ ରହିଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ମକର ସଂକ୍ରାନ୍ତିଠାରୁ ବାବା ହଟକେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଥାଏ ମକର ମେଳା । ପୁରାଣ ଅନୁସାରେ ଏହି ସ୍ଥାନ ଅତ୍ରି ମୁନିଙ୍କ ସାଧନା ସ୍ଥଳ ହୋଇଥିବାରୁ ତାଙ୍କ ନାମ ଅନୁସାରେ ଅଟ୍ରି ହୋଇଛି । ସେହିଭଳି ଭଗବାନ ଶଙ୍କର ଏହି ସ୍ଥାନରେ ତପସ୍ୟାରତ ଥିଲେ ।

ତପସ୍ୟା ଭାଙ୍ଗିବା ପାଇଁ ଦେବଦେବୀ କାମଦେବଙ୍କୁ ପଠାଇଥିଲେ । କାମଦେବଙ୍କ କାମ ସରରେ ମହାଦେବଙ୍କ ତପସ୍ୟା ଭଗ୍ନ ହେଲା କିନ୍ତୁ ମହାଦେବଙ୍କ ଉଗ୍ର ରୂପ ହୋଇ ତୃତୀୟ ନେତ୍ରରୁ ଅଗ୍ନି ନିର୍ଗତ ହୋଇ କାମଦେବ ଭସ୍ମ କରି ଦେଇଥିଲେ । କାମଦେବଙ୍କ ଭସ୍ମ ସ୍ଥାନ କାମ ଦହନ କୁଣ୍ଡ ହୋଇଥିଲା ଏବଂ ତାପରଠୁ କାଳକ୍ରମେ କୁଆକୁଣ୍ଡ ରୂପ ପରିଚିତ ହୋଇଛି । ମକର ସଂକ୍ରାନ୍ତିରେ ଉଷ୍ଣ ପ୍ରସ୍ରବଣରେ ଶତାଧିକ ପର୍ଯ୍ୟଟକଙ୍କ ଗହଳି ରହିଥାଏ।

ଏହି ସମୟରେ ଉତ୍ତପ୍ତ କୁଣ୍ଡରେ ସ୍ନାନକଲେ ଚର୍ମରୋଗ ଓ କୁଆ କୁଣ୍ଡ ପାଦୁକା ଗ୍ରହଣ କଲେ ପେଟରୋଗ ଦୂର ହୁଏ ବୋଲି ବିଶ୍ୱାସ ରହିଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ମାନସିକଧାରୀ ମହିଳାମାନେ ପରିବାର ସହ ରବିବାରଠାରୁ ହଟ୍ଟକେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ସେମାନଙ୍କ ପାଇଁ ମନ୍ଦିର ଯାତ୍ରୀ ବିଶ୍ରାମାଗାରରେ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ମାନସିକଧାରୀ ମହିଳାମାନେ ଶ୍ରୀ ହଟ୍ଟକେଶ୍ୱରଙ୍କ ନିକଟରେ ସନ୍ତାନପ୍ରାପ୍ତି ଲାଗି ସଙ୍କଳ୍ପ କରିଛନ୍ତି। ହଟ୍ଟକେଶ୍ୱରଙ୍କ ଆଶୀର୍ବାଦରୁ ଦହନ କୁଣ୍ଡରେ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସିଛି ବୋଲି ବରିଷ୍ଠ ସେବାୟତ କହିଛନ୍ତି।

Leave a Reply

Your email address will not be published. Required fields are marked *