“ସାଧାରଣ ଜନତା ଭାବେ ଭୋଟ ଦେବାକୁ ଯିବି ହେଲେ ମୋ ଆଈକାର୍ଡ ଛଡେଇ ପିଟିଲେ ଲେଡ଼ିଜ ଅଫିସର” ।

ବନ୍ଧୁଗଣ ଏହାରି ମଧ୍ୟରେ ଜୁନ୍ ୧ ତାରିଖ ଦିନ ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଜନତା ଏବଂ ନେତା । ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ହଜାର୍ ହଜାର ଭୋଟର । ୨୦୨୪ ରାଜନୀତି ଲଢେଇର ଅନ୍ତିମ ପର୍ଯ୍ୟାୟରେ ୬୬ ଜଣ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟର ନିଜ ମତଦାନ କରୁଛନ୍ତି ।

ଏହାପରେ ଜୁନ୍ ୪ ରେ ଭୋଟ୍ ଗଣତି କରାଯିବା ପରେ କିଏ କେଉଁ ସ୍ଥାନରୁ ବିଜୟ ହାସଲ କରିବ ସେ ନେଇ ବିବରଣୀ ପ୍ରକାଶ ପାଇବ । ଏସବୁ ଭିତରେ କିନ୍ତୁ କିଛି ଦୁଃଖଦ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ବୁଥ୍ ଦେଖିବାକୁ ମିଳିଛି ପୋଲିସ୍ ଙ୍କ ଗୁଣ୍ଡା ଗର୍ଦି । ତେବେ ଭୋଟ ସରିବା ପରେ ଜଣେ ବ୍ୟକ୍ତି ନିକଟରେ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ ସେ ସାଧାରଣ ଜନତା ହିସାବରେ ଭୋଟ ଦେବାକୁ ଯାଇଥିଲେ ହରିଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ । ସେଠାରେ ଯାଇ ଦେଖିବା ପରେ ପ୍ରବଳ ଭିଡ଼ ଥିବାରୁ ୧୦/୧୫ ମିନିଟ୍ ପରେ ବୈଜ୍ୟେଷ୍ଠ ଲୋକଙ୍କୁ ନେଇ ଠିଆ ହେଇଥିଲେ।

ଆଉ ସେହି ସମୟରେ ହଠାତ୍ ଦୁଇଟା ଗାଡ଼ି ଆସି ଲାଗିଲା ଗୋଟେ ଆଇଆଇସିଙ୍କ ଆଉ ଗୋଟେ ସେହି ଥାନାର ଗୋଟେ ଗାଡ଼ି । ଲେଡିଜ୍ ଆଇଆଇସି ଯିଏ ଅଛନ୍ତି ସେ ନିଜେ ଗାଡ଼ିରୁ ଓହ୍ଲେଇ ଆଉ ତାଙ୍କର ୪/୫ଟି ଷ୍ଟାଫ୍ ଙ୍କୁ ନେଇକି ଆସିଲେ । ହଠାତ୍ ସମସ୍ତଙ୍କୁ ବାଡେଇବାକୁ ବାହାରିଲେ ଯିଏ କୁଆଡ଼େ ସବୁ ପଳେଇଲେ । ବ୍ୟକ୍ତି ଜଣକ ସେମିତି ଠିଆ ହୋଇଥିଲେ ସେଇଠୁ ଆଉ ଜଣେ ସାର୍ ଆସି ତାଙ୍କୁ ପଚାରିଲେ ଆଉ ସେ କଥା ହେଉଥିଲେ ସେ ସାର୍ ଙ୍କ ସହିତ ସେତିକି ବେଳେ ଲେଡିଜ ମ୍ୟାମ୍ ଜଣକ ଆସି ତାଙ୍କୁ କଣ ଯୁକ୍ତି କରୁଛୁ କହିକି ଧକ୍କାଟିଏ ପକେଇଲେ ।

ବ୍ୟକ୍ତି ଜଣକ ଧକ୍କା କାହିଁକି ପକେଇଲେ ବୋଲି ପଚାରିଲେ ଏତିକିରେ ଉତ୍କ୍ଷୀପ୍ତ ହେଇ ତାଙ୍କୁ ଗୋଇଁଠା ମାଡ଼ ବିଧା ତଣ୍ଟିଆ ମାରିକି ଖଣ୍ଡିଆ କରି ପକାଇଲେ ଓ ଅଣ୍ଟା ଫ୍ରାକ୍ଚର୍ ହେଇ ଯାଇଛି । ରାତିସାରା ସେ ଶୋଇ ପାରିନାହାନ୍ତି ମାନସିକ ଅଶାନ୍ତି ଭିତରେ ସେ ସମସ୍ତଙ୍କ ଦ୍ବାରସ୍ଥ ହେଇଛନ୍ତି ପଦକ୍ଷେପ ନେବାକୁ । ତାଙ୍କୁ ପୋଲିସ୍ ମାଡାମ ଖରାପ୍ ଭାଷାରେ ଜାତିକୁ ନେଇକି ଗାଳି ଗୁଲଜ କରିଥିଲେ ତାଙ୍କର ଆଉ ମାନ ସମ୍ମାନ ନାହିଁ । ତେଣୁ ତାଙ୍କୁ ଉଚିତ୍ ନ୍ୟାୟ ଏବେ ଦରକାର ।

Leave a Reply

Your email address will not be published. Required fields are marked *