ସ୍ଵାମୀ ହାତକୁ ୫ ଜଣ ମହିଳା ବାନ୍ଧି ଦେଲେ । ପରେ ସ୍ତ୍ରୀ ସହ ଏମିତି କାଣ୍ଡ କରିଦେଲେ… ।
ପୂର୍ବ ଶତ୍ରୁତାରୁ ଜଘନ୍ୟ କାଣ୍ଡ । ସାମାନ୍ୟ କଥାକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କଲେ ପଡୋଶୀ । ସେପଟେ ଏନେଇ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ । ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୋଇଲିଗୁଡା ଗାଁରେ ଘଟି ଯାଇଛି ଅଭାବନୀୟ ଘଟଣା । ଗତକାଲି ରାତିରେ ଜଣେ ମହିଳାଙ୍କଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଗ୍ରାମର କିଛି ଲୋକ । ଏବେ ସେହି ମହିଳାଙ୍କର ମୃତ୍ୟୁ ହୋଇଯାଇଛି ।
ଏବେ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ । ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନ ଅନ୍ତର୍ଗତ ମୋଇଲିଗୁଡା ଗ୍ରାମର ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ବାମୀ ସୁବେର ନାଏକ । ମହିଳା ଜଣଙ୍କ ହେଉଛନ୍ତି ଦିନାମଣି ନାଏକ । ମୃତକଙ୍କ ସ୍ବାମୀ ସୁବେର ନାଏକ କରିଥିବା ଅଭିଯୋଗ ଅନୁସାରେ, ଗତକାଲି ଅର୍ଥାତ୍ ଶନିବାର ରାତିରେ ସେ କୁଣ୍ଡା ବେପାର କରିବା ପାଇଁ ଟିକିରି ଯାଇ ଫେରିବା ସମୟରେ ତାଙ୍କ ସ୍ତ୍ରୀ ଘର ବାରଣ୍ଡାରେ ବସିଥିଲା ।
ସେତିକି ବେଳେ ହଠାତ୍ ଗ୍ରାମର ଧନମଣି ନାଏକ, ଭାବି ନାଏକ, ପ୍ରେମିକା ନାଏକ, ସୋନାଲି ନାଏକ, ଜୀବନ ନାଏକ, ଯୁଧିଷ୍ଠିର ନାଏକ ଓ ବୁଧଦେବ ନାଏକ ମିଶି ସୁବେରଙ୍କ ସହ ଝଗଡା କରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଦିନାମଣି ଏହାକୁ ବିରୋଧ କରିବାରୁ ତାଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତ ଆକ୍ରମଣ କରିଥିଲେ ସେମାନେ । ଫଳରେ ଘଟଣା ସ୍ଥଳରେ ହିଁ ଦିନାମଣି ଅଚେତ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦିନାମଣିଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୁବେର ଟିକିରି ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ଟିକିରି ଥାନା ଆଇଆଇସି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଜଡିତ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ ଟିକିରି ଥାନାରେ ଅଟକ ରଖାଯାଇଥିଲା । ରବିବାର ଦିନ ହସ୍ପିଟାଲରେ ଥିବା ଦିନାମଣିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଅନ୍ୟପଟେ ଘୋଟଣାସ୍ଥଳକୁ ସାଇନ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଫେରି ଯାଇଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଦୋଷୀ ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ ।